ଧଳା କେଶ ପାଇଁ ଚିନ୍ତିତ ! ନଡିଆ ତେଲରେ ବାସ୍ ଏହି ଗୋଟେ ଜିନିଷ ମିଶାଇ ଲଗାନ୍ତୁ, ଧୀରେ ଧୀରେ ଚୁଟି କଳା ହେବାକୁ ଲାଗିବ

ଆଜିକାଲି ଅନେକ ଲୋକଙ୍କର କେଶକୁ ନେଇ ବିଭିନ୍ନ ପ୍ରକାର ସମସ୍ଯା ରହୁଛି । ଯେଉଁଥିରେ କେଶ ବହୁତ ଅଳ୍ପ ବୟସରୁ ଧଳା ହୋଇଯିବା ସମସ୍ତଙ୍କର ଏକ ବଡ ଚିନ୍ତାର କାରଣ ପାଲଟିଛି । କାରଣ କେଶ ଯଦି କଳା ରୁ ଧଳା ହେବାକୁ ଲାଗିଥାଏ । ତେବେ ଏହାର କେଶର ସୁନ୍ଦରତାକୁ ସଂପୂର୍ଣ୍ଣ ଭାବେ କମାଇଦେଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ଉପାୟ କହିବାକୁ ଯାଉଛୁ । ଯାହା ଦ୍ଵାରା ଗୋଟି ଗୋଟି କରି କେଶ ଧଳା କେଶ କଳା ହେବା ସହିତ କେଶର ବହୁ ଗୁଡିଏ ସମସ୍ଯା ମଧ୍ୟ ଦୂର ହୋଇଥାଏ ।
ତେବେ ଏହି ଉପାୟ ପାଇଁ ଆପଣଙ୍କୁ ପ୍ରଥମେ କଳାଜୀରାର ଆବଶ୍ୟକତା ପଡିବ । କେଶରେ କଳାଜୀରାର ପ୍ରୟୋଗ କରିବା ଦ୍ଵାରା କେଶ କଳା ହୋଇଥାଏ । ପ୍ରଥମେ ଗ୍ଯାସରେ ଏକ ତାୱା ବସାଇ ସେଥିରେ 2 ଚାମଚ କଳା ଜୀରା ଧିମା ଆଞ୍ଚରେ ଭାଜିବା ସହ ସେଥିରେ 4 ରୁ 5 ଟି ଲବଙ୍ଗ ମଧ୍ୟ ଆଡ୍ କରନ୍ତୁ ।
ଅଳ୍ପ ଭାଜି ସାରିଲା ପରେ ଗ୍ଯାସ ବନ୍ଦ କରି ଦିଅନ୍ତୁ । ଲବଙ୍ଗ ମଧ୍ୟ ପ୍ରାକୃତିକ ଭାବେ କେଶକୁ କଳା କରିଥାଏ । ତାପରେ 2 ରୁ 3 କର୍ପୁର ଆଣି ତାହାକୁ କୁଟି ବା ଛେଚି ଗୁଣ୍ଡ ପ୍ରସ୍ତୁତ କରନ୍ତୁ । ତାପରେ ଗ୍ଯାସରେ ଏକ ପ୍ୟାନ ବସାଇ ସେଥିରେ 100 ଗ୍ରାମ ନଡିଆ ତେଲ ଢାଳନ୍ତୁ । ସାମାନ୍ୟ ତେଲ ଗରମ ହୋଇସାରିବା ପରେ ଗ୍ଯାସ ବନ୍ଦ କରି ଦିଅନ୍ତୁ ।
ତାପରେ ସେହି ଗରମ ଥିବା ତେଲରେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା କଳାଜୀରା ଓ ଲବଙ୍ଗକୁ ମିଶାନ୍ତୁ । ତାପରେ ସେଥିରେ କର୍ପୁର ଗୁଣ୍ଡର ପ୍ରୟୋଗ କରି ଭଲ ଭାବେ ଗୋଳାଇ ଦିଅନ୍ତୁ ।ତାପରେ ଏକ ପତଳା ସୂତା କପଡା ସାହାଜ୍ଯରେ ଅନ୍ୟ ଏକ ପାତ୍ରକୁ ଛାଣି ନେଇଆସନ୍ତୁ । ଏହି ତେଲକୁ ଆପଣ ନିଜ କେଶରେ ଭଲ ଭାବେ ମସାଜ କରି ଲଗାନ୍ତୁ ।
ତେଲ ଲଗାଇବାର 2 ରୁ 3 ଘଣ୍ଟା ପରେ କି ଗୋଟେ ଦିନ ପରେ କେଶ ଧୋଇ ନିଅନ୍ତୁ । ଏହି ତେଲ ଆପଣଙ୍କ କେଶକୁ ଗୋଟି ଗୋଟି କରି କଳା ହେବାକୁ ଲାଗିବ ।ଏହା କେଶର ଅନେକ ପ୍ରକାର ସମସ୍ଯାକୁ ଦୂର କରିବା ସହ କେଶକୁ କଳା, ଘନ ଓ ସୁନ୍ଦର କରିବାକୁ ବହୁତ ଅଧିକ ସାହାଜ୍ଯ କରିବ । ଏହା ସଂପୂର୍ଣ୍ଣ ଭାବେ ଘରୋଇ ଉପଚାର ହୋଇଥିବାରୁ କେଶର କୌଣସି ପ୍ରକାର କ୍ଷତି ହେବାକୁ ଦେଇନଥାଏ ।