ବିଜେପିର ପ୍ରଥମ ତାଲିକାରେ ଘୃଣା ଭାଷଣ ଦେଉଥିବା ସାଂସଦମାନଙ୍କ ବିରୋଧରେ ବାର୍ତ୍ତା – Kalinga News

[ad_1]
ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପାଇଁ ବିଜେପି ଆଜି ଏହାର ପ୍ରଥମ ପର୍ଯ୍ୟାାୟ ପ୍ରାର୍ଥୀ ତାଲିକା ଜାରି କରିଛି। ପ୍ରଥମ ପର୍ଯ୍ୟାୟରେ ବିଜେପି ୧୯୫ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। କିନ୍ତୁ ଏହି ତାଲିକାରେ ଘୃଣା ଭାଷଣ ଦେଇ ଚର୍ଚ୍ଚାରେ ରହିଥିବା ବିଭିନ୍ନ ସାଂସଦମାନଙ୍କର ନାଁ ନାହିଁ। ସବୁବେଳେ ବିବାଦୀୟ ବୟାନ ଦେଉଥିବା ପ୍ରଜ୍ଞା ସିଂହ ଠାକୁର ଏବଂ ଦିଲ୍ଲୀ ସାଂସଦ ପରବେଶ ସାହେବ ସିଂହ ବର୍ମାା ଏବଂ ରମେଶ ବିଧୁରି ଏହି ତାଲିକାରୁ ବାଦ୍ ପଡ଼ିଛନ୍ତି। ଉକ୍ତ ୩ ନେତା ସଂସଦ ଭିତରେ ଏବଂ ବାହାରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହିଛନ୍ତି। ତେବେ ପ୍ରଥମ ପର୍ଯ୍ୟାୟ ତାଲିକାରୁ ସେମାନେ ବାଦ୍ ପଡ଼ିବାର ଅର୍ଥ ହେଉଛି ସେମାନେ ଚଳିତ ନିର୍ବାଚନ ଲଢ଼ି ନପାରନ୍ତି। ଭୋପାଳରେ ବିଜେପି ପ୍ରଜ୍ଞା ଠାକୁରଙ୍କ ବଦଳରେ ଆଲୋକ ଶର୍ମାଙ୍କୁ ପ୍ରାର୍ଥୀ କରିଛି। ୨୦୦୮ ମାଲେଗାଓଁ ବିସ୍ଫୋରଣ ମାମଲାରେ ଅଭିଯୁକ୍ତ ଦର୍ଶାଯାଇଥିବା ପ୍ରଜ୍ଞା ଠାକୁରଙ୍କୁ ବିଜେପି ଗତ ଥର ପ୍ରାର୍ଥୀ କରିବା ସମୟରେ ବଡ଼ ଧରଣର ବିବାଦ ହୋଇଥିଲା। ପ୍ରଜ୍ଞାଶ ସିଂହ ଠାକୁର ସବୁ ସମୟରେ ବିବାଦୀୟ ବୟାନ ଦେଇ ଆସିଛନ୍ତି। ବିଜେପି ତାଲିକାରୁ ବାଦ୍ ପଡ଼ିଥିବା ଅନ୍ୟ ଜଣେ ନେତା ହେଉଛନ୍ତି ପଶ୍ଚିମ ଦିଲ୍ଲୀ ସାଂସଦ ପରବେଶ ସାହେବ ସିଂହ ବର୍ମା। ସେ ୨ ଥର ସାଂସଦ ହୋଇଛନ୍ତି ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ସାରହେବ ସିଂହ ବର୍ମାଙ୍କର ସେ ପୁଅ। ତାଙ୍କର ସମର୍ଥକଙ୍କ ସଂଖ୍ୟା ଅଧିକ କିନ୍ତୁ ସବୁବେଳେ ବିବାଦୀୟ ବୟାନ ଦେଇ ସେ ଚର୍ଚ୍ଚାରେ ରହିଛନ୍ତି। ୨୦୨୦ ଦିଲ୍ଲୀ ନିର୍ବାଚନ ପୂର୍ବରୁ ବର୍ମା ଶାହିନ ବାଗ ଆନ୍ଦୋଳନ ସମୟରେ ବିବାଦୀୟ ବୟାନ ଦେଇଥିଲେ। ତାଲିକାରୁ ବାଦ୍ ପଡ଼ିଥିବା ଅନ୍ୟ ଜଣେ ସାଂସଦ ହେଉଛନ୍ତି ପଶ୍ଚିମ ଦିଲ୍ଲୀ ସାଂସଦ ରମେଶ ବିଧୁରୀ। ସେହିପରି ତାଲିକାରେ ନଥିବା ଅନ୍ୟ କେତେକ ପ୍ରମୁଖ ସାଂସଦ ହେଉଛନ୍ତି ମୀନାକ୍ଷି ଲେଖି ଏବଂ ହର୍ଷବର୍ଦ୍ଧନ। ଉଲ୍ଲେଖଯୋଗ୍ୟ ଯେ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ସବୁ ଆସନରେ ଜିତିଥିଲା। କିନ୍ତୁ ଚଳିତ ଥର ବିଜେପିକୁ ମିଳିତ ବିରୋଧୀ ମେଣ୍ଟକୁ ସାମ୍ନା କରିବାକୁ ପଡ଼ିବ। ଆପ୍ ଦିଲ୍ଲୀରେ ୪ ଆସନରେ ନିର୍ବାଚନ ଲଢ଼ିବ ଏବଂ କଂଗ୍ରେସ ୩ଟି ଆସନରେ ଲଢ଼ିବ। ବିଜେପି ସୂତ୍ରରୁ ଜଣାପଡ଼ିଛି ଯେ ବିଭିନ୍ନ ଦିଗତୁ ଧ୍ୟାନ ଦେଇ ପ୍ରାର୍ଥୀ ଚୟନ କରାଯାଇଛି।
[ad_2]




