କିଡନୀ ଖରାପ ହେବା ପୂର୍ବରୁ ଶରୀର ଦେଇଥାଏ ଏହି 6 ଟି ସଂକେତ, ସମୟଥାଇ ହୋଇଯାଆନ୍ତୁ ସାବଧାନ

ମନୁଷ୍ୟ ଜୀବନ ରେ କେତେବେଳେ କେଉଁସମୟରେ ରୋଗ ଚାଲିଆସେ ସେ ନିଜେ ମଧ୍ୟ ଜାଣିପାରି ନଥାଏ। ଏହାର ମୁଖ୍ୟ କାରଣ ହେଉଛି ନିୟମିତ ସମୟରେ ଖାଦ୍ୟପେୟ ନ କରିବା ଏବଂ ନିଜ ସ୍ୱାସ୍ଥ୍ୟ ର ସଠିକ ଭାବରେ ଯତ୍ନ ନ ନେବା। ମଣିଷ ଶରୀରର ଅନେକ ରୋଗ ମଧ୍ୟରୁ କିଡନୀ ରୋଗ ଏକ ବହୁତ ମାରାତ୍ମକ ରୋଗ। କିଡନୀ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଟେ।
କିଡନୀ ରେ ଯଦି କୌଣସି ଛୋଟ ସମସ୍ୟା ବି ଦେଖାଦେଉଥାଏ ତେବେ ଭବିଷ୍ୟତ ରେ ଆମକୁ ବହୁତ ବଡ଼ ବଡ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ତେଣୁ ଯଦି ଆପଣଙ୍କ ମଧ୍ୟ କିଡନୀ ଜନିତ କୌଣସି ସମସ୍ୟା ରହିଛି ତେବେ ତୁରନ୍ତ ଡାକ୍ତର ଙ୍କ ସହ ପରାମର୍ଶ କରନ୍ତୁ।
ଆଜି ଆମେ ଆପଣଙ୍କୁ କିଡନୀ ଖରାପ ହେବା ପୂର୍ବରୁ ଶରୀରର କିଛି ସଂକେତ ବିଷୟରେ କହିବୁ ଯାହାଦ୍ୱାରା ଆପଣ ମଧ୍ୟ କିଡନୀ ସହ ଜଡିତ ସମସ୍ୟା ବିଷୟରେ ସଂଗେ ସଂଗେ ଜାଣିପାରିବେ।
କିଡନୀ ଖରାପ ହେବାର ଅନେକ ସଂକେତ ରହିଛି,ଯେପରିକି:-
-କିଡ୍ନୀ ଖରାପ ହେବା ଦ୍ବାରା ସର୍ଵ ପ୍ରଥମେ ଶରୀରରେ ରକ୍ତ ଖରାପ ହୋଇଯାଏ ଯାହା ଫଳରେ ଶରୀର ଫୁଲିବାକୁ ଲାଗିଥାଏ। ତେବେ ଯଦି ଆପଣଙ୍କ ଶରୀରରେ ମଧ୍ୟ ଏହି ସମସ୍ୟା ଦେଖାଯାଉଛି ତେବେ ତୁରନ୍ତ ଡାକ୍ତର ଙ୍କ ସହ ପରାମର୍ଶ କରନ୍ତୁ।
-ଯଦି ଆପଣଙ୍କ କିଡ୍ନୀ ଖରାପ ହେବାକୁ ଲାଗୁଥିଲେ ଆପଣଙ୍କ ପାଟି ରୁ ଦୁର୍ଗନ୍ଧ ବାହାରିବା ଆରମ୍ଭ ହେବ। ଏହା ସହିତ ପାଟି ର ସ୍ୱାଦ ମଧ୍ୟ ଖରାପ ହୋଇଯାଏ। କିଡନୀ ଖରାପ ହେବା ଦ୍ୱାରା ରକ୍ତ ରେ ୟୁରିଆ ର ପରିମାଣ ମଧ୍ୟ ବଢିଥାଏ। ସେଥପାଇଁ ପାଟି ରୁ ଦୁର୍ଗନ୍ଧ ବାହାରେ।
-କିଡନୀ ଖରାପ ହେବା ଦ୍ୱାରା ପରିସ୍ରା ରେ ଫେଣ ପଡ଼ିଥାଏ। ଯଦି ଆପଣଙ୍କ ପରିସ୍ରା ରେ ମଧ୍ୟ ଫେଣ ପଡ଼ୁଛି ତେବେ ବିଳମ୍ବ ନକରି ତୁରନ୍ତ ଡାକ୍ତର ଙ୍କ ସହିତ ପରାମର୍ଶ କରନ୍ତୁ।
-କିଡନୀ ଖରାପ ହେବା ପରେ ଏନିମିଆ ନାମକ ଏକ ରୋଗ ହୋଇଥାଏ ଯାହାଫଳରେ ଗରମ ପରିବେଶରେ ମଧ୍ୟ ଆପଣଙ୍କୁ ଥଣ୍ଡା ଲାଗିଥାଏ।
-ପରିସ୍ରା ଦ୍ୱାରା ମଧ୍ୟ ଆପଣ କିଡ୍ନୀ ଖରାପ ହେବାର ଲକ୍ଷଣ ଜାଣିପାରିବେ। ଯଦି ଆପଣଙ୍କ ପରିସ୍ରା ରେ ରକ୍ତ ପଡୁଛି ତେବେ ଏହାର ଅର୍ଥ ଆପଣଙ୍କ କିଡନୀ ସମ୍ପୂର୍ଣ୍ଣ ଭାବରେ ଖରାପ ହୋଇ ସାରିଛି। ସେଥିପାଇଁ ବିଳମ୍ବ ନକରି ତୁରନ୍ତ ଡାକ୍ତର ଙ୍କ ସହିତ ପରାମର୍ଶ କରନ୍ତୁ ଏବଂ ଏହାର ଚିକିତ୍ସା କରାନ୍ତୁ।
-ଯଦି ଆପଣ କିଛି କାମ ନକରି ମଧ୍ୟ ଶୀଘ୍ର ଥକି ଯାଉଛନ୍ତି ତେବେ ଏହାର ଅର୍ଥ ଆପଣ କୌଣସି ଏକ ବଡ଼ ରୋଗର ଶିକାର ହେଉଛନ୍ତି। ସେଥିପାଇଁ ବିଳମ୍ବ ନକରି ତୁରନ୍ତ ଡାକ୍ତର ଙ୍କ ସହ ପରାମର୍ଶ କରନ୍ତୁ।