ଦେଶ- ବିଦେଶ

ମୋଦୀ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା – Kalinga News

[ad_1]

ନୂଆଦିଲ୍ଲୀ: ଆମେରିକାର ଏକ ବୈଶ୍ୱିକ ଏଜେନ୍ସି ମର୍ଣ୍ଣିଂ କନସଲ୍ଟ ଦ୍ୱାରା କରାଯାଇଥିବା ସର୍ଭେ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ବିଶ୍ବର ସବୁଠାରୁ ଲୋକପ୍ରିୟ ନେତା। ୭୮ ପ୍ରତିଶତ ଆପ୍ରୁଭାଲ ରେଟିଂ ସହ ମୋଦୀ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ବିବେଚିତ ହୋଇଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏବଂ ବ୍ରିଟେନର ଋଷି ସୁନକଙ୍କଠାରୁ ପ୍ରଧାନମନ୍ତ୍ରୀ ମୋଦୀ ଅଧିକ ଲୋକପ୍ରିୟ। ସର୍ଭେ କରିଥିବା ଏଜେନ୍ସିର ୱେବସାଇଟ୍ ଅନୁଯାୟୀ, ଜାନୁଆରି ୩୦ରୁ ଫେବ୍ରୁଆରି ୫ ମଧ୍ୟରେ ସଂଗ୍ରହ କରାଯାଇଥିବା ତଥ୍ୟ ଉପରେ ସଦ୍ୟତମ ଆପ୍ରୁଭାଲ ରେଟିଂ ଆଧାରିତ। ମର୍ଣ୍ଣିଂ କନ୍ସଲ୍ଟର ସର୍ଭେ ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀ ୭୮ ପ୍ରତିଶତ ରେଟିଂ ସହ ତାଲିକାର ଶୀର୍ଷରେ ଅଛନ୍ତି। ମେକ୍ସିକୋ ରାଷ୍ଟ୍ରପତି ଆନ୍ଦ୍ରେସ୍ ମାନୁଏଲ୍ ଲୋପେଜ୍ ଓବ୍ରାଡୋର୍ ୬୫ ପ୍ରତିଶତ ରେଟିଂ ସହ ଦ୍ବିତୀୟ ସ୍ଥାନରେ ଥିବା ବେଳେ ଆର୍ଜେଣ୍ଟିନାର ଜାଭିୟର ମିଲି ୬୩ ପ୍ରତିଶତ ରେଟିଂ ସହ ତୃତୀୟ ସର୍ବାଧିକ ଲୋକପ୍ରିୟ ବିଶ୍ୱନେତା ହୋଇଛନ୍ତି।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button