ଫୋନରେ ଶ୍ରୀଦେବୀଙ୍କ ମୃତ୍ୟୁ ଖବର ପାଇବା ପରେ ପ୍ରଥମେ ଏହି କାମ କରିଥିଲେ ଜାହ୍ନବୀ – Kalinga News

[ad_1]
ମୁମ୍ବାଇ: କଫି ଉଇଥ୍ କରଣ ସିଜନ-୮ର ଏକାଦଶ ଅଧ୍ୟାୟରେ ଦୁଇ ବଲିଉଡ ଅଭିନେତ୍ରୀ ତଥା ଭଉଣୀ ଜାହ୍ନବୀ କପୁର ଓ ଖୁସି କପୁର ସୋ’ର ଉପସ୍ଥାପକ କରଣ ଜୋହରଙ୍କ ପ୍ରଶ୍ନର ଉତ୍ତର ଦେଉଥିବାର ନଜର ଆସିଥିଲେ। ବ୍ୟକ୍ତିଗତ ଜୀବନଠାରୁ ଆରମ୍ଭ କରି ପେସାଦାର ଜୀବନ ପର୍ଯ୍ୟନ୍ତ, ଅନେକ ପ୍ରଶ୍ନର ଉତ୍ତର ଦେଇଥିଲେ ଦୁଇ ଭଉଣୀ।

Sambad is now on WhatsApp
Join and get latest news updates delivered to you via WhatsApp
ସବୁଠୁ ବଡ଼ କଥା ହେଲା ଦୁହେଁ ନିଜ ମା’ ତଥା ଦିବଂଗତ ମହିଳା ସୁପରଷ୍ଟାର ଶ୍ରୀଦେବୀଙ୍କ ମୃତ୍ୟୁର ଦିନ ବିଷୟରେ କରଣଙ୍କୁ ଜଣାଇଥିଲେ। ଫୋନରେ ମା’ଙ୍କ ମୃତ୍ୟୁ ଖବର ପାଇ ଜାହ୍ନବୀ ଓ ଖୁସିଙ୍କ ପ୍ରତିକ୍ରିୟା କିଭଳି ଥିଲା, ତାହା ଜଣାଇଥିଲେ ଜାହ୍ନବୀ।
ଜାହ୍ନବୀ କହିଥିଲେ ଯେ, ଫୋନରେ ମୋତେ ମା’ଙ୍କ ମୃତ୍ୟୁ ଖବର ମିଳିବା ପରେ ମୁଁ କାନ୍ଦି କାନ୍ଦି ଖୁସିର ରୁମ ଆଡ଼କୁ ଦୌଡ଼ିଥିଲି। କବାଟ ବନ୍ଦ ଥିବାରୁ ମୁଁ ଖୁସିଙ୍କୁ କବାଟ ବାଡ଼ାଇ ଜୋରରେ ଡାକିଥିଲି। ତାଙ୍କ କାନ୍ଦ ମୋତେ ବାହାରକୁ ଶୁଭୁଥିଲେ ବି ମୋ ପାଟି ଶୁଣି ସେ ଚୁପ ହୋଇଯାଇଥିଲେ। ସେ କବାଟ ଖୋଲିବା ପରେ ମୁଁ ତାଙ୍କ ମୋଳରେ ମୁଣ୍ଡ ରଖି କାନ୍ଦିବାକୁ ଲାଗିଲି। ହେଲେ ସେ ଚୁପ ହୋଇ ମୋତେ ସମ୍ଭାଳିଥିଲେ।
ଏହା ଶୁଣି ଖସି କହିଥିଲେ, ସମସ୍ତଙ୍କୁ ଭାଙ୍ଗିପଡ଼ିବାର ଦେଖି ନିଜକୁ ଦୃଢ଼ କରିବି ବୋଲି ମୁଁ ଭାବିଥିଲି। ପରିବାରକୁ ସମ୍ଭାଳିବା ପାଇଁ ମୋତେ ଦୃଢ଼ ଭାବେ ଛିଡ଼ା ହେବାର ଥିଲା। ସେଥିପାଇଁ ମୁଁ ନକାନ୍ଦି ଜାହ୍ନବୀଙ୍କୁ ବୁଝାଇଥିଲି।
[ad_2]