ଅପରାଧ
ଅଜାଣତରେ ଆକାଉଣ୍ଟରୁ କଟିଗଲା ୧.୮ ଲକ୍ଷ ଟଙ୍କା – Kalinga News

[ad_1]
ଝାରସୁଗୁଡ଼ା: ଝାରସୁଗୁଡ଼ା ଥାନା ଅନ୍ତର୍ଗତ ସରବାହାଲର ରଶ୍ମିତା କଉଡ଼ିଙ୍କର ସରବାହାଲ ଷ୍ଟେଟ ବ୍ୟାଙ୍କ୍ ଶାଖାରେ ଗତ ୬ ବର୍ଷ ଏକ ଆକାଉଣ୍ଟ ରହିଛି। ତେବେ ଗତ ଜାନୁଆରି ୧୯ ତାରିଖ ଓ ୨୧ ତାରିଖ ୨ ଦିନ ତାଙ୍କ ଆକାଉଣ୍ଟରୁ ୧ ଲକ୍ଷ ୮୪ ହଜାର ଟଙ୍କା କଟିଯାଇଛି। ସେ ଏହି କାରବାର ବ୍ୟାଙ୍କ୍ରେ କି ଅନଲାଇନ୍ ଉପାୟରେ କରିନଥିବା ବେଳେ କେହି ତଞ୍ଚକତା କରି ଏହି ଟଙ୍କା ଉଠାଇଥିବା ସେ ଅଭିଯୋଗ କରିଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ଆକାଉଣ୍ଟ ଅପ୍ଡେଟ୍ କରିବା ପରେ ସେ ଘଟଣା ସମ୍ପର୍କରେ ଜାଣିଥିଲେ। ଏନେଇ ଅଭିଯୋଗ କରିବାରେ ଝାରସୁଗୁଡ଼ା ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
[ad_2]