ମହିଳା ସାଂସଦଙ୍କ ଟିକେଟ ରହିବ ନା ବଦଳିବ? ସଂସଦକୁ ୭ ମହିଳା ସାଂସଦ ନିର୍ବାଚିତ ହୋଇଥିଲେ – Kalinga News

[ad_1]
ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାରୁ ସର୍ବାଧିକ ୭ ଜଣ ମହିଳା ସାଂସଦ ନିର୍ବାଚିତ ହୋଇଥିଲେ। ସର୍ବାଧିକ ୫ ଜଣ ବିଜେଡିର ଓ ଦୁଇଜଣ ବିଜେପିର ଥିଲେ। ଓଡ଼ିଶା ଇତିହାସରେ ଏହା ପ୍ରଥମ ଥିଲା। ସେ ସମୟରେ ମୁଖ୍ୟମନ୍ତ୍ରୀ ସଂସଦରେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ପ୍ରସଙ୍ଗ ଉଠାଇ ନିଜେ ଉଦାହରଣ ସୃଷ୍ଟି କରିଥିଲେ ଓ ବିଜେଡି ୭ଜଣ ମହିଳାଙ୍କୁ ଟିକେଟ୍ ଦେଇଥିଲେ। ସବୁଠାରୁ ଗୁରତ୍ବପୂର୍ଣ୍ଣ କଥା ହେଉଛି ୭ ଜଣ ନିର୍ବାଚିତ ମହିଳା ସାଂସଦଙ୍କ ମଧ୍ୟରେ ବିଜେଡିର ଚନ୍ଦ୍ରାଣୀ ମୁର୍ମୁ ଦେଶର ସର୍ବକନିଷ୍ଠ ସାଂସଦରୁପେ ନିର୍ବାଚିତ ହେବାର ରେକର୍ଡ ସୃଷ୍ଟି କରିଥିଲେ। ହେଲେ ଆସନ୍ତା ସାଧାରଣ ନିର୍ବାଚନରେ ଏହି ନେତ୍ରୀମାନଙ୍କୁ ଆଉଥରେ ଦଳ ଟିକେଟ୍ ଦେବେ କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ।
ଇତିମଧ୍ୟରେ ସଂସଦରେ ନାରୀ ଶକ୍ତି ବନ୍ଦନ (ମହିଳା ଆରକ୍ଷଣ ବିଧେୟକ) ବିଲ ପାରିତ ହୋଇଛି। ଏଣୁ ରାଜନୈତିକ ଦଳ ପରସ୍ପରକୁ ମାତ୍ ଦେବା ଲାଗି ଏବେଠାରୁ ୩୩ ପ୍ରତିଶତ ମହିଳା ପ୍ରାର୍ଥୀ ଦେଇପାରନ୍ତି ବୋଲି ଜାତୀୟସ୍ତରରେ ଆଲୋଚନା ଜୋର ଧରିଲାଣି। ଏଣୁ ୧୭ତମ ଲୋକସଭାରେ ଓଡ଼ିଶାରୁ ପ୍ରତିନିଧିତ୍ବ କରୁଥିବା ବିଜେଡି ଓ ବିଜେପି ଏହି ସୂତ୍ର ପ୍ରୟୋଗ କରିବା ସମ୍ଭାବନା ଅଧିକ।

Sambad is now on WhatsApp
Join and get latest news updates delivered to you via WhatsApp
ଏ ପ୍ରସଙ୍ଗରେ ବିଜେଡିର ଆସିକା ଲୋକସଭା କ୍ଷେତ୍ରରୁ ନିର୍ବାଚିତ ସାଂସଦ ପ୍ରମିଳା ବିଶୋଇ କହିଛନ୍ତି, ସଂସଦୀୟ କ୍ଷେତ୍ରରେ ମହିଳାଙ୍କ ପାଇଁ ଆଗକୁ ବହୁତ କିଛି କାର୍ଯ୍ୟ କରିବାର ଅଛି। ଟିକେଟ୍ ମିଳିଲେ ତ ଭଲ କଥା ନହେଲେ ମୋର ମହିଳାଙ୍କ ପ୍ରତି ସେବା କାର୍ଯ୍ୟ ଜାରି ରହିବ ବୋଲି ସେ କହିଛନ୍ତି। ସେହିଭଳି ବିଜେପିର ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ତାଙ୍କର ସଂସଦୀୟ କ୍ଷେତ୍ରରେ ଲୋକମାନଙ୍କ ସହିତ ଯୋଡ଼ି ହୋଇ ରହିଥିବା କହିଛନ୍ତି। ତଥ୍ୟ କହୁଛି, ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ପକ୍ଷରୁ ୭ ଜଣ ମହିଳା ସାଂସଦଙ୍କୁ ଟିକେଟ୍ ଦିଆଯାଇଥିଲା। ସେଥିରୁ କୋରାପୁଟ ଓ ସୁନ୍ଦରଗଡ ସଂସଦୀୟ ଆସନରେ ବିଜେଡିର ମହିଳା ପ୍ରାର୍ଥୀଙ୍କର ପରାଜୟ ହୋଇଥିଲା। ଅର୍ଥାତ୍ ବିଜେଡି ଦ୍ବାରା ଯେଉଁସବୁ ୭ ଜଣ ପ୍ରାର୍ଥୀଙ୍କୁ ଟିକେଟ୍ ଦିଆଯାଇଥିଲା ସେମାନଙ୍କ ମଧ୍ୟରୁ ୫ ଜଣ ବିଜୟୀ ହୋଇଥିଲେ। ୨୦୧୪ ସାଧାରଣ ନିର୍ବାଚନରେ ବିଜୟୀ ହୋଇଥିବା ମହିଳା ସାଂସଦଙ୍କୁ ୨୦୧୯ରେ ପୁନର୍ବାର ଟିକେଟ୍ ଦିଆଯାଇନଥିଲା। ଏଥର ଏହି ସୂତ୍ର ବିଜେଡି ଆପଣାଇବ ନା ସାଂସଦମାନଙ୍କୁ ଆଉଥରେ ଟିକେଟ୍ ଦିଆଯିବ ତାହା ଉପରେ ନଜର ରହିଛି। ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ପକ୍ଷରୁ ଓଡ଼ିଶାର ତିନୋଟି ସଂସଦୀୟ କ୍ଷେତ୍ର ପାଇଁ ମହିଳା ପ୍ରାର୍ଥୀଙ୍କୁ ଟିକେଟ୍ ଦିଆଯାଇଥିଲା। ସେଥିରେ ବିଜେପିର ଦୁଇଜଣ ପ୍ରାର୍ଥୀ ବିଜୟୀ ହୋଇଥିଲେ। ଅନ୍ୟପକ୍ଷେ କଂଗ୍ରେସ ୨୦୧୯ ସାଧାରଣ ନିର୍ବାଚନରେ ଦୁଇଟି ସଂସଦୀୟ କ୍ଷେତ୍ର ପାଇଁ ମହିଳା ପ୍ରାର୍ଥୀଙ୍କୁ ଟିକେଟ୍ ପ୍ରଦାନ କରିଥିବାବେଳେ ଦୁଇଟି ଆସନରେ କଂଗ୍ରେସର ମହିଳା ପ୍ରାର୍ଥୀଙ୍କର ଶୋଚନୀୟ ପରାଜୟ ହୋଇଥିଲା।
[ad_2]