୨୨ରେ ବାଜିବ ‘ବିଗୁଲ୍’ – Kalinga News
[ad_1]
ଆଗାମୀ ୨୨ ତାରିଖରେ ପରଦାକୁ ଆସିବ ନୂଆ ଓଡ଼ିଆ ସିନେମା ‘ବିଗୁଲ୍’। ଏହାର କଥାବସ୍ତୁ ଓଡ଼ିଶାର ଦଣ୍ଡନାଚ ଉପରେ ଆଧାରିତ। ଏହି ପରମ୍ପରାକୁ ନେଇ କିଛି ଅନ୍ଧବିଶ୍ବାସ ଆମ ସମାଜରେ ଆଜି ବି ପ୍ରଚଳିତ। ଯେମିତି, ରାତିରେ ଠାକୁରାଣୀ ବାହାରନ୍ତି। ଏଭଳି ଅନ୍ଧବିଶ୍ବାସରୁ ମୁକୁଳିବା ଲାଗି ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ‘ବିଗୁଲ୍’ ନିର୍ମିତ ହୋଇଛି। ଗାଁର ଜଣେ ଶିକ୍ଷିତା ଯୁବତୀ କିଭଳି ଏହା କରିବାରେ ସକ୍ଷମ ହେଉଛନ୍ତି, ତାହା ଦର୍ଶାଯାଇଛି ସିନେମାରେ। ଫିଲ୍ମର ନିର୍ଦ୍ଦେଶକ ଅଜୟ ପାଢ଼ୀଙ୍କ ଅନୁସାରେ ‘ବିଗୁଲ୍’ ହେଉଛି ପ୍ରଥମ ଓଡ଼ିଆ ସାଂସ୍କୃତିକ ସିନେମା।
Sambad is now on WhatsApp
Join and get latest news updates delivered to you via WhatsApp
ଏଥିରେ ନାୟିକା ଭୂମିକାରେ ଅଛନ୍ତି ସୁପ୍ରିୟା। ତାଙ୍କ ବିପକ୍ଷରେ ‘ଶଙ୍କର’ ଫେମ୍ ନାୟକ ଦେବାନନ୍ଦଙ୍କୁ ଦେଖିବାକୁ ମିଳିବ। ଏହାଛଡ଼ା ‘ବିଗୁଲ୍’ରେ ଏନ୍ଏସ୍ଡି ନିର୍ଦ୍ଦେଶକ ଚିତ୍ତରଂଜନ ତ୍ରିପାଠୀ ବି ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ସାଇ ଦରବାର ଫିଲ୍ମ୍ସ୍ ବ୍ୟାନରରେ ପ୍ରସ୍ତୁତ ଏହି ସିନେମାର ପ୍ରଯୋଜକ ହେଲେ ଦେବାନନ୍ଦ ବେହେରା। ଅମିତ କୁମାର ଦାସ ସଂଳାପ ରଚନା କରିଥିବା ବେଳେ ସୂରଜ ପୁରୋହିତ ସ୍ବରସଂଯାଜନା କରିଛନ୍ତି। ସତ୍ୟରଂଜନ ବଳ, ମୋହିତ ଚକ୍ରବର୍ତ୍ତୀ ଓ ଜେମ୍ସ ୱାର୍ଡସ୍ମିଥ୍ ଏହାର ଗୀତିକାର।
[ad_2]