ସ୍ୱାସ୍ଥ୍ୟ

ସ୍ବାମୀ ଓ ସ୍ତ୍ରୀ ଉଭୟଙ୍କର ବ୍ଲଡ଼ ଗ୍ରୁପ ସମାନ ଥିଲେ କଣ ହୋଇଥାଏ ?

ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଯେତେବେଳେ ସ୍ଵାମୀ ଓ ସ୍ତ୍ରୀ ଉଭୟଙ୍କର ବ୍ଲଡ ଗ୍ରୁପ ସମାନ ହୋଇଥାଏ, ସେତେବେଳେ କେଉଁ ସବୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ଯେପରି ଗର୍ଭଧାରଣ ସମୟରେ କିମ୍ବା ପିଲା ଜନ୍ମ ପରେ ଶିଶୁଟିର ଶରୀରରେ କିଛି ସମସ୍ୟା ଦେଖା ଯାଇପାରେ। ଏହାସହିତ ଗର୍ଭପାତ ହେବାର ମଧ୍ୟ ସମ୍ଭାବନା ରହିଥାଏ। ଆପଣମାନେ ଜାଣିଥିବେ କି ସ୍ଵାମୀ ଓ ସ୍ତ୍ରୀର ବ୍ଲଡ ଗ୍ରୁପ ସମାନ ହେବା ଉଚିତ ନୁହେଁ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ବିଜ୍ଞାନ ଅନୁସାରେ ବ୍ଲଡ ଗ୍ରୁପକୁ ଦୁଇଟି ଭାଗରେ ବିଭକ୍ତ କରାଯାଇଛି। ଗୋଟିଏ ଭାଗରେ A, B, AB ଓ O ଅନ୍ତର୍ଭୁକ୍ତ। ଏହି ୪ ଗୋଟି ବ୍ଲଡ ଗ୍ରୁପ ଭାଗ ହୋଇଥାଏ। କିନ୍ତୁ ଅନ୍ୟ ଏକ ବ୍ଲଡ ଗ୍ରୁପକୁ RH ଫ୍ୟାକ୍ଟର କୁହାଯାଏ। ଯେଉଁ ଲୋକମାନଙ୍କ ଶରୀରରେ RH ଆଣ୍ଟିଜେନ ରହିଥାଏ, ସେମାନେ RH ପଜିଟିଭ ହୋଇଥାନ୍ତି ଏବଂ ଯେଉଁ ଲୋକମାନଙ୍କ ଶରୀରରେ RH ଆଣ୍ଟିଜେନ ନ ଥାଏ ସେମାନେ RH ନେଗେଟିଭ ହୋଇଥାନ୍ତି।

ଏହାର ଅର୍ଥ ହେଉଛି, ପ୍ରତ୍ୟେକ ବ୍ଲଡ଼ ଗୃପ A ପଜିଟିଭ ଓ A ନେଗେଟିଭ, B ପଜିଟିଭ ଓ B ନେଗେଟିଭ , AB ପଜିଟିଭ ଓ AB ନେଗେଟିଭ, O ପଜିଟିଭ ଓ O ନେଗେଟିଭ ହୋଇଥାଏ।ପ୍ରତ୍ୟେକ ଲୋକଙ୍କର ବ୍ଲଡ଼ ଗ୍ରୁପ ଅଲଗା ଅଲଗା ହୋଇଥାଏ।ଯେପରି, ଯଦି ମାଆର ବ୍ଲଡ ଗ୍ରୁପ O ପଜିଟିବ ଓ ବାପାଙ୍କର ବ୍ଲଡ ଗ୍ରୁପ A, B ଓ AB, ମଧ୍ୟରୁ ଗୋଟେ ହୋଇଥିଲେ, ସେମାନଙ୍କ ସନ୍ତାନଙ୍କ ଶରୀରରେ ABO Incompatibility ହେବାର ଚାନ୍ସ ଅଧିକ ରହିଥାଏ।

ଏଭଳି ସମସ୍ତଙ୍କ କ୍ଷେତ୍ରରେ ହୋଇ ନଥାଏ। ଯେତେବେଳେ ମାଆର RH ନେଗେଟିଭ ଓ ପିତା RH ପଜିଟିଭ ହୋଇଥାନ୍ତି, ତେବେ ଶିଶୁକୁ RH Incompatibility ଚାନ୍ସ ଅଧିକ ରହିଥାଏ। ତେଣୁ ମାଆକୁ ଏକ ପ୍ରକାରର ଇଂଜେକସନ ଦିଆଯାଏ କିମ୍ବା ମାଆ ଓ ଶିଶୁର ଅନ୍ୟ ପ୍ରକାରର ଚିକିତ୍ସା କରା ଯାଇଥାଏ। ନଚେତ ଶିଶୁକୁ ବିଭିନ୍ନ ରୋଗ ହେବାର ସମ୍ଭାବନା ରହିଥାଏ

ଏଥିରୁ ପ୍ରମାଣିତ ହେଉଛି କି ଯେଉଁ ଦମ୍ପତ୍ତିଙ୍କ ବ୍ଲଡ ଗ୍ରୁପ ସମାନ ହୋଇଥାଏ, ସେମାନଙ୍କ ପିଲାମାନଙ୍କ ଶରୀରରେ ABO Incompatibility ଓ RH Incompatibility ହୋଇ ନଥାଏ।ଏହାଦ୍ଵାରା ସେମାନଙ୍କ ଶିଶୁ ସୁରକ୍ଷିତ ରହିଥାନ୍ତି। ଯଦି ସ୍ଵାମୀ ଓ ସ୍ତ୍ରୀଙ୍କ ବ୍ଲଡ ଗ୍ରୁପ ସମାନ ହୋଇଥାଏ, ତାହେଲେ ଆପଣ ଭୟଭୀତ ହୁଅନ୍ତୁ ନାହିଁ।ବ୍ଲଡ ଗ୍ରୁପ କାରଣରୁ ଗର୍ଭାବସ୍ଥା ସମୟରେ କୌଣସି ସମସ୍ୟା ସୃଷ୍ଟି ହୁଏ ନାହିଁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button