ଅପରାଧ

କ୍ୟାଡବରି ଡେରି ମିଲ୍କ ଚକଲେଟରୁ ବାହାରିଲା ପୋକ, ଗ୍ରାହକ ଅସନ୍ତୋଷ – Kalinga News

[ad_1]

ହାଇଦ୍ରାବାଦ: ହାଇଦ୍ରାବାଦର ଜଣେ ବ୍ୟକ୍ତି ସହରର ମେଟ୍ରୋ ଷ୍ଟେସନରୁ ଏକ କ୍ୟାଡବରି ଡେରି ମିଲ୍କ ଚକୋଲେଟ କିଣିଥିଲେ। ଖାଇବାକୁ ଯାଉଥିବା ବେଳେ ଏଥିରେ ସେ ଏକ ବାହାରିଥିବା ନେଇ ସେ ଅଭିଯୋଗ କରିଛନ୍ତି।

ଏହି ଘଟଣାକୁ ନେଇ ରବିନ୍ ଜୈଚିୟସ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓ ସେୟାର କରି ରବିନ ଲେଖିଛନ୍ତି, ଆଜି ରତ୍ନଦୀପ ମେଟ୍ରୋ ଅମିରପେଟରୁ ମୁଁ କ୍ୟାଡବିରି ଚକଲେଟ କିଣିଥିଲି। ଏହାକୁ ଖାଇବାକୁ ଯାଉଥିବା ବେଳେ ଏଥିରେ ପୋକ ଚ‌ାଲୁଥିବା ମୁଁ ଦେଖିବାକୁ ପାଇଥିଲି।ତାରିଖ ସମାପ୍ତ ହୋଇଯାଉଥିବା ସମାଗ୍ରୀଗୁଡିକ ଯାଞ୍ଚ କରାଯାଉଛି ତ? ସ୍ୱାସ୍ଥ୍ୟ ପାଇଁ ଏହା ବିପଜ୍ଜନକ ଅଟେ । ଏଥିପାଇଁ କିଏ ଦାୟୀ?

 

ହାଇଦ୍ରାବାଦ ବ୍ୟକ୍ତିଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଲୋକମାନେ ଅସନ୍ତୋଷ ବ୍ୟକ୍ତ କରିବା ସହିତ ପ୍ରତିକ୍ରିୟା ଦେଇ କହିଛନ୍ତି, ‘କ୍ୟାଡବରି ଚକଲେଟ କମ୍ପାନି ପରିଚାଳକଙ୍କୁ ଡକା ଯାଉ। ଆଉ ଉକ୍ତ ଚ‌କଲେଟ ସ୍ୟାମ୍ପୁଲ ‌ନେଇ ପରୀକ୍ଷା କରାଯାଉ। ଏହି ଘଟଣାକୁ ଗମ୍ଭୀରତା ସହ ନିଆଯାଇ  କମ୍ପାନି ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନିହାତି ଆବଶ୍ୟକ। କ୍ଷତି ପୂରଣ ଦାବି କରି ଚକଲେଟ କମ୍ପାନି ବିରୋଧରେ ମାମଲା ରୁଜୁ କରାଯାଉ।’



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button