ମନୋରଞ୍ଜନ

ମୋଦୀଜୀ ଯାହା ପ୍ରତିଶ୍ରୁତି ଦେଇଥିଲେ ତାହା କରି ଦେଖାଇଛନ୍ତି: ସୀମା ହାଇଦର – Kalinga News

[ad_1]

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନର ଅଳ୍ପ କିଛିଦିନ ପୂର୍ବରୁ କେନ୍ଦ୍ର ସରକାର ସୋମବାର ନାଗରିକତା ସଂଶୋଧନ ଆଇନ (ସିଏଏ) ବିଜ୍ଞପ୍ତି ଜାରି କରିଥିଲେ। ସଂସଦରେ ପ୍ରବଳ ବିରୋଧ ମଧ୍ୟରେ ଉକ୍ତ ବିଲ୍‌ ୨୦୧୯ ମସିହା ଡିସେମ୍ବର ମାସରେ ଗୃହୀତ ହୋଇଥିଲା। ପ୍ରଥମ ଥର ପାଇଁ ଧର୍ମ ଆଧାରରେ ନାଗରିକତା ପ୍ରଦାନ ବ୍ୟବସ୍ଥା ଏହି ଆଇନରେ ରହିଛି। ସିଏଏକୁ ବିରୋଧ କରି ଦୀର୍ଘଦିନ ଧରି ଆନ୍ଦୋଳନ ଚାଲିଥିଲା। ଆନ୍ଦୋଳନ ଏବଂ ପୁଲିସ କାର୍ଯ୍ୟାନୁଷ୍ଠାନ ଯୋଗୁ ୧୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା। ବିରୋଧୀ ଦଳ ସମେତ ଅଣ ବିଜେପି ରାଜ୍ୟଗୁଡ଼ିକ ଏହି ଆଇନକୁ ଦୃଢ଼ ବିରୋଧ କରିଥିଲେ। ଏବେ ସିଏଏ ବିଜ୍ଞପ୍ତି ଜାରି ହେବା ପରେ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି।

ଏମଧ୍ୟରେ କିଛି ଲୋକ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିଥିବା ବେଳେ କିଛି ପ୍ରଶଂସା କରିଥିବା ଦେଖାଯାଇଛି। ପାକିସ୍ତାନରୁ ପ୍ରେମରେ ପଡ଼ି ଭାରତ ଆସିଥିବା ସୀମା ହାଇଦର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରିଥିବା ସାମ୍ନାକୁ ଆସିଛି। ଏକ ଭିଡିଓ ଜାରି କରି ସେ ପ୍ରଧାନମନ୍ତ୍ରୀ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି। ଭିଡିଓରେ ସେ କହିଛନ୍ତି, “ଭାରତ ସରକାର ଆଜି ଆମ ଦେଶରେ ନାଗରିକତା ସଂଶୋଧନ ଆଇନ (ସିଏଏ) ଲାଗୁ କରିଛନ୍ତି। ଆମେ ଏଥିରେ ବହୁତ ଖୁସି ଏବଂ ଏଥିପାଇଁ ସରକାରଙ୍କୁ ଅଭିନନ୍ଦନ ଜଣାଉଛୁ। ପ୍ରକୃତରେ ମୋଦୀଜୀ ଯାହା ପ୍ରତିଶ୍ରୁତି ଦେଇଥିଲେ ତାହା କରି ଦେଖାଇଛନ୍ତି। ମୁଁ ତାଙ୍କ ନିକଟରେ ଋଣୀ ହୋଇ ରହିବି। ତାଙ୍କୁ ବହୁତ ବହୁତ ଧନ୍ୟବାଦ। ” ଭିଡିଓ ଶେଷରେ ‌ସେ ମୋଦୀ ଜିନ୍ଦାବାଦ୍…ଯୋଗୀ ଜିନ୍ଦାବାଦ କହୁଥିବା ଦେଖିବାକୁ ମିଳିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button