ଅପରାଧ

ପରୀକ୍ଷାରେ ଅସଫଳ ହେବାପରେ ନିଜକୁ ବିମାନରେ ଆତଙ୍କବାଦୀର ପରିଚୟ ଦେଲେ ଇଞ୍ଜିନିୟର ଛାତ୍ର – Kalinga News

[ad_1]

ନୂଆଦିଲ୍ଲୀ: ବେଙ୍ଗାଲୁରୁରେ କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି।

ସୂଚନାଯୋଗ୍ୟ, ଲ‌କ୍ଷ୍ମୌ ଅଭିମୁଖେ ଯାତ୍ରା କରିବାକୁ ଥିବା ବିମାନ ଉଡ଼ାଣର କିଛି ମିନିଟ୍ ପୂର୍ବରୁ ଜଣେ ଯାତ୍ରୀ ହାଏଭୋଲଟେଜ ଡ୍ରାମା କରିଥିଲେ। ଯେତେବେଳେ କେବିନ କ୍ରୁ ଉକ୍ତ ଯାତ୍ରୀଙ୍କ ପାଖକୁ ଯାଇ ସମସ୍ୟା ବୁଝିବାକୁ ଚେଷ୍ଟା କରିଥିଲେ ଯାତ୍ରୀ ଜଣକ ନିଜକୁ ଆତଙ୍କବାଦୀର ପରିଚୟ ଦେଇଥିଲେ। ଏହାପରେ ବିମାନରେ ଅନ୍ୟ ଯାତ୍ରୀଙ୍କ ମଧ୍ୟରେ କୋକୁଆଭୟ ଖେଳି ଯାଇଥିଲା।

ସଙ୍ଗେସଙ୍ଗେ ବିମାନ କ୍ରୁ ସଦସ୍ୟ ଯାତ୍ରୀମାନଙ୍କୁ ଶାନ୍ତ ରହିବାକୁ ପରାମର୍ଶ ଦେବା ସହିତ ବିମାନବନ୍ଦରରେ ଥିବା ସିଆଇଏସଏଫଙ୍କୁ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ।

ଖବର ପାଇ ସୁରକ୍ଷାକର୍ମୀ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଥିଲେ। ଗିରଫ ଅଭିଯୁକ୍ତଙ୍କ ନାମ ଆଦର୍ଶ କୁମାର ସିଂ ଏବଂ ସେ ଜଣେ ଇଞ୍ଜିନିୟରିଂ ଛାତ୍ର ବୋଲି ଜଣାପଡିଛି।

ଗିରଫ ପରେ ଇଞ୍ଜିନିୟର ଛାତ୍ର ଆଦର୍ଶ କହିଛନ୍ତି, ମୁଁ ଇଞ୍ଜିନିୟରିଂର ପ୍ରଥମ ବର୍ଷ ଛାତ୍ର। ପରୀକ୍ଷାରେ ଅସଫଳ ହୋଇଛି। ବାପା ଓ ମା’ ଜାଣି ନାହାନ୍ତି। ସେମାନେ ମୋ‌ତେ ଘରକୁ ଡାକୁଛନ୍ତି କିନ୍ତୁ ମୁଁ ଯିବାକୁ ଚ‌ାହୁଁନାହିଁ। ତେଣୁ ନିଜକୁ ଆତଙ୍କବାଦୀ କହି ଗିରଫ ହୋଇ ଜେଲରେ ରହିବାକୁ ଚାହୁଁଛି।’

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button