ରାଜନୀତି

ସିଟ୍ ଭାଗବଣ୍ଟା ଏଯାଏ ଛିଡୁନି: ବିଳମ୍ବିତ ରାତି ପର୍ଯ୍ୟନ୍ତ ଆଲୋଚନା ପରେ ବି ବାହାରିଲାନି ସମାଧାନର ବାଟ – Kalinga News

[ad_1]

ନୂଆଦିଲ୍ଲୀ: କଂଗ୍ରେସର ‘ଭାରତ ଯୋଡ ନ୍ୟାୟ ଯାତ୍ରା’ରେ ସାମିଲ ହୋଇନପାରନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ଉତ୍ତରପ୍ରଦେଶରେ ରାହୁଲ ଯାତ୍ରା କରୁଥିଲେ ମଧ୍ୟ ଏଥିରେ ଅଖିଳେଶ ସାମିଲ ହେବା ନେଇ ଏବେ ବି ଦ୍ବନ୍ଦ୍ବ ଜାରି ରହିଛି । କାରଣ ଉଭୟ ଦଳ ମଧ୍ୟରେ ଲୋକସଭା ସିଟ୍ ଭାଗବଣ୍ଟା ଏଯାଏ ଛିଡୁନି । ପୂର୍ବରୁ ଅଖିଳେଶ ସ୍ପଷ୍ଟ କରିଥିଲେ ଯଦି ସିଟ୍ ଭାଗବଣ୍ଟା ନ ହୁଏ ତେବେ ଯାତ୍ରାରେ ସାମିଲ ହେବେନି । ସମାଜବାଦୀ ପାର୍ଟି ଏବେ ପର୍ଯ୍ୟନ୍ତ କଂଗ୍ରେସକୁ ୧୭ଟି ଲୋକସଭା ଆସନ ଦେବାକୁ ପ୍ରସ୍ତୁତ ଅଛି । ଉଭୟ ଦଳ ମଧ୍ୟରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରୁନାହିଁ ।

କଂଗ୍ରେସ ମୁରାଦାବାଦ ଓ ବାଲିଆ ଆସନ ଚାହୁଁଥିବା ବେଳେ ସମାଜବାଦୀ ପାର୍ଟି ଏହି ଆସନ ଛାଡିବାକୁ ପ୍ରସ୍ତୁତ ନୁହେଁ । ମୁରାଦାବାଦ ଆସନକୁ ନେଇ ଉଭୟ କଂଗ୍ରେସ ଓ ସମାଜବାଦୀ ପାର୍ଟି ଅଡ଼ି ବସିଛନ୍ତି । ସେହିଭଳି କଂଗ୍ରେସ ବିଜନୋର ଆସନ ମଧ୍ୟ ଚାହୁଁଛି । ୩ଟି ଆସନକୁ ନେଇ ଉଭୟ ଦଳ ମଧ୍ୟରେ ଦ୍ୱନ୍ଦ୍ୱ ରହିଛି । ବାଲିଆ, ମୁରାଦାବାଦ ଓ ବିଜନୋର ଏହି ୩ ଆସନକୁ ନେଇ ଉଭୟ ଦଳ ମଧ୍ୟ ଆସନ ବୁଝାମଣା ହୋଇପାରୁନାହିଁ । ତେଣୁ ଏଭଳି ସ୍ଥିତିରେ ଆଗାମୀ ନିର୍ବାଚନରେ କଂଗ୍ରେସ ଓ ସମାଜବାଦୀ ପାର୍ଟି ମିଳିତ ଭାବେ ଲଢିବେ କି ନାହିଁ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯଦି ଉଭୟ ଦଳ ଉତ୍ତରପ୍ରଦେଶରେ ମିଳିତ ଭାବେ ନିର୍ବାଚନ ନ ଲଢନ୍ତି ତେବେ ଏହା ଇଣ୍ଡିଆ ମେଣ୍ଟକୁ ବଡ଼ ଝଟକା ଦେବ । ଏହାପୂର୍ବରୁ ଇଣ୍ଡିଆ ମେଣ୍ଟରୁ ଅନେକ ଦଳ ଓହରି ସାରିଛନ୍ତି ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button