ଖେଳ ଖବର

ବନ୍ଧୁଙ୍କ ସ୍ତ୍ରୀଙ୍କୁ ବିବାହ କରିଥିବା କ୍ରିକେଟର ଏବେ କେଉଁଠି ? ଉଜାଡ଼ି ଦେଇଥିଲେ ବନ୍ଧୁଙ୍କ ସଂସାର – Kalinga News

[ad_1]

କୋଲକାତା: କ୍ରିକେଟର ନିଜର ବ୍ୟକ୍ତିଗତ ଜୀବନ ନେଇ ପ୍ରାୟତଃ କିଛି ତଥ୍ୟ ପ୍ରଦାନ କରି ନ ଥାନ୍ତି। ସେମାନଙ୍କ ଜୀବନରେ ସବୁକିଛି ଚୁପ୍ ଚାପ୍ ଚାଲିଥାଏ। ବଡ଼ ଘର ବଡ଼ ଗୁମର କଥା ବୋଲି ବାହାରକୁ ସବୁ ଠିକ୍ ଜଣାପଡୁଥିଲେ ମଧ୍ୟ ଭିତରେ କିଛି ବି ଠିକ୍ ନ ଥାଏ। ଦାମ୍ପତ୍ୟ ଜୀବନରେ ଝଡ଼ ବହୁଥିଲେ ମଧ୍ୟ ବାହାରକୁ ସବୁକିଛି ଶାନ୍ତ ରହିଥାଏ।
ଏଭଳି ଜଣେ ଭାରତୀୟ କ୍ରିକେଟର ଅଛନ୍ତି ସେ ନିଜ ବନ୍ଧୁଙ୍କ ଜୀବନରେ ଜହର ମିଶାଇଥିଲେ। ବନ୍ଧୁଙ୍କ ଦାମ୍ପତ୍ୟ ଜୀବନ ଉଜାଡ଼ି ବନ୍ଧୁଙ୍କ ସ୍ତ୍ରୀଙ୍କୁ ବିବାହ କରିଥିଲେ। ସେ ଭାରତୀୟ କ୍ରିକେଟର ହେଉଛନ୍ତି ମୂରଲୀ ବିଜୟ। ସେ ବନ୍ଧୁ ଦିନେଶ କାର୍ତ୍ତିକଙ୍କ ସ୍ତ୍ରୀଙ୍କୁ ବିବାହ କରି ଚର୍ଚ୍ଚାରେ ରହିଥିଲେ।

ଟିମ୍ ଇଣ୍ଡିଆର ୱିକେଟକିପର ତଥା ବ୍ୟାଟ୍ସମ୍ୟାନ ଦିନେଶ କାର୍ତ୍ତିକ ନିଜ ପିଲାଦିନର ବାନ୍ଧବୀ ନିକିତାଙ୍କୁ ୨୦୦୭ରେ ବିବାହ କରିଥିଲେ। ଏହା ପରେ ୨୦୧୨ ଆଇପିଏଲରେ ନିକିତାଙ୍କର ସାକ୍ଷାତ୍ ଦିନେଶଙ୍କର ବନ୍ଧୁ ମୂରଲୀଙ୍କ ସହିତ ହୋଇଥିଲା। ଦୁହିଁଙ୍କ ମଧ୍ୟରେ ନିବିଡ଼ତା ବୃଦ୍ଧି ପାଇଥିଲା। ପରେ ସେମାନଙ୍କ ସମ୍ପର୍କ ଅଗକୁ ବଢ଼ିଥିଲା। ଦିନେଶ ସବୁ ଜାଣିବା ପରେ ନିକିତାଙ୍କୁ ଛାଡ଼ପତ୍ର ଦେଇଥିଲେ। ଏହାପରେ ମୂରଲୀ ନିକିତାଙ୍କୁ ବିବାହ କରିଥିଲେ।
ପରେ ୨୦୧୫ରେ ଦିନେଶ ସ୍କାଶ୍ ଖେଳାଳି ଦୀପିକା ପଲ୍ଲିକଲଙ୍କୁ ବିବାହ କରିଥିଲେ। ଏବେ ତାଙ୍କର ୨ ସନ୍ତାନ ଅଛନ୍ତି।
ତେବେ ମୂରଲୀ କ୍ରିକେଟକୁ ଗତ ବର୍ଷ ଅଲବିଦା କହିଛନ୍ତି। ସେ ଖେଳରୁ ସନ୍ୟାସ ଘୋଷଣା କରି ବିଦେଶରେ ଖେଳିବା ପାଇଁ ଯୋଜନା କରିଥିଲେ ମଧ୍ୟ ଏବେ ସେ କ୍ଷେତ୍ରରେ କୌଣସି ଅଗ୍ରଗତି କରି ପାରି ନାହାନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button