ଆମେରିକାରେ ପୁଣି ଜଣେ ଭାରତୀୟ ବଂଶୋଦ୍ଭବ ବ୍ୟକ୍ତିଙ୍କୁ ହତ୍ୟା – Kalinga News
[ad_1]
ନୂଆଦିଲ୍ଲୀ : ଆମେରିକାରେ ପୁଣି ଜଣେ ଭାରତୀୟ ବଂଶୋଦ୍ଭବ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି। ଜଣେ ୪୧ ବର୍ଷୀୟ ବ୍ୟକ୍ତିଙ୍କୁ ବଚସା ସମୟରେ ତାଙ୍କ ମୁଣ୍ଡକୁ ଖୁବ୍ ଜୋର ପ୍ରହାର କରାଯାଇଛି। ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଛି। ପୁଲିସ ରିପୋର୍ଟ ଅନୁଯାୟୀ ଫେବ୍ରୁଆରି ୨ ତାରିଖ ରାତିରେ ଡାଉନଟାଉନ ୱାସିଂଟନରେ ଏକ ରେସ୍ତୋରାଁ ବାହାରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଚଳିତ ବର୍ଷ ଆମେରିକାରେ ପଞ୍ଚମ ଭାରତୀୟ ବଂଶୋଦ୍ଭବ ବ୍ୟକ୍ତି ଭାବେ ତାଙ୍କୁ ହତ୍ୟା କରାଯାଇଛି। ମୃତ ବ୍ୟକ୍ତିଙ୍କ ନାଁ ବିବେକ ଚନ୍ଦେର ତାନେଜା। ଭର୍ଜିନିଆରେ ସେ ଜଣେ ଏକଜିକ୍ୟୁଟିଭ ଭାବେ କାମ କରୁଥିଲେ। ଆକ୍ରମଣର ଶିକାର ହେବାପରେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଫେବ୍ରୁଆରି ୭ ତାରିଖରେ ତାଙ୍କର ମୃତ୍ୟୁ ହୋଇଯାଇଛି। ସମ୍ପୃକ୍ତ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିକୁ ଚିହ୍ନଟ କରାଯାଇଛ। ତେବେ ଉକ୍ତ ମାମଲାରେ କୌଣସି ଗିରଫ କରାଯାଇନାହିଁ। ତେବେ ବାରମ୍ବାର ଆମେରିକାରେ ଭାରତୀୟ ବଂଶୋଦ୍ଭବ ନାଗରିକଙ୍କ ଜୀବନ ବିପଦରେ ପଡ଼ିବା ଘଟଣାକୁ ନେଇ ଚିନ୍ତା ପ୍ରକଟ ହୋଇଛି
[ad_2]