ଲୋକସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ସିଏଏ କାର୍ଯ୍ୟକାରୀ ହେବ – Kalinga News

[ad_1]
ନୂଆଦିଲ୍ଲୀ : ଖୁବଶୀଘ୍ର ନାଗରିକତା ସଂଶୋଧନ ଆଇନ (ସିଏଏ) କାର୍ଯ୍ୟକାରୀ ହେବ। ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ କେନ୍ଦ୍ର ସରକାର ସିଏଏ ପାଇଁ ବିଜ୍ଞପ୍ତି ଜାରି କରିପାରନ୍ତି। ଚଳିତ ମାସ ଆରମ୍ଭରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କହିଥିଲେ ଯେ ଚଳିତ ବର୍ଷ ଲୋକସଭା ନିର୍ବାଚନ ପୂର୍ବରୁ ସିଏଏ କାର୍ଯ୍ୟକାରୀ ହେବ। ଶାହ କହିଥିଲେ ଆମର ମୁସଲମାନ ଭାଇମାନଙ୍କୁ ଭୁଲ୍ ବାଟରେ ନିଆଯାଉଛି ଏବଂ ସେମାନଙ୍କୁ ସିଏଏ ବିରୋଧରେ ମତାଯାଉଛି। ତେବେ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରେ ନିର୍ଯାତନା ସହି ଭାରତ ଫେରିଥିବା ଲୋକଙ୍କୁ ନାଗରିକତ୍ବ ପ୍ରଦାନ କରିବା ସିଏଏର ଏକମାତ୍ର ଲକ୍ଷ୍ୟ ବୋଲି ଶାହ କହିଥିଲେ। କୌଣସି ଭାରତୀୟ ନାଗରିକଙ୍କ ନାଗରିକତ୍ବ ଛଡ଼ାଇବା ଏହାର ଲକ୍ଷ୍ୟ ନୁହେଁ ବୋଲି ଶାହ କହିଛନ୍ତି। ଉଲ୍ଳେଖଯୋଗ୍ୟ ଯେ ଦେଶବ୍ୟାପୀ ବ୍ୟାପକ ଆନ୍ଦୋଳନ ହେବାପରେ ୨୦୧୯ ଡିସେମ୍ବର ୧୧ରେ ସଂସଦ ଦ୍ବାରା ସିଏଏକୁ ସ୍ବୀକୃତି ମିଳିଥିଲା। ୧୯୫୫ ନାଗରିକତା ଆଇନରେ ସିଏଏ ସଂଶୋଧନ ଆଣିଛି। ତେବେ ସଂସଦରେ ଗୃହୀତ ହେବାର ୪ ବର୍ଷ ବିତିଯାଇଥିଲେ ବି ଏହାର ନିୟମ ଏବଂ ପ୍ରକ୍ରିୟା ଚୂଡ଼ାନ୍ତ ହୋଇନଥିବାରୁ ଏହା ଏଯାବତ କାର୍ଯ୍ୟକାରୀ ହୋଇପାରିନି।
[ad_2]




