ସ୍ୱାସ୍ଥ୍ୟ

ଘରୋଇ ଉପାୟରେ ୨ ମିନିଟ ମଧ୍ୟରେ ଭଲ କରନ୍ତୁ ଦାନ୍ତ ବିନ୍ଧା ରୋଗ ! ଜାଣନ୍ତୁ ପୁରା ପ୍ରକ୍ରିୟା

ଦାନ୍ତ ବ୍ୟଥା ଭଳି ସମସ୍ୟାକୁ ଦୂର କରିବା ପାଇଁ ଆଜି ଆମେ ଆପଣଙ୍କୁ ଗୋଟେ ସରଳ ଉପାୟ ବିଷୟରେ କହିବାକୁ ଯାଉଛୁ। ଯାହାକୁ ପ୍ରୟୋଗ ଦ୍ଵାରା ଆପଣଙ୍କର ଦାନ୍ତ ସମସ୍ୟା ସମ୍ପୂର୍ଣ୍ଣ ଭାବରେ ଠିକ ହୋଇଯିବ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ପିଜୁଳି ଏକ ଏଭଳି ଫଳ ଅଟେ, ଏହା ମଧ୍ୟରେ ଅନେକ ପ୍ରକାରର ଭିଟାମିନ ରହିଥାଏ। ପିଜୁଳି ପତ୍ର ମଧ୍ୟ ଆମ ଶରୀର ପାଇଁ ବହୁତ ଉପକାରୀ ଅଟେ। ଓଜନ କମାଇବା, ଘାଆ ଶୁଖିବା ଭଳି ସମସ୍ୟାକୁ ଦୂର କରି ଦେଇଥାଏ।ପ୍ରତ୍ୟେକଦିନ ଆପଣ ୪ ରୁ ୫ଟି ପତ୍ରକୁ ଧୋଇ ଭଲଭାବରେ ଛେଚି ନିଅନ୍ତୁ। ଏହାପରେ ଏହି ପତ୍ରରୁ ବାହାରିଥିବା ରସରେ ଅଳ୍ପ ହଳଦୀ ମଧ୍ୟ ମିଶାନ୍ତୁ। ସେଥିରେ ଗୋଟେ ତୁଳା ବୁଡାଇ ଆପଣଙ୍କର ଦାନ୍ତ ବ୍ୟଥା ହେଉଥିବା ସ୍ଥାନରେ ଲଗାଇ ୩୦ ମିନିଟ ପର୍ଯ୍ୟନ୍ତ ରଖନ୍ତୁ। ୩୦ ମିନିଟ ପରେ କିଛି ମଧ୍ୟ ଖାଆନ୍ତୁ ନାହିଁ।

ଯଦି ଆପଣଙ୍କର ପାଇରିଆ ଭଳି ସମସ୍ୟା ରହିଛି, ତାହେଲେ ଆପଣ ୨ ବୁନ୍ଦା ସୋରିଷ ତେଲ ମିଶାଇ ନିଜ ଦାନ୍ତ ମୂଳରେ ଲଗାନ୍ତୁ। ଦେଖିବେ ଆପଣଙ୍କର ଦାନ୍ତବିନ୍ଧା ଦୂର ହୋଇଯିବ। ଏହାସହିତ ଆପଣ ଦିତୀୟ ପ୍ରୟୋଗ ମଧ୍ୟ କରି ପାରିବେ। ତାହା ହେଉଛି ୧ ଗିଲାସ ପାଣିରେ ୪ରୁ ୫ଟି ପିଜୁଳି ପତ୍ର ପକାଇ ଫୁଟାନ୍ତୁ ଏବଂ ଭଲଭାବରେ ଫୁଟି ଗଲା ପରେ ଆପଣ ସେଥିରେ ୪ରୁ ୫ଟି ଲବଙ୍ଗ ଛେଚି ପକାଇ ଦିଅନ୍ତୁ।

ଏହାପରେ ଗରମ ଥିବା ସମୟରେ ଏଥିରେ ଟିକିଏ ଲୁଣ ମିଶାଇ କୁଳପୁଚା କରନ୍ତୁ। ଏହାକୁ କେବଳ ଗୋଟେ ମିନିଟ ପର୍ଯ୍ୟନ୍ତ କରନ୍ତୁ।ଦେଖିବେ, ଆପଣଙ୍କର ଦାନ୍ତ ସମସ୍ୟା ସଂପୂର୍ଣ୍ଣ ଭାବରେ ଦୂର ହୋଇଯିବ।

ତେବେ, ସାଙ୍ଗମାନେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button