ଦେଶ- ବିଦେଶ

ଏହି 5 ଟି କଥା ତୁମକୁ ସେ କହିଥାଏ ଯିଏ ତୁମକୁ ପ୍ରକୃତ ଭଲ ପାଉଥାଏ

ଦୁନିଆରେ ପ୍ରେମ ପାଇଁ ଜଣେ ଅନ୍ୟ ଜଣଙ୍କ ସହ ପ୍ରେମ ବନ୍ଧନରେ ଯୋଡି  ହୋଇ ରହିଥାଏ । ତେବେ ଯେଉଁ ମାନେ ପ୍ରେମ କରୁଥାନ୍ତି । ସେମାନଙ୍କ ଲଭ ପାର୍ଟନର ସେମାନଙ୍କୁ ପ୍ରକୃତରେ ଭଲ ପାଉଛନ୍ତି କି ନାହିଁ । ତାହା ଜାଣିବା ପାଇଁ ଆପଣଙ୍କୁ ଆମେ କିଛି ଟିପ୍ସ ବତାଇବାକୁ ଯାଉଛୁ । ଯେଉଁ ସବୁ ଟିପ୍ସରେ ଆପଣଙ୍କୁ କିଛି ପ୍ରଶ୍ନ ବିଷୟରେ କୁହାଯିବ । ଯଦି ଏହି ସବୁ ପ୍ରଶ୍ନ ଆପଣ ଆପଣଙ୍କ ସାଥିଙ୍କୁ ପଚାରନ୍ତି । ତେବେ ସେ ଆପଣଙ୍କୁ କହିଥିବା ଉତ୍ତରରେ ଆପଣଙ୍କୁ ସେ ଭଲ ପାଉଛନ୍ତି କି ନାହିଁ ଜାଣିପାରିବେ ।

ପ୍ରଥମେ ଆପଣ ଆପଣଙ୍କ ପାର୍ଟନରଙ୍କୁ ପଚାରିବେ । ତୁମେ ମୋତେ କଣ ପାଇଁ ଭଲ ପାଉଛ । ଏହି ପ୍ରଶ୍ନ ପଚାରିବା ମାତ୍ରେ ସେ ଆପଣଙ୍କୁ କେଉଁ ପ୍ରକାର ଉତ୍ତର ଦେଉଛନ୍ତି । ସେଥିରୁ ତୁମେ ନିହାତି ଭାବେ କିଛି ଟା ସ୍ପଷ୍ଠ ହୋଇଯିବ । ସେ ତୁମକୁ ଭଲ ପାଉଛନ୍ତି କି ତୁମ ସହ ଛଳନା କରୁଛନ୍ତି । ଯଦି ସେ ତୁମକୁ ଜାଣି ନାହିଁ ବୋଲି ଉତ୍ତରରେ କୁହନ୍ତି । ତେବେ ସେ ଆପଣଙ୍କୁ ପ୍ରକୃତରେ ଭଲ ପାଉଛନ୍ତି ବୋଲି ଜାଣିପାରିବେ ।

କାରଣ ଯିଏ ଅନ୍ୟ ଜଣଙ୍କର ରୂପ ବା କିଛି ନିର୍ଦ୍ଧିଷ୍ଟ କାମ ପାଇଁ ପସନ୍ଦ କରି ଭଲ ପାଇଥାଏ । ସେଥିରେ ଯେତେବେଳେ ପରିବର୍ତ୍ତନ ଆସିଥାଏ । ସେତେବେଳେ ତାଙ୍କର ଭଲ ପାଇବା ମଧ୍ୟ ତାଙ୍କ ପାର୍ଟନର ପ୍ରତି କମିଯାଇଥାଏ ।

ଦିତୀୟରେ ପାର୍ଟନରଙ୍କୁ ପଚାର ଯେ ତୁମ ପରିବାର ଲୋକ ତୁମ ବାହାଘର ଆଉ କାହା ସହ କରନ୍ତି ତ ! ତୁମେ କଣ କରିବ ? ସେ ଯଦି ଉତ୍ତରରେ କୁହନ୍ତି । ଏତେ ଅଧିକା କାହାର ହିମତ ନାହିଁ ତୁମ ଠାରୁ ମୋତେ କିଏ ଅଲଗା କରିପାରିବ । ତେବେ ସେ ଆପଣଙ୍କୁ ଭଲ ପାଉଛନ୍ତି ବୋଲି ଜାଣିପାରିବ । କାରଣ ସେ ତୁମକୁ ଭଲ ପାଉଛନ୍ତି ବୋଲି କୌଣସି ପରିସ୍ଥିତିରେ ବି ତୁମ ଠାରୁ ଅଲଗା ହେବାକୁ ଚାହୁଁନାହାନ୍ତି ।

ତୃତୀୟରେ ପାର୍ଟନରଙ୍କୁ ପଚାର ଯେ ତୁମେ ଆମ ସମ୍ପର୍କ ବିଷୟରେ ଭବିଷ୍ୟତରେ କଣ ଚାହୁଁଛ ? ତାଙ୍କ ଉତ୍ତର ଶୁଣି ଆପଣ ନିଶ୍ଚିତ ହୋଇପାରିବେ କି ! ତୁମେ ଯାହାଙ୍କୁ ଭଲ ପାଉଛ ସେ ଏହି ପ୍ରେମ ସମ୍ପର୍କର ଭବିଷ୍ୟତ ବାହାଘର ନା ଆଉ କିଛି ଚାହୁଁଛନ୍ତି । ଯାହା ଦ୍ଵାରା ସେ ତୁମକୁ ଭଲ ପାଉଛନ୍ତି କି ନାହିଁ ଏଥିରୁ ଜାଣି ପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button