ରାଜଧାନୀରେ ଉଷ୍ମ ବିଜେଡି ରାଜନୀତି: ନବୀନ ନିବାସରେ ଅମରେଶ, ବିରଞ୍ଚି, ମିହିର – Kalinga News

[ad_1]
ଭୁବନେଶ୍ବର: ଭୁବନେଶ୍ବରର ତିନି ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଟିକେଟ୍ ଆଶାୟୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ଏକାମ୍ର ଓ ମଧ୍ୟ ଭୁବନେଶ୍ବରର ଦୁଇ ବିଜେଡି ଟିକେଟ୍ ଆଶାୟୀ ନବୀନ ନିବାସରେ ସେମାନଙ୍କ ଶକ୍ତି ପ୍ରଦର୍ଶନ କରିଛନ୍ତି। ଏକାମ୍ର ଭୁବନେଶ୍ବର ବିଧାନସଭା କ୍ଷେତ୍ର ପାଇଁ ଆଶାୟୀ ଥିବା କର୍ପୋରେଟର ବିରଞ୍ଚି ନାରାୟଣ ମହାସୂପକାର ଓ ମଧ୍ୟ ଭୁବନେଶ୍ୱର ପାଇଁ ବିଜେଡି ଆଶାୟୀ କର୍ପୋରେଟର ଅମରେଶ ଜେନା ନବୀନ ନିବାସରେ ସେମାନଙ୍କ ବାୟୋଡାଟା ଦାଖଲ କରିଛନ୍ତି। ଉଭୟ ଆଜି ନିଜ ନିଜ ସମର୍ଥକଙ୍କ ସହ ଯାଇ ନବୀନ ନିବାସରେ ପହଞ୍ଚିଥିଲେ। ସେମାନଙ୍କ ସହ ଆଇନଜୀବୀ, ଓମ୍ଫେଡ୍ ବୁଥ୍ ମହାସଂଘ, ସଂଖ୍ୟାଲଘୁ ସମ୍ପ୍ରଦାୟ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା, ବିଭିନ୍ନ ଦୁର୍ଗାପୂଜା କମିଟିର ସଭାପତି ଓ ସମ୍ପାଦକମାନେ ସାମିଲ ହୋଇଥିଲେ। ଉଭୟ କର୍ପୋରେଟର ବାୟୋଡାଟାରେ ନିଜର ରାଜନୈତିକ ଜୀବନ ବିଷୟରେ ଉଲ୍ଲେଖ କରିଛନ୍ତି। କିଏ କେବେଠାରୁ ରାଜନୀତିକୁ ଆସିଲେ? କେତେଥର କର୍ପୋରେଟର ହୋଇଛନ୍ତି? ଲୋକଙ୍କ ପାଇଁ କେଉଁ ସବୁ କାର୍ଯ୍ୟ କରିଛନ୍ତି? ଶୁଙ୍ଖଳିତ କର୍ମୀ ଭାବେ ବିଜେଡିର ଉନ୍ନତି ପାଇଁ କେଉଁ ସବୁ କାର୍ଯ୍ୟ କରିଛନ୍ତି ତାହାକୁ ବାୟୋଡାଟାରେ ସ୍ଥାନିତ କରିଛନ୍ତି। ଏହି ଘଟଣାଟି ରାଜଧାନୀ ରାଜନୀତିକୁ ଅଧିକ ଉଷ୍ମ କରିଛି। ଯୁବ ଓ ନୂଆ ଚେହେରାଙ୍କୁ ଦଳ ଏଥର ପ୍ରାର୍ଥୀ କରିବ ବୋଲି ଉଭୟ ଆଶାୟୀ କହିଛନ୍ତି। ଅମରେଶ ଜେନା କହିଛନ୍ତି ଯେ ମୁଁ ଛାତ୍ର ରାଜନୀତିରୁ ଏହି ନିର୍ବାଚନମଣ୍ଡଳୀରେ ସକ୍ରିୟ ରହିଛି।

Sambad is now on WhatsApp
Join and get latest news updates delivered to you via WhatsApp
ମଧ୍ୟ ପାଇଁ ଅମରେଶ, ଏକାମ୍ର ପାଇଁ ବିରଞ୍ଚି ଆଶାୟୀ
ସାଂସଦ ପ୍ରାର୍ଥୀ ହେବାକୁ ମିହିର ଦେଲେ ବାୟୋଡାଟା
ଏଠାକାର ଯୁବ ଓ ଛାତ୍ରଙ୍କ ସହ ୨୫ ବର୍ଷ ହେଲା କାମ କରୁଛି। ଲୋକଙ୍କ ସେବା କରୁଥିବାରୁ ଏକାଧିକ ଥର କର୍ପୋରେଟର ଭାବେ ନିର୍ବାଚିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ବିକାଶର ଧାରା ଆରମ୍ଭ କରିଛନ୍ତି ତାହା ନିର୍ବାଚନମଣ୍ଡଳୀର କିଛି ସ୍ଥାନରେ ବ୍ୟାଘାତ ହୋଇଛି। କେତେକ ବସ୍ତିରେ ବିକାଶ ପହଞ୍ଚିପାରି ନାହିଁ। ଏବେ ମଧ୍ୟ ନ୍ୟାୟ ଅପେକ୍ଷାରେ ବସ୍ତିବାସିନ୍ଦା। ସେଗୁଡ଼ିକୁ ପୂରଣ କରିବାକୁ ଏଥର ଆଗକୁ ଆସିଥିବା ସେ କହିଛନ୍ତି। ସେପଟେ ବିରଞ୍ଚି ନାରାୟଣ ମହାସୁପକାର କହିଛନ୍ତି ଯେ ଆଜି ହେଉଛି ପବିତ୍ର ଦିନ। ଏହି ଦିନରେ ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତିଙ୍କୁ ବାୟୋଡାଟା ଦେବାକୁ ନିର୍ବାଚନମଣ୍ଡଳୀର ଲୋକେ ସଂକଳ୍ପ ନେଇଥିଲେ। ସେମାନଙ୍କ କଥା ଅନୁଯାୟୀ ବାୟୋଡାଟା ଦେଇଛି। ମୁଖ୍ୟମନ୍ତ୍ରୀଙ୍କ ଉପରେ ଆଶା ଭରସା ରହିଛି। ସେ ଯେହେତୁ ଯୁବବର୍ଗକୁ ପ୍ରାଧାନ୍ୟ ଦେଉଛନ୍ତି ନିଶ୍ଚିତ ଭାବେ ତାଙ୍କ ଆଶିର୍ବାଦ ମିଳିବ ବୋଲି ଆଶାବାଦୀ ରହିଛି। ବିଜେଡିର ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଭାବେ ଶ୍ରୀମୟୀ ମିଶ୍ରଙ୍କ ନାମ ଏକପ୍ରକାର ଚୂଡ଼ାନ୍ତ ହୋଇଛି। ଦଳର ଉପର ମହଲରୁ ନିର୍ଦ୍ଦେଶ ମିଳିଲା ପରେ ସବୁ ବିଧାୟକଙ୍କ ସହ ଶ୍ରୀମୟୀ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ୍ ହେଉଛନ୍ତି। କିନ୍ତୁ ପୂର୍ବତନ ମେୟର ମିହିର ମହାନ୍ତି ଭୁବନେଶ୍ବରରୁ ସାଂସଦ ପ୍ରାର୍ଥୀ ହେବାକୁ ଆଶାୟୀ ହୋଇଛନ୍ତି।
ସେ ମଧ୍ୟ ଆଜି ଅମରେଶ ଓ ବିରଞ୍ଚିଙ୍କ ସହ ନବୀନ ନିବାସ ଯାଇ ବାୟୋଡାଟା ଦେଇଥିଲେ। ଶ୍ରୀ ମହାନ୍ତି କହିଛନ୍ତି, ଶ୍ରୀମୟୀ ମୋ ସାନ ଭଉଣୀ। ନିର୍ବାଚନ ମଣ୍ଡଳୀଗୁଡ଼ିକରେ ବୁଲୁଛନ୍ତି। ତାଙ୍କର କ’ଣ ପ୍ରଭାବ ପଡ଼ିବ କି ନାହିଁ ମୁଁ କହିପାରିବି ନାହିଁ। ତେବେ ମୁଁ ଲଢ଼ିଲେ ଅପରାଜିତାଙ୍କୁ ପ୍ରକୃତ ଫାଇଟ୍ ଦେଇପାରିବି। ଅମରେଶ, ମିହିର ଓ ବିରଞ୍ଚି ନବୀନ ନିବାସରେ ବାୟୋଡାଟା ଦାଖଲ କରିବା ପରେ ମଧ୍ୟ ଭୁବନେଶ୍ବର ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରତିକ୍ରିୟା ଦେଇଛନ୍ତି। ଶ୍ରୀ ଜେନା କହିଛନ୍ତି ଯେ ଦଳ ପାଇଁ ଯାହା ଶୁଭଙ୍କର ହେବ ମୁଖ୍ୟମନ୍ତ୍ରୀ ସେନେଇ ନିଷ୍ପତ୍ତି ନେଇଥା’ନ୍ତି। ତାଙ୍କ ନିଷ୍ପତ୍ତିକୁ ଅନ୍ୟମାନେ ମୁଣ୍ଡପାତି ଗ୍ରହଣ କରନ୍ତି। କିଏ ବାୟୋଡାଟା ଦେଉଛି ସେଥିରେ କିଛି ଯାଆସ ନାହିଁ। ମୁଖ୍ୟମନ୍ତ୍ରୀ ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବେ।
[ad_2]