ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ, ୧୧ ମୃତ – Kalinga News

[ad_1]
ନୂଆଦିଲ୍ଲୀ: ଗୁରୁବାର ସନ୍ଧ୍ୟାରେ ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ ହୋଇ ୧୧ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଉତ୍ତର ଦିଲ୍ଲୀର ଆଲିପୁର ଅଞ୍ଚଳ ସ୍ଥିତ ଦୟାଲପୁର ବଜାରରେ ଏକ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ହେବା ଫଳରେ ୧୧ ଜଣଙ୍କର ମୃତ୍ୟୁ ହୋଇଯାଇଛି ଏବଂ ୪ ଜଣ ଆହତ ହୋଇଛନ୍ତି। ପୁଲିସ ଉକ୍ତ ଘଟଣାରେ ଏକ ମାମଲା ରୁଜୁ କରିଛି ଏବଂ ଅଗ୍ନିକାଣ୍ଡର କାରଣ କ’ଣ ଜାଣିବାପାଇଁ ତଦନ୍ତ ଜାରି ରହିଛି। ମୃତକମାନଙ୍କୁ ବାବୁ ଜଗଜୀବନ ରାମ ହସ୍ପିଟାଲ ପଠାଯାଇଥିବାବେଳେ ଆହତମାନଙ୍କୁ ରାଜା ହରିଷ ଚନ୍ଦ୍ର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଗ୍ନିଶମ ବିଭାଗର ଅଧିକାରୀଙ୍କ ଅନୁଯାୟୀ ମୃ୍ତକମାନଙ୍କ ପରିଚୟ ଜଣାପଡ଼ିନି। ଅଧିକାରୀଙ୍କ ଅନୁଯାୟୀ ସେମାନେ ଗୁରୁବାର ସନ୍ଧ୍ୟା ୫.୨୫ ସମୟରେ ନିଆଁ ଲାଗିଥିବା ନେଇ ଖବର ପାଇଥିଲେ। ସଙ୍ଗେସଙ୍ଗେ ୨୨ ଅଗ୍ନି ନିର୍ବାପକ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ନିଆଁକୁ ଆୟତ୍ତକୁ ଆଣିବାପାଇଁ ୪ ଘଣ୍ଟା ଲାଗି ଯାଇଥିଲା। ଅଗ୍ନିକାଷଣ୍ଡର ପ୍ରଭାବ ଏତେ ଅଧିକ ଥିଲା ଯେ ଫ୍ୟାକ୍ଟ୍ରି ପାଖରେ ଘର ଗୁଡ଼ିକର କାନ୍ଥ ମଧ୍ୟ ପ୍ରଭାବିତ ହୋଇଛି। ପୁଲିସ ଉକ୍ତ ଘଟଣାରେ ଏକ ମାମଲା ରୁଜୁ କରିଛି ଏବଂ ଅଗ୍ନିକାଣ୍ଡର କାରଣ ଜାଣିବାପାଇଁ ତଦନ୍ତ ଜାରି ରହିଛି। ଯେଉଁମାନେ ମରିଯାଇଛନ୍ତି ସେମାନେ ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛନ୍ତି। ତେଣୁ ସେମାନଙ୍କୁ ଚିହ୍ନଟ କରିବା କଷ୍ଟଦାୟକ ହୋଇଯାଇଛି। ମିଳିଥିବା ସୂଚନାନୁଯାୟୀ ଚାଷୀ ଆନ୍ଦୋଳନ ପାଇଁ ଦିଲ୍ଲୀରେ ଟ୍ରାଫିକ ସମସ୍ୟା ଯୋଗୁଁ ଅଗ୍ନି ନିର୍ବାପକ ଗାଡ଼ି ପହଞ୍ଚିବାରେ ବିଳମ୍ବ ହୋଇଥିଲା।
[ad_2]




