ସ୍ୱାସ୍ଥ୍ୟ

ସକାଳୁ ବାସୀ ମୁହଁରେ ପଣି ପିଇଲେ ମୁଆଳରୁ ଶେଷ ହୁଏ 10ଟି ରୋଗ, ଏହାର ଫାଇଦା ଜାଣି ଡାକ୍ତର ବି ଆଶ୍ଚର୍ଯ୍ୟ

ବନ୍ଧୁଗଣ ଆମେ ମାନେ ସକାଳୁ ଉଠିବା ପରେ ଏମିତି କିଛି ଭୁଲ କରିଥାଉ ଯାହା ଆମ ଶରୀର ପାଇଁ ହାନିକାରକ ହୋଇଥାଏ । ତାହା ହେଉଛି ପ୍ରଥମେ ଶୋଇ କରି ଉଠିବା ପରେ ମୁହଁ କୁଳି କରି କିଛି ଖାଦ୍ଯ ଖାଇବା । ଯାହା ସଂପୂର୍ଣ୍ଣ ରୂପେ ଭୁଲ ଅଟେ । ପାଣି ଆମ ଶରୀର ପାଇଁ କେତେ ଜରୁରୀ ଅଟେ ତାହା ଆପଣ ମାନେ ଜାଣିଥିବେ । ଆମେ ଖାଦ୍ୟ ବିନା ରହିପାରିବ କିନ୍ତୁ ପାଣି ବିନା ନୁହେଁ । ଆଜି ଆମେ ଆପଣ ମାନଙ୍କୁ ଶୋଇ କରି ଉଠିବା ପରେ ବାସୀ ମୁହଁ ରେ ପାଣିର ସେବନ କରିଲେ ଆମ ଶରୀରକୁ କେଉଁ କେଉଁ ଫାଇଦା ମିଳିଥାଏ ସେଇ ବିଷୟରେ କହିବାକୁ ଯାଉଛୁ ।

ଯଦି ପାଣିକୁ ସକାଳୁ ଉଠି ବାସୀ ମୁହଁ ରେ ସେବନ କରାଯାଏ ତେବେ ପାଣିର ଯେଉଁ ଫାଇଦା ରହିଥାଏ ତାହା ଦୁଇ ଗୁଣା ବଢି ଯାଇଥାଏ । ଆମ ଶରୀରକୁ ପାଣି ଏହି ପ୍ରକାରରେ ଫାଇଦା ଦେଇଥାଏ – ୧- ସକାଳୁ ଉଠିବା ପରେ ଆମ ମୁହଁର ଯେଉଁ ଲାଳ ବାହାରିଥାଏ ତାହା ଶରୀର ପାଇଁ ଫାଇଦା ହୋଇଥାଏ ।

ଯେବେ ବିନା କୁଳି କରି ପାଣିର ସେବନ ସକାଳ ସମୟରେ କରାଯାଏ ତେବେ ସେହି ଲାଲ ଶରୀରର ଭିତରକୁ ଯାଇଥାଏ । ପେଟ ଭିତରକୁ ଏହି ଲାଲ ଯାଇ ତୀବ୍ର ଗତିରେ ଅଙ୍ଗ କାମ କରିବା ଆରମ୍ଭ ହୋଇଥାଏ । ଯାହା ଦ୍ଵାରା ହଜମ କ୍ରିୟା ଠିକ ଭ୍ବେ ହୋଇଥାଏ । ଯାହା ଫଳରେ କବଚ, ଗ୍ଯାସ ଭଳି ସମସ୍ଯା ମୂଳ ରୁ ଶେଷ ହୋଇଯାଏ । ଯଦି କବଚ ସମସ୍ଯା ରହିଛି ତେବେ ବାସୀ ମୁହଁ ରେ ସକାଳୁ ପାଣି ସେବନ କରିବା ଦରକାର । ଏମିତି କରିବା ଦ୍ଵାରା କବଚ ସମସ୍ଯା ମୂଳ ରୁ ଶେଷ ହେବ ।

୨- ଆଜିକାଲି ଖାଦ୍ୟପେୟ ର ଅନିୟମିତତା କାରଣରୁ ଆମ ଚେହେରା ରେ ବ୍ରଣ, ପିମ୍ପଲ ଆସିଥାଏ ଯାହା କାହାକୁ ବି ପସନ୍ଦ ନୁହେଁ । ଯଦି ଆପଣ ସକାଳୁ ଉଠି ବାସୀ ମୁହଁ ରେ ପାଣି ସେବନ କରିବେ ତେବେ ବ୍ରଣ ବା ପିମ୍ପଲ ଭଳି ସମସ୍ଯା ଦୂର ହେବ । ବାସୀ ମୁହଁ ରେ ପାଣି ସେବନ କରିଲେ ପେଟ ସଫା ହେବା ସହ ଶରୀର ରେ ରକ୍ତ ମଧ୍ୟ ସଫା ହୋଇଥାଏ । ଯାହା ଦ୍ଵାରା ପିମ୍ପଲ ଦୂର ହେବା କାରଣରୁ ଚେହେରା ରେ ଗ୍ଲୋ ଆସିଥାଏ ।

୩- ଯଦି ପେଟରେ ଗ୍ଯାସ ରହିଛି ବା ଗୋଡ ବା ହାତ ଯନ୍ତ୍ରଣା ହେଉଥାଏ ତେବେ ସକାଳୁ ଖାଲି ପେଟରେ ପଣି ସେବନ କରିବା ଉଚିତ । ବାସୀ ମୁହଁ ରେ ପାଣି ସେବନ କରିବା ଦ୍ଵାରା ପେଟ ସଫା ହେବା କାରଣରୁ ଗ୍ଯାସ ହେବ ନାହି । ଏମିତି କରିଲେ ଶରୀର ଆକ୍ଟିଭ ରହିଥାଏ ।

୪- ରାତିରେ ଶୋଇବା ପୂର୍ବ ରୁ ପାଣି ସେବନ କରିଲେ ହାର୍ଟ ଆଟାକ ଭଳି ରୋଗ କେବେ ହେବ ନାହି ।

Related Articles

Leave a Reply

Your email address will not be published. Required fields are marked *

Back to top button