ମନୋରଞ୍ଜନ

ଯେ‌ତେ ବଡ଼ ଷ୍ଟାର ହେଲେ ବି ରଣବୀର ଶକ୍ତିମାନ ହୋଇପାରିବେ ନାହି: ମୁକେଶ ଖାନ୍ନା – Kalinga News

[ad_1]

ନୂଆଦିଲ୍ଲୀ: ୯୦ ଦଶକରେ ପିଲାମାନେ ଭୋକ ଶୋଷ ଭୁଲିଯାଇ ଟିଭି ଆଗରେ ‘ଶକ୍ତିମାନ’ ଧାରାବାହିକକୁ ଦେଖିବାକୁ ବସିଥାଆନ୍ତି। ଏହି ସମୟରେ ସେମାନେ କାହାରି କଥା ଶୁଣନ୍ତି ନାହିଁ। ଶକ୍ତିମାନ ଧାରାବାହିକ ଏବେ ପ୍ରସାରଣ ହେଉନଥିଲେ ବି ୯୦ଦଶକର ପିଲାମାନଙ୍କ ହୃଦୟରେ ଏହି ଧାରାବାହିକ ପୂର୍ବ ଭଳି ଘର କରି ରହିଛି। ଶକ୍ତିମାନର ଲୋକପ୍ରିୟତାକୁ ଦେଖି  ଖୁବ୍‌ଶୀଘ୍ର ‘ଶକ୍ତିମାନ’କୁ ନେଇ ଫିଲ୍ମ ନିର୍ମାଣ ହେବ ବୋଲି କିଛିଦିନ ତଳେ ଖବର ଆସିଥିଲା। ଏହା ସହ ଫିଲ୍ମରେ ରଣବୀର ସିଂହ ଶକ୍ତିମାନ ହେବେ ବୋଲି କୁହାଯାଉଥିଲା।

ଏବେ ଏହି ଚର୍ଚ୍ଚା ଉପରେ ଧାରାବାହିକ ଶକ୍ତିମାନରେ ମୁଖ୍ୟ ଅଭିନେତା ମୁକେଶ ଖାନ୍ନା ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଗତ କିଛି ମାସ ହେବ ଚର୍ଚ୍ଚା ହେଉଥିବା ଯେ, ରଣବୀର ସିଂହ ଶକ୍ତିମାନ ହେବେ। ଏହାକୁ ନେଇ ‌ଲୋକେ ଖୁସି ନଥିଲେ। ମୁଁ ଚୁପ୍ ଥିଲି। କିନ୍ତୁ ଚ୍ୟାନେଲ ରଣବୀର ଶକ୍ତିମାନ ହେବେ ବୋଲି ଘୋଷଣା କରିବାରୁ ମୁଁ ମୁହଁ ଖେଲିଛି। କେତେ ବଡ଼ ଷ୍ଟାର ହେଲେ ବି କେହି ଶକ୍ତିମାନ ହୋଇପାରିବେ ନାହିଁ। ଏବେ ଆଗକୁ ଦେଖନ୍ତୁ କ’ଣ ହେଉଛି।

ଇନଷ୍ଟ‌ାରେ ଏକ ପୋଷ୍ଟ ମାଧ୍ୟମରେ ‌ସେ ନିଜର ପ୍ରତିକ୍ରିୟା ରଖିଛନ୍ତି। ‌ତେବେ ଏହା ଉପରେ ରଣବୀରଙ୍କର କୌଣସି ପ୍ରତିକ୍ରିୟା ଆସିନାହିଁ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button