ରାଜ୍ୟ

ପ୍ର।କୃତିକ ସୌନ୍ଦର୍ଯ୍ୟରେ ଭରା ହରିଶଙ୍କର

ଭୁବନେଶ୍ୱର : ଆସି ଯାଇଛି ନୂଆବର୍ଷ ୨୦୨୧ ଏହା ସହ ୨୦୨୦ର କେଳେଙ୍କାରୀ ସମୟକୁ ମଧ୍ୟ ଭୁଲିବାକୁ ଚେଷ୍ଟା କରୁଛି ମଣିଷ  । କୋଭିଡ୍‌ ମହାମାରୀ ଯୋଗୁଁ ଲୋକଙ୍କୁ ବାହାରକୁ  ଯିବାକୁ ବାରଣ ଥିବା ବେଳେ ବର୍ତ୍ତମାନ କରୋନା କଟକଣା ଭିତରେ ସରକାର ରାଜ୍ୟର ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକୁ ଧିରେ ଧିରେ ଖୋଲୁଛନ୍ତି । ତେବେ ଏହା ଭିତରେ ଲୋକେ ନୂତନ ବର୍ଷକୁ ଚାତକ ଭଳି ଚାହିଁ ରହିଥିଲେ । ପ୍ରାୟ ସମସ୍ତ ଲୋକମାନେ ନୂଆବର୍ଷ ଆସିଲେ ସାଙ୍ଗସାଥୀ ତଥା ପରିବାର ବର୍ଗଙ୍କ ସହ ମଉଜ ମଜଲିସ କରିବା ପାଇଁ ଭ୍ରମଣରେ ବାହାରି ପଡନ୍ତି ବିଭିନ୍ନ ଦର୍ଶନୀୟ ସ୍ଥାନ ତଥା ପର୍ଯ୍ୟଟନ ସ୍ଥଳୀକୁ । ତେବେ ରାଜ୍ୟ ଭିତରେ ଏଭଳି କିଛି ପର୍ଯ୍ୟଟନସ୍ଥଳୀ ରହିଛି ଯାହାର ମନୋରମ ଦୃଶ୍ୟ ଦେଖିଲେ ଆପଣ ମନ୍ତ୍ରମୁଗ୍ଧ ହୋଇଯିବେ ।

ଗନ୍ଧମାର୍ଦ୍ଦନ ପାହାଡର ଦକ୍ଷିଣ କୋଣରେ ପ୍ର।କୃତିକ ସୌନ୍ଦର୍ଯ୍ୟରେ ଭରା ମନୋରମା ଭୂଭାଗ ରେ ହରିଶଙ୍କର ଅବସ୍ଥିତ । ଯାହା ପର୍ଯ୍ୟଟକଙ୍କ ପାଇଁ ଏକ ଅସାଧାରଣ ରମଣୀୟ ତଥା ମନୋରମ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀ ଭାବରେ ବେଶ୍‌ ପରିଚିତ । ଏକ ଚିରସ୍ରୋତ ଝରଣା କୁଲୁକୁଳୁ ନାଦ ରେ ପାହାଡ ର ବିଭିନ୍ନ ସୋପାନରେ ବହି ଜଳପ୍ରପାତ ର ଦୃଶ୍ୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରି ପାରିଛି ।

ଏହା ପର୍ଯ୍ୟଟକଙ୍କୁ ଆତ୍ମସନ୍ତୋଷ  ଦେଇଥାଏ ଯେଉଁ ଠାରେ ସେମାନେ ଗ୍ରୀଷ୍ମରୁ ରକ୍ଷା ପାଇବା ପାଇଁ ଖସଡା ପଥର ଦେଇ ବାହିଯାଉଥିବା ଶୀତଳ ଜଳରାଶି ରେ ଗାଧୋଇଥାନ୍ତି ଏବଂ ଏହାର ମଜା ଉଠାଇଥାନ୍ତି । ବିଶ୍ଵାସ କରାଯାଏ ଯେ ଏହି ଝରଣାର ଶୀତଳ ଜଳରେ ସ୍ନାନ କରି ପ୍ରଭୁ ହରିଶଙ୍କରଙ୍କ ପୂଜା କଲେ, ଭକ୍ତ ସମସ୍ତ ପ୍ରକାର ପାପରୁ ମୁକ୍ତି ପାଇଥାଏ । ତେଣୁ ବର୍ଷତମାମ ଦେଶର କୋଣ ଅନୁକୋଣରୁ ଭକ୍ତଙ୍କ ସୁଅ ଛୁଟେ । ବିଭିନ୍ନ ପ୍ରକାର ଉଦ୍ଭିଦ ଓ ଜୀବଜନ୍ତୁରେ ପରିପୂର୍ଣ୍ଣ ଗନ୍ଧମାର୍ଦ୍ଦନ ପାହାଡର ପାଦ ଦେଶରେ ଏକ ସୁନ୍ଦର ହରିଣ ଉଦ୍ୟାନ ରହିଛି ଯାହା ଏହି ପର୍ଯ୍ୟଟନ ସ୍ଥଳୀର ସୋଭାକୁ ଦ୍ଵିଗଣିତ କରିଦିଏ । ବୈଶାଖ ପୁର୍ଣ୍ଣିମାରେ ହରିଶଙ୍କର ଠାରେ ଏକ ମେଳା ଅନୁଷ୍ଠିତ ହୋଇଥାଏ। ଏହି ବୈଶାଖ ମେଳା ଅବସରରେ ପର୍ଯ୍ୟଟକ ମାନେ ବହୁଦୂର ଦୁରାନ୍ତରରୁ ଆସିଥାନ୍ତି । ଏବଂ ମେଳାକୁ ଉପଭୋଗ କରିଥାନ୍ତି । ଏହାକୁ ଏକ ମନରୋମ ପିକନିକ ସ୍ପଟ ମଧ୍ୟ କୁହାଯାଏ । ଏଠାରେ ପର୍ଯ୍ୟଟକଙ୍କ ରହିବା ପାଇଁ ଏକ ପନ୍ଥାନିବାସ ରହିଛି ଯେଉଁଠାରେ ସେମାନେ ହରିଶଙ୍କରର ମନୋରମ ଦୃଶ୍ୟରାଜିକୁ ଉପଭୋଗ କରିବା ପାଇଁ ଭରପୁର ସୁଯୋଗ ପାଇ ପାରିବେ ।

କେମିତି ଯିବେ

ରେଳଗାଡ଼ିରେ

ବଲାଙ୍ଗିର ଠାରୁ ପଶ୍ଚିମକୁ ୮୧ କି.ମି ଦୂରରେ ହରିଶଙ୍କର ଅବସ୍ଥିତ । ତେଣୁ ବଲାଙ୍ଗିରକୁ ରେଳ ମାଧ୍ୟରେ ପହଞ୍ଚି ଆପଣ ବସ୍‌ ମାଧ୍ୟମରେ ଆସିପାରିବେ ।

ସଡ଼କ ପଥରେ

ବଲାଙ୍ଗିରକୁ ସହଜରେ ବସ ଯୋଗେ ପହଞ୍ଚି ପାରିବେ ଏବଂ ବଲାଙ୍ଗିର ଠାରୁ ହରିଶଙ୍କର ବସ କିମ୍ବା ଟେକସି ରେ ଯାଇ ପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button