ରାଜନୀତି

କଂଗ୍ରେସ ସ୍କ୍ରିନିଂ କମିଟିର ପ୍ରସ୍ତାବ: ଆମେଥି ନୁହେଁ, ୱାୟନାଡ଼ରୁ ହିଁ ନିର୍ବାଚନ ଲଢ଼ିବେ ରାହୁଲ – Kalinga News

[ad_1]

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏଥର ଲୋକସଭା ନିର୍ବାଚନ କେରଳର ୱାୟନାଡ଼ରୁ ଲଢ଼ିପାରନ୍ତି। କଂଗ୍ରେସ ସ୍କ୍ରିନିଂ କମିଟି ରାହୁଲଙ୍କୁ ଆମେଥି ବଦଳରେ ୱାୟନାଡ଼ରୁ ଲଢ଼ିବା ପାଇଁ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି। ଗତ ଲୋକସଭା ନିର୍ବାଚନରେ ରାହୁଲ ଆମେଥି ଏବଂ ୱାୟନାଡ଼ ଉଭୟ ଆସନରୁ ଲଢ଼ିଥିଲେ। ଆମେଥିରେ ବିଜେପି ନେତ୍ରୀ ସ୍ମୃତି ଇରାନୀଙ୍କଠାରୁ ରାହୁଲ ପରାଜିତ ହୋଇଥିବା ବେଳେ ତାଙ୍କୁ ପରମ୍ପରାଗତ ଆସନ ହରାଇବାକୁ ପଡ଼ିଥିଲା। ଏଥର ଉତ୍ତରପ୍ରଦେଶରେ ଦଳର ଦୁର୍ଗ ସୁଦୃଢ଼ କରିବାକୁ ରାହୁଲ ଆମେଥିରୁ ହିଁ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିଲା। ତେବେ ଗତ ନିର୍ବାଚନରେ ରାହୁଲଙ୍କୁ ୱାୟନାଡ଼ରେ ବିପୁଳ ଜନସମର୍ଥନ ମିଳିଥିବାରୁ ରାହୁଲ ସେଠାରୁ ହିଁ ନିର୍ବାଚନ ଲଢ଼ିବାକୁ ପ୍ରସ୍ତାବ ଦିଆଯାଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button