ପ୍ରଶଂସକଙ୍କ ସଂଖ୍ୟା ବଢ଼ାଇବାକୁ ସାପ ବିଷ କାରବାର କରୁଥିଲେ ଏଲଭିସ୍ ! – Kalinga News

[ad_1]
ମୁମ୍ବାଇ: ପାର୍ଟୀକୁ ସାପ ଏବଂ ସାପର ବିଷ ଯୋଗାଉଥିବା ଅଭିଯୋଗରେ ରବିବାର ୟୁଟ୍ୟୁବର ତଥା ବିଗ୍ ବସ୍ ଓଟିଟି ୨ ବିଜେତା ଏଲଭିଶ ଯାଦବଙ୍କୁ ଗିରଫ କରିଥିଲା ନୋଏଡା ପୁଲିସ। ପୂର୍ବରୁ ଏଭଳି ଆରୋପକୁ ଅସ୍ବୀକାର କରୁଥିବା ଏଲଭିସ୍ ଗିରଫ ପରେ ସମସ୍ତ ଆରୋପକୁ ଗ୍ରହଣ କରି ସାରିଛନ୍ତି। ଏବେ ସେ ୧୪ଦିନିଆ ନ୍ୟାୟିକ ହେପାଜତରେ ଥିବା ବେଳେ ସାପ ଏବଂ ସାପର ବିଷ କାରବାର କାହିଁକି କରିଥିଲେ ତାହା ଜଣାଇଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ, ଏଲଭିସ୍ ଟଙ୍କା ଆୟ କରିବା ସହ ନିଜର ପ୍ରଶଂସକଙ୍କ ସଂଖ୍ୟା ବଢ଼ାଇବା ପାଇଁ ପାର୍ଟୀକୁ ସାପ ଏବଂ ସାପର ବିଷ ଯୋଗାଉଥିଲେ। ସେ କାହାକୁ ଡରନ୍ତି ନାହିଁ ଏବଂ ସେ ସମସ୍ତଙ୍କ ଉପରେ ରାଜ୍ କରନ୍ତି, ଏହି ଧାରଣା ନିଜ ପ୍ରଶଂସକ ମନରେ ଆଣିବା ପାଇଁ ଏଲଭିସ୍ ଏଭଳି କରୁଥିବା ସାମ୍ନାକୁ ଆସିଛି।
ଉଲ୍ଲେଖଯୋଗ୍ୟ, କିଛି ମାସ ପୂର୍ବେ ଏଲଭିଶଙ୍କୁ ଏକ ରେଭ୍ ପାର୍ଟୀରେ ଦେଖିବାକୁ ମିଳିଥିଲା, ଯେଉଁଠାରେ ସେ ତାଙ୍କ ସାଙ୍ଗମାନଙ୍କ ସହିତ ଡ୍ୟାନ୍ସ ପାର୍ଟି କରୁଥିଲେ। ସେମାନଙ୍କ ବେକରେ ବିରଳ ସାପ ଥିବା ପାର୍ଟି ସମୟରେ ରେକର୍ଡ ହୋଇଥିବା ଭିଡିଓରେ ଦେଖାଯାଇଥିଲା। ଏହି ଭିଡିଓ ଭାଇରାଲ ହେବା ପରେ ଏଲଭିସ୍ ପୁଲିସ ରାଡାରକୁ ଆସିଥିଲେ। ଏବେ ତାଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ ବିରୋଧରେ ଏନଡିପିଏସ ଆକ୍ଟର ଧାରା ୨୯ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ବର୍ତ୍ତମାନ ଏଲଭିଶ ଯାଦବଙ୍କୁ ୧୪ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଛି।
[ad_2]