ଆସନ୍ତା ସପ୍ତାହରେ ବିଜେପି ତାଲିକା! ପ୍ରଥମ ପର୍ଯ୍ୟାୟରେ ମୋଦୀ, ଶାହଙ୍କ ନାଁକୁ ନେଇ ଚର୍ଚ୍ଚା – Kalinga News

[ad_1]
ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପାଇଁ ଭାରତର ନିର୍ବାଚନ କମିସନ ତାରିଖ ଘୋଷଣା କରିବା ପୂର୍ବରୁ ବିଜେପି ଲୋକସଭା ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବ। ଆସନ୍ତା ଗୁରୁବାର ଦିନ ଦଳ ପକ୍ଷରୁ ଶହେ ଜଣ ପ୍ରାର୍ଥୀଙ୍କର ନାମ ଘୋଷଣା କରାଯିବା ସମ୍ଭାବନା ରହିଛି। ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନେକ ବରିଷ୍ଠ ନେତାଙ୍କର ନାମ ରହିବ ବୋଲି ଜଣାପଡ଼ିଛି।

Sambad is now on WhatsApp
Join and get latest news updates delivered to you via WhatsApp
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ୨୯ ତାରିଖରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ ଅନୁଷ୍ଠିତ ହେବ। ଏଥିରେ ଶହେ ପ୍ରାର୍ଥୀଙ୍କ ତାଲିକା ଚୂଡ଼ାନ୍ତ ହେବ। ୫୪୩ ଲୋକସଭା ଆସନ ମଧ୍ୟରୁ ୩୭୦ ଜିତିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ ଲକ୍ଷ୍ୟ ଧାର୍ଯ୍ୟ କରିଥିବାରୁ ଦଳୀୟ କର୍ମୀଙ୍କ ପ୍ରସ୍ତୁତି ଲାଗି ଏଭଳି ଆଗୁଆ ତାଲିକା ପ୍ରକାଶ କରିବାକୁ ଯୋଜନା ହୋଇଛି। ମୋଦୀ ଏଥର ମଧ୍ୟ ଉତ୍ତର ପ୍ରଦେଶର ବାରାଣସୀରୁ ପ୍ରାର୍ଥୀ ହୋଇପାରନ୍ତି। ୨୦୧୪ ଏବଂ ୨୦୧୯ରେ ଦୁଇ ଥର ସେ ଏହି ଆସନରୁ ପ୍ରାର୍ଥୀ ହୋଇ ବିୁପଳ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ୨୦୧୪ରେ ୩ ଲକ୍ଷ ୩୭ ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ବେଳେ ୨୦୧୯ରେ ଭୋଟ ବ୍ୟବଧାନ ୪ ଲକ୍ଷ ୮୦ ହଜାରକୁ ବୃଦ୍ଧି ପାଇଥିଲା। ସେହିଭଳି ଅମିତ ଶାହ ଗୁଜରାଟର ଗାନ୍ଧୀନଗର ଆସନରୁ ପ୍ରାର୍ଥୀ ହୋଇପାରନ୍ତି। ୨୦୧୯ ନିର୍ବାଚନରେ ସେ ଏଠାରୁ ବିଜୟୀ ହୋଇଥିଲେ। ଏହି ଆସନକୁ ଏହାପୂର୍ବରୁ ବରିଷ୍ଠ ନେତା ଏଲ୍କେ ଆଡଭାନୀ ପ୍ରତିନିଧିତ୍ବ କରୁଥିଲେ।
ଗତ ସପ୍ତାହ ପ୍ରଧାନମନ୍ତ୍ରୀ ମୋଦୀ ଦଳୀୟ କର୍ମୀଙ୍କୁ ଉଦ୍ବୋଧନ ଦେଇ କହିଥିଲେ ଯେ ଆଗାମୀ ଶହେ ଦିନ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ। ୩୭୦ ଆସନ ଲକ୍ଷ୍ୟ ହାସଲ କରିବା ଲାଗି ପରିଶ୍ରମ କରିବାକୁ ପଡ଼ିବ। ବିଜେପି ପାଇଁ ୩୭୦ ଏବଂ ଏନ୍ଡିଏ ଲାଗି ୪୦୦ ଆସନ ହାସଲ କରିବାକୁ ପଡ଼ିବ। ସେ କହିଥିଲେ, କ୍ଷମତା ହାସଲ ଉଦ୍ଦେଶ୍ୟରେ ସେ ପ୍ରଧାନମନ୍ତ୍ରୀ ହେବାକୁ ଚାହାନ୍ତି ନାହିଁ। ଦେଶ ପାଇଁ କାମ କରିବା ହେଉଛି ତାଙ୍କର ଲକ୍ଷ୍ୟ। ‘ରାଜନୀତି ପାଇଁ ନୁହେଁ, ମୁ ରାଷ୍ଟ୍ରନୀତି ପାଇଁ କାମ କରୁଛି’ ବୋଲି ସେ କହିଥିଲେ।
[ad_2]