୪ର୍ଥ ଟେଷ୍ଟ : ୨ୟ ଦିବସ ଖେଳ ଶେଷସୁଦ୍ଧା ଭାରତ ୨୧୯/୭ – Kalinga News
[ad_1]
ରାଞ୍ଚି: ରାଞ୍ଚିରେ ଖେଳାଯାଉଥିବା ଭାରତ-ଇଂଲଣ୍ଡ ୪ର୍ଥ ଟେଷ୍ଟର ୨ୟ ଦିନ ଖେଳ ସମାପ୍ତି ସୁଦ୍ଧା ଭାରତ ୭ ଓ୍ବିକେଟ ହରାଇ ୨୧୯ ରନ କରିଛି । ଭାରତ ପକ୍ଷରୁ ଧ୍ରୁବ ଜୁରେଲ ଓ କୁଳଦୀପ ଯାଦବ ଲଢୁଆ ବ୍ୟାଟିଂ କରି ଇଂଲଣ୍ଡ ବୋଲରଙ୍କୁ କଡ଼ା ଜବାବ ଦେଇଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ଏହା ପୂର୍ବରୁ ଇଂଲଣ୍ଡ ନିଜର ପ୍ରଥମ ଇନିଂସରେ ୩୫୩ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ଜୋ ରୁଟ୍ ଅପରାଜିତ ୧୨୨ ରନ କରିଥିଲେ । ଓଲି ରବିନସନ ୫୩ରନ ରନ କରିଥିଲେ । ଭାରତ ନିଜର ପ୍ରଥମ ଇନିଂସରେ ଆରମ୍ଭରୁ ହିଁ ରୋହିତ ଶର୍ମାଙ୍କ ଓ୍ବିକେଟ ହରାଇ ଚାପରେ ରହିଥିଲା । ରୋହିତ ମାତ୍ର ୨ ରନ କରି ଆଉଟ ହୋଇଥିଲେ ।
ତେବେ ଯଶସ୍ବୀ ଜୟସ୍ବାଲ ୭୩ ରନ କରିଥିଲେ । କିନ୍ତୁ ଭାରତର ମଧ୍ୟକ୍ରମ ପୁଣି ବିଫଳ ହୋଇଥିଲା । ଭାରତୀୟ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନମାନେ ଭଲ ଆରମ୍ଭ କରିଥିଲେ ବି ବଡ଼ ସ୍କୋର କରିପାରିନଥିଲେ । କେବଳ ଶୁଭମନ ଗିଲ ୩୮ ରନ କରିଥିଲେ । ନିୟମିତ ଓ୍ବିକେଟ ପତନ ପରେ ଭାରତ ଗୋଟିଏ ସମୟରେ ୧୭୭ରନରେ ୭ଟି ଓ୍ବିକେଟ ହରାଇଥିଲା । କିନ୍ତୁ ଧ୍ରୁବ ଜୁରେଲ ଓ କୁଳଦୀପ ଲଢୁଆ ବ୍ୟାଟିଂ କରି ଇଂଲଣ୍ଡ ବୋଲରଙ୍କୁ ନିରାଶ କରିବା ସହ ଦଳର ସ୍କୋରକୁ ୨୦୦ ସେପଟକୁ ନେଇଯାଇଥିଲେ ।
[ad_2]