ଖେଳ ଖବର

ଅଫ୍‌ ସାଇଡ୍‌: ପ୍ରଥମ ଗେ’ ଫୁଟ୍‌ବଲର୍‌ଙ୍କ ପ୍ରେମ ନିବେଦନ – Kalinga News

[ad_1]

ଖୁଲମଖୁଲା ପ୍ରେମ ନିବେଦନ କରିବାରେ ଜୋସ କାଭାଲୋ ପ୍ରଥମ ଗେ’ (ପୁରୁଷ ସମଲିଙ୍ଗି) ଫୁଟ୍‌ବଲର ହୋଇଛନ୍ତି। ତାଙ୍କ କ୍ଲବ୍‌ ଆଡିଲେଡ୍‌ ୟୁନାଇଟେଡ୍‌ର ଷ୍ଟାଡିୟମ୍‌ରେ ସେ ନିଜ ପ୍ରେମିକକୁ ପ୍ରେମ ନିବେଦନ କରିଛନ୍ତି। ୨୦୨୧ରେ କାଭାଲୋ ନିଜକୁ ‌ଗେ’ ବୋଲି ଘୋଷଣା କରିଥିଲେ। ଦର୍ଶକଶୂନ୍ୟ ହିନ୍ଦମାର୍ସ ଷ୍ଟାଡିୟମ୍‌ରେ କାଭାଲୋ ଗୋଟିଏ ଆଣ୍ଠୁ ମାଡ଼ି ନିଜ ପ୍ରେମିକ ଲିଟନ ମୋରେଲଙ୍କୁ ପ୍ରେମ ନିବେଦନ କରିଥିଲେ। ଏହି ଫଟୋକୁ କାଭାଲୋ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି। ଶିରୋନାମ ରଖିଛନ୍ତି, ‘‘ମୋ ପ୍ରେମିକଙ୍କ ସହିତ ଏହି ବର୍ଷ ଆରମ୍ଭ। ମିଃ ଏବଂ ମିଃ ଶୀଘ୍ର ଆସୁଛନ୍ତି। ଏହି ସ୍ବତନ୍ତ୍ର ବ୍ୟବସ୍ଥା ପାଇଁ ଆଡିଲେଡ୍ ୟୁନାଇଟେଡ୍‌କୁ ଧନ୍ୟବାଦ’’। ପୁଣି ଏକ ଶିରୋନାମରେ ଲେଖିଛନ୍ତି, ‘‘ଫୁଟ୍‌ବଲ୍‌ରେ ତୁମେ ଏକ ସୁରକ୍ଷିତ ସ୍ଥାନ ଦେଇଛ, ଯାହା ମୁଁ କେବେ ସ୍ବପ୍ନରେ ଭାବି ନଥିଲି। ଯେଉଁଠାରେ ଆରମ୍ଭ ହୋଇଥିଲା ସେହି ପିଚ୍‌ରେ ଏହି ସ୍ବତନ୍ତ୍ର ମୁହୂର୍ତ୍ତକୁ ସାକ୍ଷୀ ରଖିବାରେ ସହଯୋଗ କରିଛ’’। ଏହି ସ୍ପେନ୍‌ ଖେଳାଳିଙ୍କୁ ବିଶ୍ବର ପ୍ରମୁଖ କ୍ଲବ୍‌ ଲିଭରପୁଲ, ଟଟେନହାମ ହଟ୍ସପୁର, ଏସି ମିଲାନ ଓ ବାର୍ସିଲୋନା ସହ ଫିଫା ଅଭିନନ୍ଦନ ଜଣାଇଚି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button