ଖେଳ ଖବର

ସିଲି ପଏଣ୍ଟ୍‌: ବିସ୍ମୟ ନାୟକଙ୍କୁ ଭେଟିଲେ ମହାନାୟକ – Kalinga News

[ad_1]

ଜମ୍ମୁ: ଦୁଇଟି ଯାକ ହାତ ନାହିଁ। ତଥାପି ଗୋଡ଼ରେ ବୋଲିଂ କରିବା ସହ କଟା ହାତ ମଝିରେ ବ୍ୟାଟ୍ ରଖି ବ୍ୟାଟିଂ କରୁଛନ୍ତି ଜମ୍ମୁ କାଶ୍ମୀରର ପାରା କ୍ରିକେଟର୍ ଅମିର ହୁସେନ ଲୋନ୍। ୩୪ ବର୍ଷୀୟ ଦିବ୍ୟାଙ୍ଗ ଲୋନ୍‌ କ୍ରିକେଟ୍ ଖେଳୁଥିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ପରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ତାଙ୍କ ଅସୀମ ଧୈର୍ଯ୍ୟ, କଠିନ ଏକାଗ୍ରତା ଓ କ୍ରିକେଟ୍ ପ୍ରତି ଥିବା ଅହେତୁକ ଭଲ ପାଇବାକୁ ଖୁବ୍ ପ୍ରଶଂସା କରିଥିଲେ। ‘‘ ଦିନେ ନା ଦିନେ ମୁଁ ନିଶ୍ଚିତ ତୁମକୁ ଭେଟିବି, ତୁମ ଅଟୋଗ୍ରାଫ୍ ଥିବା ଜର୍ସି ସଂଗ୍ରହ କରିବି।

କ୍ରିକେଟ୍ ପ୍ରତି ଅତୁଳନୀୟ ଭଲପାଇବାର ନିଦର୍ଶନ ଦେଇ ତୁମେ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପ୍ରେରଣା ପାଲଟିଛ।’’ ବୋଲି ସଚିନ ଲୋନ୍‌ଙ୍କ ଉଦ୍ଦେଶ୍ୟରେ ନିଜ ‘ଏକ୍ସ’ ପୃଷ୍ଠାରେ ଲେଖିଥିଲେ। ସଂପ୍ରତି ପରିବାର ସହ ଜମ୍ମୁ କାଶ୍ମୀର ଭ୍ରମଣରେ ଥିବା ସଚିନ ଶନିବାର ତାଙ୍କର ସେହି ପୁରୁଣା ପ୍ରତିଶ୍ରୁତି ପୂରଣ କରିଛନ୍ତି। ଏହି କେନ୍ଦ୍ର ଶାସିତ ଅଞ୍ଚଳର ଅନନ୍ତନାଗରେ ପାରା କ୍ରିକେଟ୍‌ର ନୂଆ ନାୟକ ଲୋନ୍‌ଙ୍କୁ କ୍ରିକେଟ୍‌ର ମହାନାୟକ ସଚିନ ଭେଟିଛନ୍ତି। ଫଳରେ ଲୋନ୍ ନିଜ ଜୀବନର ସବୁଠୁ ସ୍ମରଣୀୟ ମୁହୂର୍ତ୍ତ ସାଉଣ୍ଟିଛନ୍ତି। ନେପାଳ, ଦୁବାଇ, ସାରଜା ଓ ଅନ୍ୟାନ୍ୟ ସ୍ଥାନରେ ପାରା କ୍ରିକେଟ୍ ଖେଳି ଉଚ୍ଚ ପ୍ରଂଶସିତ ହୋଇଥିବା ଲୋନ୍‌ଙ୍କୁ ସଚିନ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button