ଦେଶ- ବିଦେଶ

ଅଙ୍ଗନୱାଡ଼ି ଚାକିରି ଦେବା ନାଁରେ ପାଖାପାଖି ୨୦ ମହିଳାଙ୍କୁ ଗଣଦୁଷ୍କର୍ମ, ୨ ଜଣଙ୍କ ବିରୋଧରେ ମାମଲା – Kalinga News

[ad_1]

ନୂଆଦିଲ୍ଲୀ : ରାଜସ୍ଥାନର ସିରୋହି ପୌର ପରିଷଦ ଅଧ୍ୟକ୍ଷ ମହେନ୍ଦ୍ର ମେବଡ଼ା ଏବଂ ପୂର୍ବତନ ପୌର ପରିଷଦ କମିସନର ମହେନ୍ଦ୍ର ଚୌଧୁରୀଙ୍କ ବିରୋଧରେ ଗଣଦୁଷ୍କର୍ମ ମାମଲା ରୁଜୁ ହୋଇଛି। ଅଙ୍ଗନୱାଡ଼ିରେ ଚାକିରି ଦେବା ନାଁରେ ସେମାନେ ପାଖାପାଖି ୨୦ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗରେ ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପାଲି ଜିଲ୍ଲାର ଜଣେ ମହିଳା ଏନେଇ ପୁଲିସରେ ଅଭିଯୋଗ କରିବାପରେ ଉକ୍ତ ଘଟଣାର ପର୍ଦ୍ଦାଫାସ ହୋଇଛି। ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ଯେ ୨ ଅଭିଯୁକ୍ତ ସେମାନଙ୍କୁ ଯୌନ ନିର୍ଯାତନା ଦେବା ସହ ଏହାର ଭିଡିଓ ରେକର୍ଡ କରୁଥିଲେ। ପରେ ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରିଦେବାର ଧମକ ଦେଇ ପ୍ରତ୍ୟେକଙ୍କଠାରୁ ୫ ଲକ୍ଷ ଦାବି କରୁଥିଲେ। ଅଭିଯୋଗକାରୀଙ୍କ ଅନୁଯାୟୀ ସେ ଅନ୍ୟ ମହିଳାମାନଙ୍କ ସହ ଅଙ୍ଗନୱାଡ଼ିରେ କାମ କରିବାପାଇଁ କିଛି ମାସ ପୂର୍ବେ ସିରୋହି ଯାଇଥିଲେ। ସେଠାରେ ସେମାନଙ୍କ ଖାଇବା ଏବଂ ରହିବା ବ୍ୟବସ୍ଥା ହୋଇଥିଲା। ଅଭିଯୁକ୍ତ ୨ ଜଣ ମହିଳାମାନଙ୍କୁ ଖାଦ୍ୟରେ ନିଶା ଦେଇ ସେମାନଙ୍କୁ ଯୌନ ନିର୍ଯାତନା ଦେଉଥିଲେ ଏବଂ ଏହାର ଭିଡିଓ ରେକର୍ଡ କରୁଥିଲେ। ଡିଏସ୍ପି ପାରସ ଚୌଧୁରୀ କହିଛନ୍ତି, ମହିଳା ଜଣଙ୍କ ପ୍ରଥମେ ଏକ ଅଭିଯୋଗ ଦାଏର କରିଥିଲେ। କିନ୍ତୁ ପରେ ୮ ଜଣ ମହିଳାଙ୍କ ଅଭିଯୋଗ ଆଧାରରେ ରାଜସ୍ଥାନ ହାଇକୋର୍ଟ ସେମାନଙ୍କ ବିରୋଧରେ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button