ଦେଶ- ବିଦେଶ

ପ୍ରଧାନମନ୍ତ୍ରୀ ଚାହାନ୍ତି ଆପଣମାନେ ଜୟଶ୍ରୀରାମ କୁହନ୍ତୁ ଏବଂ ଭୋକରେ ମରନ୍ତୁ : : ରାହୁଲ – Kalinga News

[ad_1]

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଦେଶରେ ବେକାରୀ ସମସ୍ୟା ସଂକ୍ରାନ୍ତରେ ମୋଦୀଙ୍କୁ ସମାଲୋଚନା କରି ରାହୁଲ କହିଛନ୍ତି, ମୋଦୀ ଚାହାନ୍ତି ଦେଶବାସୀ ଜୟଶ୍ରୀରାମ କୁହନ୍ତୁ ଏବଂ ଭୋକରେ ମରନ୍ତୁ। ମଧ୍ୟପ୍ରଦେଶର ସରାଙ୍ଗପୁରରେ ଭାରତ ଯୋଡ଼ୋ ଯାତ୍ରା ସମୟରେ ରାହୁଲ ଏହି ଟିପ୍ପଣୀ ଦେଇଛନ୍ତି। ସରାଙ୍ଗପୁରରେ ଆଜି କଂଗ୍ରେସ ସାଂସଦ ରାହୁଲଙ୍କୁ ବିଜେପି କର୍ମୀମାନେ ‘ମୋଦୀ, ମୋଦୀ’ ଏବଂ ଜୟ ଶ୍ରୀ ରାମ ସ୍ଲୋଗାନ ଦେଇ ସ୍ବାଗତ କରିଛନ୍ତି। ବିଜେପି କର୍ମୀମାନେ ମଧ୍ୟ ରାହୁଲଙ୍କୁ ଆଳୁ ଦେଇଛନ୍ତି ଏବଂ ଏହା ବଦଳରେ ରାହୁଲ ସୁନା ଦେବାପାଇଁ ସେମାନେ ଦାବି କରିଛନ୍ତି। ବିଜେପି କର୍ମୀଙ୍କ ଦ୍ବାରା ଦିଆଯାଇଥିବା ସ୍ଲୋଗାନକୁ ସ୍ବାଗତ କରିବା ସହ ରାହୁଲ ଗାନ୍ଧି ମୋଦୀଙ୍କୁ ବେକାରୀ ପ୍ରସଙ୍ଗରେ ସମାଲୋଚନା କରିଛନ୍ତି। ରାହୁଲ କହିଛନ୍ତି, ଚାକିରି ନଥିବା ଯୁବଗୋଷ୍ଠୀ ଦିନ ତମାମ ସୋସିଆଲ ମିଡିଆରେ ରିଲ୍ସ ଦେଖିବାରେ କଟାଇ ଦେଉଛନ୍ତି। ପ୍ରଧାନମନ୍ତ୍ରୀ ଚାହାନ୍ତି ଯେ ଅପଣମାନେ ଦିନ ତମାମ ଫୋନ୍ ଦେଖନ୍ତୁ, ଜୟ ଶ୍ରୀ ରାମ କୁହନ୍ତୁ ଏବଂ ଭୋକରେ ମରନ୍ତୁ।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button