ମନୋରଞ୍ଜନ

କର୍କଟ ନେଲା ୨୮ବର୍ଷୀୟା ମିସ୍ ଇଣ୍ଡିଆ ତ୍ରିପୁରା ରିଙ୍କିଙ୍କ ଜୀବନ ! – Kalinga News

[ad_1]

ତ୍ରିପୁରା: କର୍କଟ ନେଲା ୨୮ବର୍ଷୀୟା ମିସ୍ ଇଣ୍ଡିଆ ତ୍ରିପୁରା ରିଙ୍କି ଚକମାଙ୍କ ଜୀବନ। ୨୦୧୭ରେ ସେ ମିସ୍ ଇଣ୍ଡିଆ ତ୍ରିପୁରା ଟାଇଟେଲ ଜିତିଥିଲେ। ଆଗକୁ ସେ ଅନେକ କାମ କରି ସଫଳ ହେବେ ବୋଲି ସ୍ବପ୍ନ ଦେଖିଥିଲେ। ହେଲେ ତାଙ୍କ ବାଟର କଣ୍ଟା ସାଜିଲା କର୍କଟ ରୋଗ। ଗତ ୨ବର୍ଷ ହେବ ସେ କର୍କଟ ରୋଗରେ ପୀଡ଼ିତ ଥିଲେ। ଫେବ୍ରୁଆରି ୨୨ରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଏବେ ତାଙ୍କର ଦେହାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି।

ମିଳିଥିବା ସୂଚନା ମୁତାବକ, ୨୦୨୨ରେ ସ୍ତନ କର୍କଟ ରୋଗ ହୋଇଥିବା ଜାଣିବାକୁ ପାଇଥିଲେ ରିଙ୍କି। ପରେ ତାଙ୍କର ସର୍ଜରୀ କରାଯାଇଥିଲା। ହେଲେ କର୍କଟ ସେତବେଳକୁ ତାଙ୍କ ଫୁସଫୁସ ଓ ମସ୍ତିକକୁ ପ୍ରଭାବିତ କରିସାରିଥିଲା। ମସ୍ତିକରେ ଟ୍ୟୁମର ହେବା ପରେ ସର୍ଜରୀ ପାଇଁ କହିଥିଲେ ଡାକ୍ତର। ହେଲେ କେମୋଥେରାପି ନେଇ ୩୦ପ୍ରତିଶତ ସୁସ୍ଥ ହେବା ପରେ ଯାଇ ସର୍ଜରୀ ହୋଇପାରିବ ବୋଲି ଡାକ୍ତର ରିଙ୍କିଙ୍କୁ ଜଣାଇଥିଲେ। କିନ୍ତୁ କେମୋଥେରାପି ଚାଲିଥିବା ବେଳେ ଫେବ୍ରୁଆରି ୨୨ରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଥିଲା। ଏଥିପାଇଁ ତାଙ୍କୁ ସାକେତର ମାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବା ବେଳେ ଏବେ ତାଙ୍କର ଦେହାନ୍ତ ହୋଇଛି।

ତାଙ୍କ ମୃତ୍ୟୁ ପରେ ସେ କରିଥିବା ଇନଷ୍ଟା ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button