ମନୋରଞ୍ଜନ

ଏହି କଡ଼ା ନିୟମ ପାଳନ କରି ଆସନ୍ତାକାଲି ବିବାହ କରିବେ ରାକୁଲ-ଜ୍ୟାକି – Kalinga News

[ad_1]

ମୁମ୍ବାଇ: ୨୦୨୪ ମସିହାରେ ବଲିଉଡ ଅଭିନେତ୍ରୀ ରାକୁଲ୍ ପ୍ରୀତ ସିଂହ ଏକ ନୂଅ‌ା ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି। ଆସନ୍ତାକାଲି ତାଙ୍କର ବିବାହ ହେବାକୁ ଯାଉଛି। ସେ ବଲିଉଡର ପ୍ରଯୋଜକ ଜ୍ୟାକି ଭଗନାନୀଙ୍କୁ ବିବାହ କରିବାକୁ ଯାଉଛନ୍ତି। ସେ ଦୀର୍ଘ ବର୍ଷ ହେବ ଅଭିନେତା ତଥା ପ୍ରଯୋଜକ ଜ୍ୟାକି ଭଗନାନୀଙ୍କୁ ଡେଟ୍ କରୁଥିବା ବେଳେ ଏବେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରେମୀଯୁଗଳ ବିଦେଶରେ ବିବାହ କରିବେ ବୋଲି ଆଗରୁ ଶୁଣାଯାଉଥିଲା, କିନ୍ତୁ ଶେଷ ମୁହୂର୍ତ୍ତରେ ନିଷ୍ପତ୍ତି ପରିବର୍ତ୍ତନ ହୋଇଥିଲା। ସେମାନଙ୍କ ବିବାହରେ ପରିବାର ଲୋକ ଓ ନିକଟତର ବନ୍ଧୁ ସାମିଲ୍ ହେବେ ବୋଲି ଜାଣିବାକୁ ମିଳିଛି।

ଏହା ସହ ବିବାହ ପାଇଁ ଦୁହେଁ କିଛି କଡ଼ା ନିୟମ ପ୍ରସ୍ତୁତ କରିଛନ୍ତି, ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। କୁହାଯାଉଛି ଯେ, ବିବାହରେ ଯୋଗ ଦେବାକୁ ଥିବା ପରିବାର ଲୋକ ଓ ନିକଟତର ବନ୍ଧୁମାନଙ୍କb ‌ବିବାହ ମଣ୍ଡପକୁ ଫୋନ ନେଇ ଯିବା ପାଇଁ ଅନୁମତି ନାହିଁ। ଏହା ସହ ବିବାହରେ କୌଣସି ପ୍ରକାରର ଆତସବାଜି ହେବ ନାହିଁ। ଗୋଆର ଆଇଟିସି ଗ୍ରାଣ୍ଡରେ ଦୁହିଁଙ୍କ ବିବାହ ହେବାକୁ ଥିବା ବେଳେ ଏହି ସବୁ ନିୟମ ପାଳନ କରାଯିବ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button