ନବରଙ୍ଗପୁର ବିଜେପି କୋର୍ କମିଟି ବୈଠକ ଆଜି: ୪ ଲୋକସଭା ସ୍ଥିତି ପରଖିବେ ରାଜନାଥ – Kalinga News
[ad_1]
ଜୟପୁର: ୨୦୨୪ ନିର୍ବାଚନ ପୂର୍ବରୁ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ମନୋବଳ ବୃଦ୍ଧି ପାଇଁ ଯୋଜନା କରିଛି ବିଜେପି। ଗୁରୁବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓଡ଼ିଶା ଗସ୍ତରେ ଆସୁଥିବାରୁ ନବରଙ୍ଗପୁରରେ ବିଜେପି କୋର୍ କମିଟି ବୈଠକ ଆୟୋଜନ କରିଛି। ବୈଠକରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୪ ଲୋକସଭା ଆସନର ସ୍ଥିତି ଆକଳନ କରାଯିବ। ରାଜ୍ୟର ବରିଷ୍ଠ ନେତୃବୃନ୍ଦଙ୍କ ସହ ରାଜନାଥ ଯୋଗଦେବେ। ପୂର୍ବାହ୍ନ ୧୧ଟାରେ ନବରଙ୍ଗପୁରରେ ପହଞ୍ଚିବେ ରାଜନାଥ। ପରେ କୋରାପୁଟ, ନବରଙ୍ଗପୁର, ବଲାଙ୍ଗୀର, କଳାହାଣ୍ଡି ଲୋକସଭା କ୍ଷେତ୍ରର କୋର୍ କମିଟି ସଦସ୍ୟ, ବିଧାନସଭାସ୍ତରୀୟ କୋର୍ କମିଟି, ଲୋକସଭା ପ୍ରବାସ ସଞ୍ଚାଳନ ସମିତି ଟିମ୍, ବିଧାନସଭା ପ୍ରବାସ ସଞ୍ଚାଳନ ସମିତି ଟିମ୍, ଜିଲ୍ଲାସ୍ତରୀୟ କାର୍ଯ୍ୟକର୍ତ୍ତା, ସମସ୍ତ ମୋର୍ଚ୍ଚା ସଭାପତି, ଜାତୀୟ/ରାଜ୍ୟସ୍ତରୀୟ କର୍ମକର୍ତ୍ତା, ସମସ୍ତ ମଣ୍ଡଳ ସଭାପତି ଓ ପ୍ରଭାରୀ, ଲୋକସଭା/ବିଧାନସଭା ପ୍ରଭାରୀ, ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବେ। ଆଗାମୀ ନିର୍ବାଚନରେ ଦଳ ୪ ଲୋକସଭା ଆସନରେ କିପରି ଭଲ ପ୍ରଦର୍ଶନ କରିବ, କ’ଣ ରହିବ ନୂଆ ରଣନୀତି ସେ ସମ୍ପର୍କରେ ସ୍ପଷ୍ଟ କରିବେ ରାଜନାଥ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ୪ ଲୋକସଭା ଆସନ ମଧ୍ୟରୁ ପଶ୍ଚିମ ଓଡ଼ିଶାର ଦୁଇ ଆସନ କଳାହାଣ୍ଡି ଓ ବଲାଙ୍ଗୀର ବିଜେପି ଅଧୀନରେ ରହିଛି। କୋରାପୁଟ ଓ ନବରଙ୍ଗପୁର ଲୋକସଭା ଆସନ ଦଳ ହାତରେ ନାହିଁ। କୋରାପୁଟ ଲୋକସଭା କ୍ଷେତ୍ରର ୭ ବିଧାନସଭା ଆସନରୁ ଗୋଟିଏରେ ବି ଦଳ ଜିତିନି। ତେଣୁ ୨୦୨୪ରେ ଦଳ ଅଭିଜ୍ଞ ବଦଳରେ ନୂଆ ମୁହଁକୁ ପ୍ରାର୍ଥୀ କରି ନିର୍ବାଚନୀ ବୈତରଣୀ ପାର୍ ହେବାକୁ ଲକ୍ଷ୍ୟ ରଖିଛି। ସେହିପରି ନବରଙ୍ଗପୁର ଲୋକସଭା କ୍ଷେତ୍ରର ଉମରକୋଟ ଓ ମାଲକାନଗିରି ବିଧାନସଭା ଆସନରେ ବିଜେପି ବିଜୟୀ ହୋଇଛି। ପୂର୍ବରୁ ନବରଙ୍ଗପୁର ଲୋକସଭା ଆସନରେ ଦଳରୁ ପ୍ରତିନିଧିତ୍ବ କରୁଥିଲେ ପୂର୍ବତନ ସାଂସଦ ପର୍ଶୁରାମ ମାଝି। ୨୦୧୪ରେ ବିଜେଡି ଟିକେଟରେ ନବରଙ୍ଗପୁର ଲୋକସଭାରୁ ବିଜୟୀ ହୋଇଥିବା ଇଂ. ବଳଭଦ୍ର ମାଝିଙ୍କୁ ବିଜେପି ୨୦୧୯ ନିର୍ବାଚନରେ ପ୍ରାର୍ଥୀ କରିଥିଲା। ୨୦୨୪ ନିର୍ବାଚନରେ ଏହି ଆସନର ମଙ୍ଗ ପର୍ଶୁରାମ ନା ବଳଭଦ୍ରଙ୍କ ହାତରେ ନ୍ୟସ୍ତ କରିବ ତାହା କୋର୍ କମିଟି ବୈଠକରେ ଚୂଡ଼ାନ୍ତ ହୋଇପାରେ।
[ad_2]