ଦେଶ- ବିଦେଶ

ସ୍ୱାମୀଙ୍କ ସହ ବାଇକ୍-ଭ୍ରମଣରେ ଆସିଥିବା ସ୍ପେନ୍ ପର୍ଯ୍ୟଟକଙ୍କୁ ଝାଡ଼ଖଣ୍ଡରେ ଗଣଦୁଷ୍କର୍ମ – Kalinga News

[ad_1]

ନୂଆଦିଲ୍ଲୀ : ଝାଡ଼ଖଣ୍ଡର ଦୁମକାରେ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ସ୍ପେନ୍ ପର୍ଯ୍ୟଟକଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ହଂସଡିହା ଥାନା ଅନ୍ତର୍ଗତ କୁରୁମହାଟରେ ଏହି ଘଟଣା ଘଟିଛି। ୭ ଜଣ ଏହି ଅପରାଧରେ ସମ୍ପୃକ୍ତ ଥିବାବେଳେ ପୁଲିସ ମାମଲାରେ ୩ ଜଣଙ୍କୁ ଗିରଫ କରିଛି। ମିଳିଥିବା ସୂଚନାନୁଯାୟୀ, ସ୍ପେନର ଏହି ମହିଳା ଓ ତାଙ୍କ ସ୍ୱାମୀ ବାଇକ୍ରେ ଦେଶ ଭ୍ରମଣ କରୁଥିବା ବେଳେ ସେମାନେ ପଶ୍ଚିମବଙ୍ଗରୁ ଆସି ଝାଡ଼ଖଣ୍ଡ ଦୁମକାର କୁଞ୍ଜି ଗାଁରେ ସଂଧ୍ୟା ହେବାରୁ ତମ୍ବୁ ଟାଣି ବିଶ୍ରାମ ନେଇଥିଲେ। ସକାଳକୁ ଏହି ଦମ୍ପତି ବିହାରର ଭାଗଲପୁର ଦେଇ ନେପାଳ ଅଭିମୁଖେ ଯାଇଥାନ୍ତେ। ଦୁମକା ଏସ୍ପି ପୀତାମ୍ବର ସିଂହ ଖଇରୱାଡ଼ଙ୍କ କହିବା ଅନୁସାରେ ଗଣଦୁଷ୍କର୍ମର ଶିକାର ହେବା ପରେ ଏହି ଦମ୍ପତି ରାସ୍ତାରେ ପାଟ୍ରୋଲିଂ କରୁଥିବା ପୁଲିସ ଆଗରେ ସବୁ କଥା କହିଥିଲେ। ଘଟଣାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ଗଠନ ହୋଇଛି। ଫରେନସିକ୍ ବିଶେଷଜ୍ଞଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଛି । ମହିଳାଙ୍କର ଡାକ୍ତରୀ ମାଇନା କରାଯାଇଛି ବୋଲି ଖଇରୱାଡ଼ କହିଛନ୍ତି। ମହିଳା ଓ ତାଙ୍କ ସ୍ୱାମୀ ଟୁରିଷ୍ଟ ଭିସାରେ ଭାରତ ଆସିଥିଲେ। ସେମାନେ ଏସିଆ ଭ୍ରମଣରେ ବାହାରିଥିଲେ। ଦୁମକାରେ ପହଞ୍ଚିବା ପୂର୍ବରୁ ଉକ୍ତ ଦମ୍ପତି ପ୍ରଥମେ ପାକିସ୍ତାନ ଯାଇଥିଲେ ଏବଂ ସେଠାରୁ ସେମାନେ ବାଂଲାଦେଶ ଯାଇଥିଲେ। ଏହାପରେ ସେମାନେ ଝାଡ଼ଖଣ୍ଡରୁ ବିହାର ଦେଇ ନେପାଳ ଯିବାକୁ ଯୋଜନା କରୁଥିଲେ

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button