ଦେଶ- ବିଦେଶ

ସନ୍ଦେଶଖାଲି ପୀଡ଼ିତାଙ୍କୁ ଭେଟିବେ ମୋଦୀ : ସୁଭେନ୍ଦୁ ଅଧିକାରୀ – Kalinga News

[ad_1]

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲା ଗସ୍ତ କରିବେ ଏବଂ ସନ୍ଦେଶଖାଲିରେ ପୀଡ଼ିତା ମହିଳାମାନଙ୍କୁ ଭେଟିବେ। ରାଜ୍ୟରେ ବିରୋଧୀ ଦଳ ନେତା ସୁଭେନ୍ଦୁ ଅଧିକାରୀ କହିଛନ୍ତି, ଟିଏମସି ନେତାଙ୍କ ବିରୋଧରେ ଦୁଷ୍କର୍ମ ଏବଂ ହିଂସା ଅଭିଯୋଗ ଆଣିଥିବା ମହିଳାମାନଙ୍କୁ ମୋଦୀ ଭେଟିବେ। ଅଧିକାରୀ କହିଛନ୍ତି,ମୋଦୀଙ୍କ ଗସ୍ତ ପାଇଁ ପ୍ରସ୍ତୁତି ଜାରି ରହିଛି। ତେବେ ପ୍ରଧାନମନ୍ତ୍ରୀଙ୍କ ଅଫିସ ପକ୍ଷରୁ ଏନେଇ ତାରିଖ ଧାର୍ଯ୍ୟ କରାଯିବ। ଇତି ମଧ୍ୟରେ ଜଣାପଡ଼ିଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ମାର୍ଚ୍ଚ ୭ ତାରିଖରେ ଉତ୍ତର ୨୪ ପ୍ରଗଣାର ବରାସତ ଯିବେ। ସୁଭେନ୍ଦୂ ଅଧିକାରୀ ମଧ୍ୟ ଆଜି ସନ୍ଦେଶଖାଲି ଗସ୍ତ କରିଛନ୍ତି। କାଲକାଟା ହାଇକୋର୍ଟ ଅନୁମତି ଦେବାପରେ ସୁଭେନ୍ଦୁ ଅଧିକାରୀ ସନ୍ଦେଶଖାଲି ଗସ୍ତ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ସୁଭେନ୍ଦୁ ଅଧିକାରୀଙ୍କୁ ଗତ ସପ୍ତାହରେ ୨ ଥର ସନ୍ଦେଶଖାଲିଙ୍କୁ ଯିବାପାଇଁ ପୁଲିସ ଅଟକାଇବାରୁ ସେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button