୨୦୨୪ ନିର୍ବାଚନ: ସମସ୍ତଙ୍କ ପାଇଁ କର ବା ମର ସ୍ଥିତି – Kalinga News

[ad_1]
ନୂଆଦିଲ୍ଲୀ: ୧୮ ତମ ଲୋକସଭା ନିର୍ବାଚନ ପାଇଁ ବିଗୁଲ୍ ବାଜିଛି। ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ନିର୍ବାଚନ ତାରିଖ ଘୋଷଣା କରି କହିଛନ୍ତି, ସାରା ଦେଶରେ ୭ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ ଓ ଜୁନ ୧ରେ ୭ମ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯିବ । ଜୁନ ୪ରେ ଭୋଟ ଗଣତି ହେବ ।
ତେବେ ନିର୍ବାଚନ ନେଇ ବିଜେପି,କଂଗ୍ରେସ, ଏଏପି, ଟିଏମସି, ଏସପି, ବିଏସପି, ସମେତ ସମସ୍ତ ରାଜନୈତିକ ଦଳ ମଧ୍ୟରେ ଛକାପଞ୍ଛା ଜାରି ରହିଛି। ୨୦୨୪ ନିର୍ବାଚନ ସମସ୍ତ ରାଜନୈତିକ ଦଳ ପାଇଁ କର ବା ମର ସ୍ଥିତି ସୃଷ୍ଟି କରିଛି। ବିଜେପି ଏକ ଦେଶ ଏକ ନିର୍ବାଚନ ଏବଂ ମହିଳା ସଂରକ୍ଷଣ ଭଳି ପ୍ରସଙ୍ଗରେ ପଛୁଆ ରହିଛି। ସେହିପରି କଂଗ୍ରେସ ସମେତ ଅନ୍ୟ ବିରୋଧୀ ରାଜନୈତିକ ଦଳ ବିଜେପିକୁ ଘେରିବା ଆରମ୍ଭ କରିଛନ୍ତି। ପଶ୍ଚିମବଙ୍ଗ ଏବଂ ଦାକ୍ଷିଣାତ୍ୟ ଜୟ ପ୍ରତି ବିଜେପି ଯୋଜନା କରିଥିବାବେଳେ ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନୂଆ ରଣନୀତି ଆପେଣଇଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ସେହିପରି ଦକ୍ଷିଣ ରାଜ୍ୟରେ ବିଜେପିର ନିର୍ବାଚନୀ ବୈତରଣୀ ପାର୍ ହେବା ସହଜ ହେବ ନାହିଁ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ବିଜେପିର ‘ଅବକି ବାର ୪୦୦ ପାର୍’ ସ୍ଲୋଗାନ୍ ନେଇ ଦଳ ଯୋଜନାବଦ୍ଧ ଭାବେ ରଣନୀତି ଜାରି ରଖିଥିଲେ ମଧ୍ୟ ଦଳୀୟ ଅସନ୍ତୁଷ୍ଟଙ୍କୁ ନେଇ ହାଇକମାଣ୍ଡଙ୍କ ଚିନ୍ତା ବଢ଼ିଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।
[ad_2]