ସ୍ୱାସ୍ଥ୍ୟ

ଖବର କାଗଜ ଉପରେ ରଖା ଯାଇଥିବା ଖାଦ୍ୟ ଖାଉଛନ୍ତି କି? ସାବଧାନ! ହୋଇପାରନ୍ତି ଏହି ସବୁ ଭୟଙ୍କର ରୋଗର ଶିକାର

ଖବର କାଗଜରେ ଖାଦ୍ୟ ଗୁଡାଇ ଆଣିବା ଆମ୍ଭ ପାଇଁ ଏକ ସାଧାରଣ କଥା ଅଟେ। ଖାସ୍ କରି ଜଳଖିଆ ଆଣିବା ବେଳେ ଦୋକାନୀମାନେ ଖବରକାଗଜ ବ୍ୟବହାର କରୁଥିବା ଦେଖିବାକୁ ମିଳିଥାଏ। ତେବେ, ପରବର୍ତ୍ତୀ ସମୟରେ ଏହି ଅଭ୍ୟାସ ଆପଣଙ୍କ ପାଇଁ ଭାରି ପଡିପାରେ। ଖବରକାଗଜରେ ଲେଖିବା ପାଇଁ ବ୍ୟବହାର କରାଯାଉଥିବା ଇଂକ୍ ହିଁ ଏହାର ପ୍ରମୁଖ କାରଣ ଅଟେ।

ବିଶେଷଜ୍ଞମାନଙ୍କ ମତରେ ଏହି ଇଂକରେ ବିଭିନ୍ନ ପ୍ରକାରର ରାସାୟନିକ ପଦାର୍ଥ ବ୍ୟବହାର କରାଯାଇଥାଏ ଯାହାକି ମଣିଷ ଶରୀରରେ ଭୟଙ୍କର ରୋଗ ସୃଷ୍ଟି କରିପାରେ। ନିୟମିତ ଏହାକୁ ବ୍ୟବହାର କରିବା ଦ୍ୱାରା ଶରୀରରେ ଲଙ୍ଗ୍ସ କ୍ୟାନ୍ସର ଏବଂ ଲିଭର କ୍ୟାନ୍ସର ଭଳି ସମସ୍ୟା ସୃଷ୍ଟି ହୋଇପାରେ।

ସେହିଭଳି ବାରମ୍ବାର ଖବରକାଗଜ ଉପରେ ରଖା ଯାଇଥିବା ଖାଦ୍ୟ ଖାଇବା ଦ୍ୱାରା ଆପଣଙ୍କ ପେଟରେ ଗ୍ୟାସ୍ ହେବା ଏବଂ ପେଟ ଭିତରେ ଘା ସୃଷ୍ଟି ହେବାର ମଧ୍ୟ ସମ୍ଭାବନା ରହିଛି। ଏପରିକି ଏଥିପାଇଁ ଲୋକମାନଙ୍କ ଠାରେ ହରମୋନ୍ ଅସନ୍ତୁଳନ ମଧ୍ୟ ଦେଖିବାକୁ ମିଳିଥାଏ। ତେଣୁ, ଖବରକାଗଜରେ ଖାଦ୍ୟ ନ ରଖିବା ପାଇଁ ବିଶେଷଜ୍ଞ ମାନେ ମତ ଦେଇଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button