ଦେଶ- ବିଦେଶ

ଜେଏନୟୁରେ ୨ ଛାତ୍ର ସଂଗଠନ ମଧ୍ୟରେ ସଂଘର୍ଷ , ୩ ଆହତ – Kalinga News

[ad_1]

ନୂଆଦିଲ୍ଲୀ: ଜବାହରଲାଲ ନେହରୁ ବଶ୍ବବିଦ୍ୟାଳୟ (ଜେଏନ୍ୟୁ)ରେ ପୁଣିଥରେ ୨ ଛାତ୍ର ସଂଗଠନ ମଧ୍ୟରେ ସଂଘର୍ଷ ଉପୁଜିଛି। ନିର୍ବାଚନ କମିଟି ଚୟନକୁ ନେଇ ବାମଦଳ ସମର୍ଥିତ ଛାତ୍ର ସଂଗଠନ ଓ ଦକ୍ଷିଣପନ୍ଥୀ ଏବିଭିପି ମଧ୍ୟରେ ମାଡ଼ପିଟ ହୋଇଛି । ଏଥିରେ ତିନିଜଣ ଛାତ୍ର ଆହତ ହୋଇଛନ୍ତି। ବିଶ୍ବବିଦ୍ୟାଳୟ ପରିସରରେ ଥିବା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପରିସରରେ ଗତକାଲି ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ନିର୍ବାଚନ କମିଟିର ଚୟନ ଓ ସଦସ୍ୟତାକୁ ନେଇ ବାମ ଦଳ ସମର୍ଥିତ ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟସ୍ ଆସୋସିଏସନ୍ (ଏଆଇଏସ୍ଏ) ଓ ଅଖିଳ ଭାରତୀୟ ଛାତ୍ର ସଂଗଠନ (ଏବିଭିପି) ଛାତ୍ରଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଏନେଇ ସାମାଜିକ ଗଣମାଧ୍ୟମରେ ଭିଡିଓ ପ୍ରସାରିତ ହୋଇଛି। ଏଥିରେ ଦେଖିବାକୁ ମିଳିଛି ଯେ ଛାତ୍ରମାନେ ପରସ୍ପରକୁ ଲାଠି ଦ୍ବାରା ଆକ୍ରମଣ କରୁଛନ୍ତି। ଏହି ସମୟରେ ଜଣେ ବ୍ୟକ୍ତି ନିକଟରେ ଥିବା ସାଇକଲଗୁଡ଼ିକୁ ଛାତ୍ରମାନଙ୍କ ଉପରେ ଫିଙ୍ଗୁଥିବା ଦେଖିବାକୁ ମିଳିଛି। ଉଲ୍ଲେଖଯୋଗ୍ୟ, ୨୦୧୯ରେ ଜେଏନ୍ୟୁରେ ଶେଷ ଥର ପାଇଁ ଛାତ୍ର ସଂସଦ ନିର୍ବାଚନ ହୋଇଥିଲା। ବିଶ୍ବବିଦ୍ୟାଳୟରେ ଛାତ୍ର ଗୋଷ୍ଠୀ ମଧ୍ୟରେ ବିବାଦ ଯୋଗୁଁ ଏହାକୁ ୪ ବର୍ଷ ଧରି ବନ୍ଦ କରିଦିଆଯାଇଥିଲା। ତେବେ ଚଳିତ ବର୍ଷ ମାର୍ଚ୍ଚ ମାସରେ ନିର୍ବାଚନ କରିବା ପାଇଁ ଯୋଜନା କରାଯାଇଛି।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button