ସ୍ୱାସ୍ଥ୍ୟ

ଖରାଦିନେ ଦହି ସହ ଏହି 5 ଟି ଜିନିଷକୁ କରନ୍ତୁ ନାହିଁ ସେବନ, ନଚେତ ମାଡି ବସିବ ଏହି ସବୁ ରୋଗ

ଖରାଦିନ ଆରମ୍ଭ ହେବା ମାତ୍ରେ ଦହିର ଚାହିଦା ଚାରିଆଡେ ବଢ଼ିବାରେ ଲାଗେ। ଲୋକମାନେ ସକାଳରୁ ଅପରାହ୍ନ ପର୍ଯ୍ୟନ୍ତ ଦହି ପିଇବାକୁ ତଥା ଖାଇବାକୁ ଇଛା ପ୍ରକାଶ କରନ୍ତି। ଦହି ଶରୀରକୁ ଥଣ୍ଡା ରଖିବା ସହିତ ହଜମ ପ୍ରକ୍ରିୟାକୁ ଠିକ୍ ରଖିଥାଏ। ଦହିରେ ପ୍ରୋଟିନ ସହ କ୍ୟାଲସିୟମ୍ ପ୍ରଚୁର ପରିମାଣରେ ମିଳିଥାଏ।

ହାଡକୁ ମଜଭୁତ କରିବା ସହିତ ଏହା ଶରୀରକୁ ଖରାଦିନେ ହାଇଡ୍ରେଟ୍ ରଖେ, କିନ୍ତୁ ଲୋକମାନେ ଦହି ସହିତ ଅନେକ ଜିନିଷ ଖାଇଥାନ୍ତି, ଯାହା ଉପକାରୀ ପରିବର୍ତ୍ତେ କ୍ଷତିକାରକ ହୋଇଥାଏ। ଆୟୁର୍ବେଦରେ ଦହି ସହିତ ଏହି ଜିନିଷ ଗୁଡିକ ଖାଇବା ଦ୍ୱାରା ପେଟ ଖରାପ ହୋଇଥାଏ। ଏହାସହ ଏହାର ପ୍ରଭାବ ଆପଣଙ୍କ ଚର୍ମରେ ମଧ୍ୟ ପଡିଥାଏ।

ଫଳ:

ଭୁଲରେ ମଧ୍ୟ ଦହି ଏବଂ କ୍ଷୀର ସହିତ ଫଳ ଖାଆନ୍ତୁ ନାହିଁ। ଏହା ହଜମ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ। ଏହା ଅନ୍ତନଳୀକୁ ପ୍ରଭାବିତ କରିଥାଏ। ଏହା ସହ ଏହା ଗ୍ୟାସ୍, କୋଷ୍ଠକାଠିନ୍ୟ, ଅମ୍ଳତା ଏବଂ ଆଲର୍ଜି ଭଳି ସମସ୍ୟା ସୃଷ୍ଟି କରିପାରେ।

ତେଲ ଛଣା ଖାଦ୍ୟ:

ଦହି ସହ ତେଲ ଛଣା ଖାଦ୍ୟ ଯେପରିକି ପରଟା, ପୁରି, ବରା, ସିଙ୍ଗଡ଼ା ଆଦି ଜିନିଷକୁ ଖାଇବା ଉଚିତ୍ ନୁହେଁ। ଏହା ହଜମ ପ୍ରକ୍ରିୟାକୁ ମନ୍ଥର କରିଥାଏ।ଦିନସାରା କ୍ଳାନ୍ତ ଅନୁଭବ ହୁଏ। ଏହା ଚର୍ମରେ ଦାଗ ମଧ୍ୟ କରିପାରେ।

ପିଆଜ:

ଦହି ଏବଂ ପିଆଜକୁ ଏକାଠି ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଏହାର କାରଣ ହେଉଛି ଉଭୟ ପରସ୍ପରର ବିପରୀତ। ଦହି ଥଣ୍ଡା ହୋଇଥିବା ବେଳେ ପିଆଜର ପ୍ରଭାବ ଗରମ ଅଟେ। ଏହା ଚର୍ମରେ ଆଲର୍ଜି, ଦାଗ, ସୋରିୟାସିସ୍ ପରି ସମସ୍ୟା ସୃଷ୍ଟି କରିପାରେ।

ଆମ୍ବ:

ଆମ୍ବ ସହ ଦହିକୁ ଖାଇବା ଉଚିତ ନୁହେଁ। ଦହିର ପ୍ରଭାବ ଥଣ୍ଡା ଏବଂ ଆମ୍ବର ପ୍ରଭାବ ଗରମ ହୋଇଥିବାରୁ ଉଭୟଙ୍କୁ ଏକାଠି ଖାଇଲେ ଏହା ହଜମ ପ୍ରକ୍ରିୟାକୁ ଖରାପ କରିଥାଏ। ଏଥିରେ ଅନେକ ପ୍ରକାରର ସମସ୍ୟା ଉପୁଜେ। ଅନେକ ବିଷାକ୍ତ ପଦାର୍ଥ ଶରୀରରେ ସୃଷ୍ଟି ହେବା ଆରମ୍ଭ କରେ। ଏହା ମୁହଁରେ ଛୋଟ ଛୋଟ ଦାଗ ସୃଷ୍ଟି କରପାରେ।

ମାଛ:

ଦହି ସହିତ ମାଛ ଖାଆନ୍ତୁ ନାହିଁ। କାରଣ ଉଭୟରେ ପ୍ରୋଟିନ୍ ପ୍ରଚୁର ପରିମାଣରେ ଥାଏ। ଉଭୟକୁ ମିଶାଇ ଖାଇଲେ ଶରୀର ଉପରେ ଖରାପ ପ୍ରଭାବ ପଡିଥାଏ। ଶରୀରରେ ପ୍ରୋଟିନ୍ ଅଧିକ ହେଲେ ପେଟ ସମ୍ବନ୍ଧୀୟ ସମସ୍ୟା ବୃଦ୍ଧି ପାଏ।

Related Articles

Leave a Reply

Your email address will not be published. Required fields are marked *

Back to top button