ମନୋରଞ୍ଜନ

ଜୀବନ ଯୁଦ୍ଧ‌ରେ ହାରିଗଲେ ବରିଷ୍ଠ ସିନେ ପ୍ରଯୋଜକ – Kalinga News

[ad_1]

ନୂଆଦିଲ୍ଲୀ: ବଲିଉଡରୁ ମଙ୍ଗଳବାର ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ୯୦ଦଶକର ଲୋକପ୍ରିୟ ବଲିଉଡ ପ୍ରଯୋଜକ ଧୀରଜଲାଲ ଶାହଙ୍କ ଗତ ସେମାବ‌ାର ପରଲୋକ ହୋଇଥିବା ଇଣ୍ଡିଆନ ଫିଲ୍ମ ଟିଭି ପ୍ରଡ୍ୟୁସର୍ସ କାଉନସିଲ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦେଇଛି।

ଇଣ୍ଡିଆନ ଫିଲ୍ମ ଟିଭି ପ୍ରଡ୍ୟୁସର୍ସ କାଉନସିଲ ଏକ୍ସରେ ଏକ ପୋଷ୍ଟ ସେୟାର କରି ସୂଚିତ କରିଛି କି, ଆପଣମାନଙ୍କ ପାଇଁ ଏକ ଦୁଃଖଦ ଖବର। ଆମ ଷ୍ଟୁଡିଓ ଏବଂ ଟାଇମ ଭିଡିଓ ମାଲିକ ଧୀରଜଲାଲ ନାନଜୀ ଶାହଙ୍କ ପରଲୋକ ହୋଇଛି। ତାଙ୍କ ପରିବାର ଓ ଫ୍ୟାନ୍ସଙ୍କୁ ସାନ୍ତ୍ବନା। ଓମ ଶାନ୍ତି।

ସୂଚନାଯୋଗ୍ୟ, ଦୀର୍ଘଦିନରୁ ଧୀରଜଲାଲ ଅସୁସ୍ଥ ହୋଇ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।  ଗତ ୨୦ଦିନ ଭିତରେ ତାଙ୍କ ସ୍ବାସ୍ଥ୍ୟାବସ୍ଥ‌ା ଅଧିକରୁ ଅଧିକ ବିଗିଡ଼ିବାକୁ ଲାଗିଥିଲା। ତେଣୁ ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିଲା। ଗତ ସୋମବାର ଡାକ୍ତରଙ୍କ ଅନେକ ଚେଷ୍ଟାପରେ ବି ଧୀରଜଲାଲ ଶାହା ଜୀବନ ଯୁଦ୍ଧରେ ହାରି ଯାଇଥି‌ଲେ।

ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଧୀରଜଲାଲଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ଭାଇ ହସମୁଖ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button