ସ୍ୱାସ୍ଥ୍ୟ

ଖାଇବା ପୂର୍ବରୁ ପାଣି ପିଇବା ଭଲ ନା ପରେ; ଜାଣନ୍ତୁ…

Drinking Water: ଖାଦ୍ୟଠୁ ଅଧିକ ଆମ ଶରୀରକୁ ପାଣିର ଆବଶ୍ୟକତା ରହିଥାଏ। ମଣିଷ ଖାଦ୍ୟ ବିନା କିଛି ଦିନ ବଞ୍ଚିପାରେ କିନ୍ତୁ ପାଣି ବିନା ବଞ୍ଚିବା କଷ୍ଟକର। ପାଣିର ଆବଶ୍ୟକ ଆମକୁ ସବୁ ସମୟରେ ପଡ଼ିଥାଏ। କିନ୍ତୁ କିଛି ଲୋକ ଖାଦ୍ୟ ଖାଇବାର ଏକ ଘଣ୍ଟା ପୂର୍ବରୁ ପାଣି ପିଅନ୍ତି।

ସେହିପରି ଆଉ କିଛି ଖାଇବା ସମୟରେ ଅଧିକ ପାଣି ପିଅନ୍ତି। କିଛି ଲୋକ ଖାଇବା ପରେ ଅଧିକ ପାଣି ପିଅନ୍ତି। କିନ୍ତୁ ପ୍ରକୃତରେ ଜଣେ ବ୍ୟକ୍ତି କେତେବେଳେ ପାଣି ପିଇବା ଭଲ ଆସନ୍ତୁ ଜାଣିବା। ଏକ୍ସପର୍ଟ କହିଛନ୍ତି ଯେ ଖାଇବା ପୂର୍ବରୁ ପାଣି ପିଇବାର ଅନେକ ଲାଭ ମିଳିଥାଏ।

କାରଣ ଏହା ପର୍ଯ୍ୟାପ୍ତ ପରିମାଣର ଜଳ ଯୋଗାଇ ଶରୀରକୁ ହାଇଡ୍ରେଟ୍ କରିବାରେ ସାହାଯ୍ୟ କରେ। ସେଥିପାଇଁ ପୁଷ୍ଟିକର ଏକ୍ସପର୍ଟ୍ସ କହିଛନ୍ତି ଯେ ଖାଇବାର ଅଧ ଘଣ୍ଟା ପୂର୍ବରୁ ଏକ ଗ୍ଲାସ ପାଣି ପିଇବା ଦେହ ଭଲ।

ଖାଇବା ସମୟରେ ଖାଦ୍ୟ ସହିତ ପାଣି ପିଇବା ଦ୍ୱାରା ହଜମ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇପାରେ। କିନ୍ତୁ ଏକ୍ସପର୍ଟ କହିଛନ୍ତି ଯେ ଯଦି ଆମେ ଟିକିଏ ଟିକିଏ କରି ପାଣି ପିଇବା ତେବେ କୌଣସି ଅସୁବିଧା ହେବନାହିଁ।

ଖାଇବା ପରେ ପାଣି ପିଇବାର ଅନେକ ଲାଭ ରହିଛି। ପାଣି ପିଇବା ଦ୍ବାରା ଦାନ୍ତ ମଧ୍ୟରେ ଲାଗିଥିବା ଖାଦ୍ୟ କଣିକା ବାହାରି ଯାଇଥାଏ। ଏହା ଦାନ୍ତ କ୍ଷୟକୁ ମଧ୍ୟ ରୋକିଥାଏ।

ଏହା ସହିତ ହଜମ ପ୍ରକ୍ରିୟା ମଧ୍ୟ ସୁରୁଖୁରୁରେ ଚାଲିଥାଏ। ସେଥିପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ଯେ ଖାଇବା ପୂର୍ବରୁ ଏବଂ ପରେ ପାଣି ପିଇବା ଭଲ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button