ଦେଶ- ବିଦେଶ

ଭାରତରେ ସାମିଲ ହେବ ପିଓକେ, କାଶ୍ମିରର ଏହି ବଡ ନେତା ଦେଲେ ଏମିତି ବଡ ବୟାନ

ବର୍ତ୍ତମାନ ପିଓକେ ପାକିସ୍ତାନର ଅଧୀନରେ ରହିବ ନାହିଁ । ପିଓକେକୁ ପାକିସ୍ତାନ ଠାରୁ ସ୍ଵାଧୀନତା ଦେବା ପାଇଁ ଓ ପୁଣି ଥରେ ଭାରତ ସହିତ ମିଶିବା ପାଇଁ ବର୍ତ୍ତମାନ ପିଓକେର କିଛି ଆନ୍ଦୋଳନକାରୀ ବି ଏହିଭଳି ହିଁ କହୁଛନ୍ତି । ଏହି କଥା ବର୍ତ୍ତମାନ ଇମରାନ ଖାନ ପାଇଁ ବହୁତ ବଡ ସମସ୍ୟାର କାରଣ ହୋଇ ଯାଇଛି । କହିବାକୁ ଗଲେ ଇମରାନ ସରକାର ଓ ପାକିସ୍ତାନ ସୈନ୍ୟ ବର୍ତ୍ତମାନ ପିଓକେକୁ ଡମ୍ପିଙ୍ଗ ଗ୍ରାଉଣ୍ଡ ଅର୍ଥାତ ଆବର୍ଜନାର କେନ୍ଦ୍ର କରି ସାରିଛନ୍ତି ।

ଏହା ସହିତ କରୋନା ମହାମାରୀ ମଧ୍ୟରେ ଏଠିକାର ଲୋକମାନଙ୍କ କୌଣସି ଦେଖାଶୁଣା ବି କରାଯାଉ ନାହିଁ । ସେମାନଙ୍କୁ ଏହି ସ୍ଥାନରେ ମରିବା ପାଇଁ ଛାଡି ଦିଆ ଯାଇଛି । ପିଓକେରେ ନା ହିଁ ଖାଦ୍ୟ ପଦାର୍ଥ ଅଛି, ନା ହିଁ ରୋଜଗାର, ନା ହିଁ ହସ୍ପିଟାଲ ଓ ସ୍କୁଲ ଅଛି । ଏହି ବଡ କାରଣ ଅଟେ କି ପୁଣିଥରେ ପିଓକେକୁ ପାକିସ୍ତାନର ଅଧୀନରୁ ବାହାର କରି ଭାରତରେ ସାମିଲ କରିବାର ମାଙ୍ଗ ଲଣ୍ଡନରୁ ଉଠିଛି ।

ଏହି ଆନ୍ଦୋଳନର ଆରମ୍ଭ ଲଣ୍ଡନର ହୋଇଛି । ପୁରା କାଶ୍ମୀର ଉପରେ ଭାରତର ଅଧିକାର ଅଛି ବୋଲି କହିବା ଇଂଲଣ୍ଡର ଲେବର ପାର୍ଟି ବହୁତ ସମୟ ହେବ ଏହା କହି ଆସୁଛି । କିଛି ଦିନ ପୂର୍ବେ ଲେବର ପାର୍ଟିର ନେତା କିଏର ସ୍ଟାରମର୍ସ କହିଥିଲେ କି ଭାରତର ସାମ୍ବିଧାନିକ ମାମଲାରେ କେବଳ ଭାରତର ସାଂସଦ ହିଁ ନିଷ୍ପତି ନେଇ ପାରିବ । ଯଦି କାଶ୍ମୀର ଉପରେ ପାକିସ୍ତାନର କୌଣସି ଆପତ୍ତି ଅଛି ତେବେ ସେ ଭାରତ ସହିତ ବସି କଥାବାର୍ତ୍ତା କରି ଏହାକୁ ସମଧାନ କରିବାକୁ ଚେଷ୍ଟା କରୁ ।

କିଏର ସ୍ଟାରମର୍ସର ଏହି ବୟାନକୁ ୟୁନାଈଟେଡ କଶ୍ମୀର ପୀପୁଲ୍ସ ନ୍ୟାସନାଲ ପାର୍ଟୀ ସମର୍ଥନ ବି କରିଛି, ୟୁନାଈଟେଡ କଶ୍ମୀର ପୀପୁଲ୍ସ ନ୍ୟାସନାଲ ପାର୍ଟୀ (ୟୁକେପୀଏନପୀ)ର ବିଦେଶୀ ମାମଲାର କମେଟି ପ୍ରେସଡ଼ିଏଣ୍ଟ ଉସମାନ କୟାନୀ ଲେବର ପାର୍ଟୀ ସହିତ ମିଶି ଏକ ବୟାନ ଜାରି କରିଛନ୍ତି । ୟୁକେପୀଏନପୀ ନେତା ଉସମାନ କୟାନୀଙ୍କ କହିବା ଅଟେ କି କୌଣସି ଗୋଟିଏ ବର୍ଗକୁ ଏହି ବୟାନ ଉପରେ ଆପତ୍ତି ହୋଇପାରେ ।

କିନ୍ତୁ କାଶ୍ମୀରର ବାକି ମୁସଲମାନ ଓ ହିନ୍ଦୁ ବ୍ୟାପକ ରୂପରେ ଏହାର ସମର୍ଥନ କରିଛନ୍ତି ଓ ଏଥିରେ ସେ ଖୁସି ବି ଅଛନ୍ତି । ଉସମାନ କୟାନୀ କହିଲେ କି ଆମେ ଲୋକମାନଙ୍କ ରାଜନୈତିକ ରାୟକୁ ଜାହିର କରିବା ଉପରେ ରୋକ ଲଗାଇ ପାରିବା ନାହିଁ । କିନ୍ତୁ ଆମେ ସମସ୍ତ ପ୍ରକାରର ଆତଙ୍କବାଦ, ଅତିବାଦ ଧାର୍ମିକ ବିଦ୍ଵେଷ ବିରୁଦ୍ଧରେ ଅଛୁ । ଉସମାନ କୟାନୀ କହିଛନ୍ତି କି ଆମେ କାହା ସହିତ ରହିବାକୁ ଚାହୁଁଛୁ ଏହା ସମସ୍ତ ଜାଣିଛନ୍ତି ଆମେ ପାକିସ୍ତାନର ହାତରେ ବିକ୍ରି ହୋଇ ନାହୁଁ ।

ଆମକୁ ପାକିସ୍ତାନର ଗୁଲାମି ମଞ୍ଜୁର ନୁହେଁ । ଆପଣଙ୍କୁ କହିଦେଉଛୁ କି ଗିଲଗିଟ ବାଲ୍ଟିସ୍ତାନ ଉପର ପାକିସ୍ତାନ ଅବୈଧ କବ୍ଜା କରି ବସିଛି । ପାକିସ୍ତାନ ଏହି ଅଞ୍ଚଲର ଉପଯୋଗ ଭାରତରେ ଆତଙ୍କବାଦ ବ୍ୟାପକ କରିବା ପାଇଁ କରିଥାଏ । ଭାରତ ସରକାର ପାକିସ୍ତାନକୁ କେତେ ଥର ଏହା ଚେତାବନୀ ଦେଇସାରିଛି କି ସେ ଏହି ଅଞ୍ଚଲକୁ ଶୀଘ୍ରରୁ ଅତି ଶୀଘ୍ର ଖାଲି କରିଦେଉ । ଯହା ଦ୍ଵାରା ସେ ସେଠିକାର ଜନତାକୁ ତାଙ୍କର ଜୀବନର ମୂଳ ଅଧିକାର ଓ ସୁଖ ସୁବିଧା ଦେବାରେ ସାହାର୍ଯ୍ୟ କରିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button