ସ୍ୱାସ୍ଥ୍ୟ

ଗର୍ଭାବସ୍ଥାର ଅଷ୍ଟମ ମାସ ସମୟର କିଛି ମୂଲ୍ୟବାନ କଥା ଜାଣି ନିଅନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଗର୍ଭାସ୍ଥାର ଅଷ୍ଟମ ମାସ କିଛି ମୂଲ୍ୟବାନ କଥା। ବନ୍ଧୁଗଣ ଗର୍ଭାସ୍ଥାର ଅଷ୍ଟମ ମାସ ବହୁତ ହିଁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଏହି ସମୟରେ ଆପଣଙ୍କ ଗର୍ଭସ୍ଥ ଶୁଶୁର ଓଜନ ବହୁତ ଶୀଘ୍ର ବୃଦ୍ଧି ହେବ। ଏବଂ ଗର୍ଭବତୀ ମହିଳାଙ୍କ ଠାରେ ମଧ୍ୟ ଅନେକ ଗୁଡିଏ ପରିବର୍ତ୍ତନ ଆସିଥାଏ। ଏହି ସମୟରେ କେଉଁ କେଉଁ ଦିଗ ପ୍ରତ ଧ୍ୟାନ ଦେବା ଆବଶ୍ୟକ। ସମୟ ପୂର୍ବରୁ ପ୍ରସବରୁ ରକ୍ଷା ପାଇବା ପାଇଁ କଣ କଣ କରିବାକୁ ହେବ ନର୍ମାଲ ଡେଲିଭାରି ପାଇଁ ଆପଣଙ୍କୁ କଣ କଣ କରିବାକୁ ହେବ। ଶିଶୁର ଉପଯୁକ୍ତ ବୃଦ୍ଧି ପାଇଁ କଣ କରିବାକୁ ହେବ। କେଉଁ ସବୁ ଲ୍ୟାପ ଟେଷ୍ଟ କିମ୍ବା ସନଗ୍ରାଫି କରିବା ଦରକାର। ଏହି ସମସ୍ତ ବିଷୟରେ ଆସନ୍ତୁ ଜାଣିବା।

ପ୍ରଥମ କଥା। ପ୍ରେଗନେନ୍ସିର ଅଷ୍ଟମ ମାସରେ ଶିଶୁ ସହିତ କଣ ସବୁ ନୂଆ ହୋଇଥାଏ। ପ୍ରେଗନେନ୍ସିର ଅଷ୍ଟମ ମାସରେ ଶିଶୁ ପାଖରେ ଅନେକ ଗୁଡିଏ ପରିବର୍ତ୍ତନ ହୋଇଥାଏ। ସବୁଠାରୁ ବଡ଼ ପରିବର୍ତନ ତାର ଉଚ୍ଚତା ଏବଂ ଓଜନରେ ହୋଇଥାଏ। ଶିଶୁର ଓଜନ ବହୁତ ଶୀଘ୍ର ବୃଦ୍ଧି ହୋଇଥାଏ। ସପ୍ତମ ମାସରେ ଶିଶୁର ଓଜନ ୧ କେଜିରୁ ୧.୨ କେଜି ହୋଇଥିବା ବେଳେ ଅଷ୍ଟମ ମାସରେ ଏହା ବୃଦ୍ଧି ପାଇ ଅଷ୍ଟମ ମାସରେ ୨ରୁ ୨.୨ କିମ୍ବା ୨. ୫ କେଜି ପର୍ଯ୍ୟନ୍ତ ହୋଇଯାଇଥାଏ। ଓଜନ ବୃଦ୍ଧିରେ ମଧ୍ୟ ଡିମ୍ଫାରେଣ୍ଟ ଦେଖାଯାଇଥାଏ। ବେଳେବେଳେ ଜଣେ ଜଣେ ପ୍ରେଗନେଟ ମହିଳାଙ୍କ ଶିଶୁର ଓଜନ ୩ କେଜି ଯାଏଁ ମଧ୍ୟ ହୋଇଯାଇଥାଏ। ଏହି ଅଷ୍ଟମ ମାସରେ ଶିଶୁର ଓଜନର ବୃଦ୍ଧି ବିଭିନ୍ନ କାରଣ ଉପରେ ନିର୍ଭର କରିଥାଏ। ମହିଳାଙ୍କ ଫିଜିକାଲ ଏକ୍ଟିଭିଟି କମ ହେଲେ ଶିଶୁର ଓଜନ ଶୀଘ୍ର ବୃଦ୍ଧି ପାଇଥାଏ।

ବେଳେବେଳେ ମହିଳାଙ୍କୁ ଉଚ୍ଚ ରକ୍ତଚାପ କିମ୍ବା ପ୍ଲାସେଣ୍ଟା ପ୍ରିଭିୟା ପାଇଁ ଡାକ୍ତର ବେଡ଼ ରେଷ୍ଟର ପରାମର୍ଶ ଦେଇଥାନ୍ତି। ଏହି ବେଡ଼ରେଷ୍ଟ ହେଲେ ଶିଶୁର ଓଜନ ବହୁତ ଶୀଘ୍ର ବୃଦ୍ଧି ହୋଇଥାଏ। ସେହିପରି ଯଦି ପାଣି କମ ଥିଲେ ଶିଶୁର ଓଜନ ଶୀଘ୍ର ବୃଦ୍ଧି ହୋଇନଥାଏ। ବେଳେବେଳେ ନବମ ମାସ ହୋଇଗଲେ ମଧ୍ୟ ଶିଶୁର ଓଜନ ୨ କେଜି ରୁ ୨.୫୦ କେଜି ଯାଏଁ ହୋଇଥାଏ। ତେବେ ଯଦି ଶିଶୁର ଓଜନ ଅଧିକ ବଢୁନାହିଁ ତେବେ ଟେନସନ ନେବାର କୌଣସି କାରଣ ନାହିଁ। କାରଣ ଶିଶୁ ଜନ୍ମ ହେବା ପରେ ମଧ୍ୟ ତାର ଓଜନ ବୃଦ୍ଧି ହୋଇଥାଏ। ଏହି ସମୟରେ ଶିଶୁର ଫୁସଫୁସ ସମ୍ପୂର୍ଣ୍ଣ ବିକଶିତ ହୋଇଯାଇଥାଏ। ତେଣୁ ଯଦି ପ୍ରୀଟନ ଡେଲିଭରି ହେଲେ ମଧ୍ୟ ଶିଶୁ ଆରାମରେ ସରଭ୍ରାଇବ କରିଯାଇଥାଏ। ଏହି ସମୟରେ ଶିଶୁର ବ୍ରେନ ମଧ୍ୟ ବିକଶିତ ହୋଇଯାଇଥାଏ। ହାତ ଗୋଡ଼ର ମୋମେଣ୍ଟ ସକିଙ୍ଗ କରିବାର କ୍ଷମତା ମଧ୍ୟ ଆସିଯାଇଥାଏ। ଏହି ସମୟରେ ଶିଶୁର ଏଲିମେଣ୍ଟାରୀ କେନାଲ ବା ସମ୍ପୂର୍ଣ ଖାଦ୍ୟ ନଳୀର ବିକାଶ ହୋଇଯାଇଥାଏ।

ଦ୍ଵିତୀୟରେ। ଶିଶୁର ପଜିସନ। ଅନେକ ମହିଳାଙ୍କ ଠାରେ ପ୍ରେଗନେନ୍ସିର ଅଷ୍ଟମ ମାସରେ ବି ଶିଶୁର ପଜିସନ ଠିକ ହୋଇନଥାଏ। ଶିଶୁର ମୁଣ୍ଡ ଉପରେ ରହିଥାଏ। ତେଣୁ ସେମାନେ ଚିନ୍ତାରେ ପଡ଼ି ଯାଇଥାନ୍ତି ଯେ ନର୍ମାଲ ଡେଲିଭରି ହେବ ନାଁ ନାହିଁ। ମନେରଖନ୍ତୁ ଅନେକ କ୍ଷେତ୍ରରେ ଅଷ୍ଟମ ମାସ ଶେଷରେ କିମ୍ବା ନବମ ମାସ ଆରମ୍ଭରେ ମଧ୍ୟ ଶିଶୁ ବୁଲିଯାଇଥାଏ ଏବଂ ତାର ମୁଣ୍ଡ ତଳକୁ ଆସିଯାଇଥାଏ ଏବଂ ସର୍ଭିକାଲ କେନାଲରେ ଫିକ୍ସ ହୋଇଯାଇଥାଏ। ତେଣୁ ପ୍ରେଗନେନ୍ସିର ଅଷ୍ଟମ ମାସରେ ଯଦି ଶିଶୁ ଓଲଟା ଅଛି କିମ୍ବା କ୍ରସ ହୋଇକି ରହିଛି ତେବେ ତାକୁ ନେଇ ଚିନ୍ତା କରିବାର ଆବଶ୍ୟକତା ନାହିଁ।

ତୃତୀୟ। ଶିଶୁର ମୋମେଣ୍ଟର ପରିବର୍ତ୍ତନ। ଅଷ୍ଟମ ମାସରେ ଅନେକ ମହିଳା ଶିଶୁର ମୋମେଣ୍ଟ କୁ ନେଇ ଚିନ୍ତାରେ ପଡିଯାଇଥାନ୍ତି। ଶିଶୁର ମୋମେଣ୍ଟ ପୂର୍ବ ଅପେକ୍ଷା ବହୁତ କମ ହୋଇଯାଇଥାଏ। ପୂର୍ବରୁ ଯେମିତି ଶିଶୁ ଗର୍ଭାଶୟରେ ପୁରା ବୁଲି ଯାଉଥିଲା ଆଉ ସେମିତି ହୋଇନଥାଏ। ଶିଶୁର ମୋମେଣ୍ଟ କମି ଯାଇଥାଏ। କାରଣ ଏହି ସମୟରେ ଶିଶୁର ଆକାର ଗର୍ଭାଶୟ ଆକାରରେ ହୋଇଯାଇଥାଏ ଏବଂ ଗର୍ଭାଶୟରେ ପାଣି ମଧ୍ୟ କମିଯାଇଥାଏ। ତେଣୁ ଆଗ ଭଳିଆ ଆଉ ମୋମେଣ୍ଟ ହୋଇନଥାଏ କିନ୍ତୁ ଏହି ସମୟରେ ସେ ହାତ ଏବଂ ଗୋଡ଼ରେ କିପ କରିଥାଏ। ଯାହା ଆପଣ ଭଲସେ ଫିଲ କରିପାରିବେ। ତେଣୁ ପ୍ରେଗନେନ୍ସିର ଅଷ୍ଟମ ମାସରେ ଯଦି ଶିଶୁର ମୋମେଣ୍ଟ କମି ଯାଇଛି ତେବେ ଏହାକୁ ନେଇ ଚିନ୍ତା କରିବାର ଆବଶ୍ୟକତା ନାହିଁ।

ଚତୁର୍ଥ । ପ୍ରେଗନେନ୍ସିର ଅଷ୍ଟମ ମାସରେ ବେକ ଏବଂ ହିପ କଣ୍ଟ୍ରାକସନ ସମସ୍ୟା ଦେଖା ଦେଇଥାଏ। ଏହି ସମୟରେ ଆପଣଙ୍କୁ ଲାଗିବ ଯେ ଲେବର ପେନ ଆରମ୍ଭ ହୋଇଯାଇଛି। ଏହି ସମୟରେ ବେଳେବେଳେ ପେଟ ପୁରା ସଙ୍କୁଚିତ ହୋଇଯାଇଥାଏ ଏବଂ ପେନ ହୋଇଥାଏ ପୁଣି କିଛି ସମୟ ପରେ ଏହି ପେନ ଦୂର ହୋଇଯାଇଥାଏ। ଏହି ପ୍ରକାରର ପେନ ଡେଲିଭରି ପାଇଁ ପରିପାରେସନ କରିଥାଏ। ତେଣୁ ପ୍ରେଗନେନ୍ସିର ଅଷ୍ଟମ ମାସରେ ଯଦି ଏମତି ପେନ ହେଉଛି ତେବେ ତାକୁ ନେଇ ଡ଼ରନ୍ତୁ ନାହିଁ। ଏହା ନର୍ମାଲ ହୋଇଥାଏ। କିନ୍ତୁ ପେନ ସହିତ ଯଦି ପାଣି ଲିକ ହୋଇଥାଏ କିମ୍ବା ରକ୍ତଶ୍ରାବ ହେବାକୁ ଲାଗେ ତେବେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ।

ପଞ୍ଚମ। ବାରମ୍ବାର ପରିଶ୍ରା ଲାଗିବା। ଏହି ସମୟରେ ବାରମ୍ବାର ପରିଶ୍ରା ଲାଗିଥାଏ। ଏହା ବ୍ୟତୀତ ଏହି ସମୟରେ ଜୋରରେ ହସି ଦେଲେ କିମ୍ବା କାଶୀ ଦେଲେ ଆପେ ଆପେ ୟୁରିନ ବାହାରି ଯାଇଥାଏ ଏହା ନର୍ମାଲ ହୋଇଥାଏ। ଡେଲିଭରିର ୨ ରୁ ୩ ମାସ ପରେ ଏହି ସମସ୍ୟା ଆପେ ଆପେ ଦୂର ହୋଇଯାଇଥାଏ।

ଷଷ୍ଠ। ବର୍ଦ୍ଧିତ ପେଟ ଯୋଗୁ ସମସ୍ୟା। ବର୍ଦ୍ଧିତ ପେଟ ଯୋଗୁ ମହିଳାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ବସିବା ଉଠିବାରେ ସମସ୍ୟା ହୋଇଥାଏ। ରାତିରେ ଠିକରେ ନିଦ ହୋଇନଥାଏ ପେଟରେ ଏସିଡିଟି ସମସ୍ୟା ହୋଇଥାଏ। ବାନ୍ତି ଲାଗିଥାଏ ଏହି ସମୟରେ ଅଣ୍ଟା ବିନ୍ଧି ଥାଏ। ଏସିଡିଟି ଯୋଗୁ ରାତି ସାରା ହୁକୁଟି ଆସିଥାଏ। ପେଟ ଭାରି ଭାରି ଲାଗିଥାଏ। ଏହିସବୁ ୮ ମାସର କମାଲର ଲକ୍ଷଣ ହୋଇଥାଏ। ତେଣୁ ଏହିସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ରାତିରେ ବହୁତ ଶୀଘ୍ର ଅର୍ଥାତ ୭ ଟାରୁ ୮ ଟା ବେଳେ ଡିନର କରନ୍ତୁ ଏବଂ ରାତିରେ କେବଳ କ୍ଷୀର ପିଇକି ଶୋଇଯାଆନ୍ତୁ।

ସପ୍ତମ। ଏହି ସମୟରେ ପେଟର ଆକାର ବଡ଼ ହୋଇଯାଇ ତଳକୁ ଖସି ଯାଇଥାଏ। କାରଣ ବେବିର ମୋମେଣ୍ଟ ପରିଵର୍ତନ ହୋଇଯାଇଥାଏ। ଯେହେତୁ ଶିଶୁଟି ତଳକୁ ଖସି ଯାଇଛି ତେଣୁ ପେଟ ମଧ୍ୟ ତଳକୁ ଖସିଯିବ। ଏହି ସମୟରେ ପାଣି ମଧ୍ୟ କମି ଯାଇଥାଏ। ତେଣୁ ପେଟର ଆକାର ହ୍ରାସ କରିଥାଏ। ଅଷ୍ଟମ। ତ୍ଵଚାରେ ଇରିଟେସନ ହେବା। ପ୍ରେଗନେନ୍ସିର ଅଷ୍ଟମ ମାସରେ ତ୍ଵଚାରେ ଇରିଟେସନ ହୋଇଥାଏ। ଏହା ଡ୍ରାଇ ସ୍କିନ ହେବା ଯୋଗୁ ହୋଇଥାଏ। ଏହା ବ୍ୟତୀତ ପେଟରେ ମଧ୍ୟ ଇରିଟେସନ ହୋଇଥାଏ। ତ୍ୱଚା ଟ୍ରେସ ହେବା ଯୋଗୁ ଏଥିରେ ଇରିଟେସନ ହୋଇଥାଏ।

ନବମ। ଅନେକ ମହିଳାଙ୍କୁ ଅଷ୍ଟମ ମାସରେ ଅନେକ ଗୁଡିଏ କଥାକୁ ନେଇ ଇଂଜିଯାଇଟି ଆସିଥାଏ। ଯେଉଁଥିରେ ପ୍ରେଗନେନ୍ସି ନର୍ମାଲ ହେବ ନାଁ ସିଯାରିଂ ହେବ ପୁଅ ହେବ ନାଁ ଝିଅ ହେବ। କେମିତି କଷ୍ଟ ହେବ ଏହିସବୁ କଥାକୁ ନେଇ ଡର ଲାଗିରହିଥାଏ। ନର୍ମାଲ କିମ୍ବା ସିଯାରିଂକୁ ନେଇ ଆଦୌ ଚିନ୍ତା କରନ୍ତୁ ନାହିଁ। ଏହା ଡାକ୍ତରଙ୍କ ଉପରେ ଛାଡ଼ିଦେବା ଉଚିତ।

ଦଶମ। ଲ୍ୟାପ ଟେଷ୍ଟ। ପ୍ରେଗନେନ୍ସିର ଅଷ୍ଟମ ମାସରେ ଆପଣଙ୍କୁ ବ୍ଲଡ଼ସୁଗର ଏବଂ ହିଂଗ୍ଲୋବିନ ଟେଷ୍ଟ କରିବାକୁ ହେବ। କାରଣ ହିଂଗ୍ଲୋବିନର ଅଭାବ ହେଲେ ତେବେ ସିଜରିଂ ଡେଲିଭରି ହୋଇଥାଏ। ତେବେ ରକ୍ତର ଅଧିକ ଆବଶ୍ୟକତା ହୋଇଥାଏ। ତେଣୁ ଉପଯୁକ୍ତ ପରିମାଣରେ ଆଇରନ ଥିବା ଖାଦ୍ୟ ଖାଆନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button