ସଲ୍ମାନଙ୍କ ସହ ରୋମାନ୍ସ କରି ସାରିଛନ୍ତି ଐଶ୍ବର୍ଯ୍ୟାଙ୍କ ପରି ଦିଶୁଥିବା ଏହି ଅଭିନେତ୍ରୀ – Kalinga News
[ad_1]
ନୂଆଦିଲ୍ଲୀ: ଅନେକ ବଲିଉଡ ଅଭିନେତ୍ରୀ ସଲମାନ ଖାନଙ୍କ ସହ ଡେବ୍ୟୁ କରିଛନ୍ତି। ସୋନାକ୍ଷୀ ସିହ୍ନାଙ୍କଠାରୁ ନେଇ ଜରିନ ଖାନ୍ଙ୍କ ନାମ ଏହି ତାଲିକାରେ ରହିଛି। ସେହି ତାଲିକାରେ ଆଉ ବି ଏକ ନାମ ରହିଛି, ଯାହାଙ୍କୁ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟଙ୍କ ହମ୍ସକଲ୍ ବୋଲି କୁହାଯାଉଛି। ତେବେ ସୁପରଷ୍ଟାର ସଲ୍ମାନଙ୍କ ସହ ଡେବ୍ୟୁ କରି ମଧ୍ୟ ତାଙ୍କ କ୍ୟାରିୟର୍ ଫ୍ଲପ୍ ହୋଇଥିଲା। ସେ ଯେତିକି ଚର୍ଚ୍ଚାରେ ରହିବେ ବୋଲି ଆଶା କରାଯାଉଥିଲା ସେତିକି ଚର୍ଚ୍ଚାରେ ରହିପାରିଲେ ନାହିଁ, ସେ ହେଉଛନ୍ତି ଅଭିନେତ୍ରୀ ନେହା ଉଲ୍ଲାଲ୍।
Sambad is now on WhatsApp
Join and get latest news updates delivered to you via WhatsApp
ନେହା ୨୦୦୫ ମସିହାରେ ‘ଲକି’ ଫିଲ୍ମରେ ନଜର ଆସିଥିଲେ। ସେତେବେଳକୁ ତାଙ୍କ ମାତ୍ର ୧୮ ବର୍ଷ ବୟସ ହୋଇଥାଏ। ସେ ସିନେ ଜଗତରେ ପାଦ ଦେବା ପରେ ସମସ୍ତେ ତାଙ୍କୁ ଐଶ୍ବର୍ଯ୍ୟା ରାୟଙ୍କ ପରି ଦିଶୁଛନ୍ତି ବୋଲି କହିବା ଆରମ୍ଭ କରିଥିଲେ।
ସଲ୍ମାନଙ୍କ ସହ ଡେବୁ କରିଥିବା ନେହା ପରବର୍ତ୍ତୀ ସମୟରେ ସୋହଲେ ଖାନ୍ଙ୍କ ସହ ‘ଆର୍ଯ୍ୟ’ ସିନେମାରେ ବି ନଜର ଆସିଥିଲେ। ସେ ଫିଲ୍ମ ମଧ୍ୟ ଦର୍ଶକଙ୍କ ହୃଦୟ ଜିତିବାରେ ସଫଳ ହୋଇନଥିଲା। ଏହା ପରେ ସେ ବଲିଉଡ ଫିଲ୍ମରୁ ବିରତି ନେଇଥିଲେ।
ଅଭିନେତ୍ରୀଙ୍କ କହିବା ମୁତାବକ, ତାଙ୍କର ‘ଅଟୋ ଇମ୍ୟୁନୋ ଡିଜ୍ଅର୍ଡର’ ନାମରେ ଏକ ସ୍ବାସ୍ଥ୍ୟଗତ ସମସ୍ୟା ରହିଛି। ଯେଉଁ କାରଣରୁ ସେ ୩୦ରୁ ୪୦ ମିନିଟ୍ ପର୍ଯ୍ୟନ୍ତ ଛିଡ଼ା ହୋଇ ରହିପାରନ୍ତି ନାହିଁ। ହେଲେ ଫିଲ୍ମ ସୁଟିଂ କରିବା ବେଳେ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ି ଯିବାରୁ ସେ ବାଧ୍ୟ ହୋଇଥିଲେ ବିରତି ନେବା ପାଇଁ।
[ad_2]