ମନୋରଞ୍ଜନ

ଶୁଭସ୍ମିତା: ମ୍ୟୁଜିକ୍ ଭିଡିଓରୁ ଟେଲି ନାୟିକା – Kalinga News

[ad_1]

ଯୁବତୀଜଣକ ନିଜର ଇନଷ୍ଟାଗ୍ରାମରେ ରିଲ୍ସ କରି ପୋଷ୍ଟ୍‌ କରୁଥିଲେ। ବେଳେବେଳେ ଟିକ୍‌ଟକ୍ କରୁଥିଲେ। ଠିକ୍ ଏହି ସମୟରେ ନିର୍ଦ୍ଦେଶକ ରାଜୀବ ଗଣ୍ଡ ତାଙ୍କୁ ଯୋଗାଯୋଗ କରିଥିଲେ। ପ୍ରଶ୍ନ କରିଥିଲେ, ମ୍ୟୁଜିକ୍ ଭିଡିଓରେ ହିରୋଇନ୍ ହେବ? ଯୁବତୀ ଏକଥା ଶୁଣି ଖୁସି ହୋଇଥିଲେ। କିନ୍ତୁ ପରିବାର ଲୋକଙ୍କୁ ପଚାରି ଉତ୍ତର ଦେବି ବୋଲି କହିଥିଲେ। ପରିବାରର ସହମତିରେ ସେ ସମ୍ବଲପୁରୀ ମ୍ୟୁଜିକ୍ ଭିଡିଓ ‘ଇ ସୁନ୍ଦରୀ ନନୀ’ରେ ନାୟିକା ବନିଥିଲେ। ଏଠାରେ ଯେଉଁ ଯୁବତୀଙ୍କ କଥା କୁହାଯାଉଛି, ସେ ହେଲେ ଏବେକାର ଜଣାଶୁଣା ଟେଲି ନାୟିକା ଶୁଭସ୍ମିତା ରାଉତ। ତାଙ୍କୁ ଦର୍ଶକ ଏବେ ସିଦ୍ଧାର୍ଥ ଟିଭିରେ ପ୍ରସାରିତ ମେଗା ଧାରାବାହିକ ‘ମାୟା ଓ ମମତା’ରେ ଲିଡ୍ ରୋଲରେ ଦେଖିବାକୁ ପାଉଛନ୍ତି। ଏଥିରେ ତାଙ୍କ ଅଭିନୀତ ଚରିତ୍ର ହେଲା ପଲ୍ଲବୀ। ଆକାଶ ଓଝାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ମେଗା ଧାରାବାହିକରେ ଶୁଭସ୍ମିତାଙ୍କ ବିପକ୍ଷରେ ନାୟକ ଭୂମିକା ନିଭାଉଛନ୍ତି ଅଭିଷେକ ସାମଲ।

ଶୁଭସ୍ମିତା କହନ୍ତି, ‘‘୮ଟି ମ୍ୟୁଜିକ୍ ଭିଡିଓରେ କାମ କରିବା ପରେ ମୁଁ ସିଦ୍ଧାର୍ଥ ଟିଭିରେ ପ୍ରସାରିତ ମେଗା ଧାରାବାହିକ ‘ମାୟା ଓ ମମତା’ ପାଇଁ ଅଡିସନ୍ ଦେଇଥିଲି। ପ୍ରଯୋଜକ ସୀତାରାମ ଅଗ୍ରୱାଲ୍ ସାର୍ ମୋର ୬ଥର ଅଡିସନ୍ ନେବା ପରେ ପଲ୍ଲବୀ ଭୂମିକା ଲାଗି ମନୋନୀତ କରିଥିଲେ। ତା ପୂର୍ବରୁ ମୁଁ ରିଆଲିଟି ସୋ’ ‘ରଜ ସୁନ୍ଦରୀ’ରେ ଅଂଶ ଗ୍ରହଣ କରିଥିଲି। ପଲ୍ଲବୀ ଭୂମିକାରେ ଅଭିନୟ କରି ମୋତେ ଦର୍ଶକଙ୍କ ଭଲ ପାଇବା ମିଳିଛି।
କଟକର ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟରୁ ଗୃହବିଜ୍ଞାନ ଅନର୍ସ ସହ ଯୁକ୍ତ ତିନି ଶିକ୍ଷା ସମାପ୍ତ କରିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button