ଦେଶ- ବିଦେଶ

ଉତ୍ତରାଖଣ୍ଡ ବିଧାନସଭାରେ ସମାନ ନାଗରିକ ସଂହିତା ବିଲ୍ ଗୃହୀତ – Kalinga News

[ad_1]

ନୂଆଦିଲ୍ଲୀ : ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ନେତୃତ୍ବାଧିନ ସରକାର ଦ୍ବାରା ଉତ୍ତରାଖଣ୍ଡ ବିଧାନସଭାରେ ଆଗତ ହୋଇଥିବା ସମାନ ନାଗରିକ ସଂହିତା ବିଲ୍ ଆଜି ଗୃହୀତ ହୋଇଯାଇଛି। ଏଥିସହ ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ଭାବେ ସମାନ ନାଗରିକ ସଂହିତା କାର୍ଯ୍ୟକାରୀ କରିଛି। ବିଲ୍ ଗୃହର ସିଲେକ୍ଟ କମିଟିକୁ ପଠାଇବାପାଇଁ ବିରୋଧୀମାନେ ଦାବି କରିଥିବାବେଳେ ଏହି ବିଲ୍ ଆଜି ଗୃହୀତ ହୋଇଯାଇଛି। ଏବେ ଏହି ବିଲ୍କୁ ରାଷ୍ଟ୍ରପତିଙ୍କ ସ୍ବୀକୃତି ପାଇଁ ପଠାଯିବ। ବିଲକୁ ନେଇ ଅନେକ ଦ୍ବନ୍ଦ୍ବ ଥିଲେ ସୁଦ୍ଧା ଗୃହରେ ୨ ଦିନର ଆଲୋଚନା ଦ୍ବାରା ସବୁକିଛି ସ୍ପଷ୍ଟ ହୋଇଯାଇଛି। ବିଲ୍ ଗୃହୀତ ହେବାପରେ ମୁଖ୍ୟମନ୍ତ୍ରୀ ଧାମୀ ସାମ୍ବାଦିକମାନଙ୍କୁ କହିଛନ୍ତି, ଏହି ଆଇନ କାହା ବିରୋଧରେ ନୁହେଁ। ସାମାଜିକ କଟକଣା ପାଇଁ ବିଭିନ୍ନ ପ୍ରକାର ଜଟିଳତାକୁ ସାମ୍ନା କରୁଥିବା ମହିଳାମାନଙ୍କ ପାଇଁ ଏହା ଉଦ୍ଦିଷ୍ଟ ଅଟେ। ଏହା ସେମାନଙ୍କର ଆତ୍ମବିଶ୍ବାସ ସୁଦୃଢ଼ କରିବ। ଏହା ମହିଳାମାନଙ୍କର ସାମଗ୍ରିକ ବିକାଶ ପାଇଁ ଉଦ୍ଦିଷ୍ଟ ଅଟେ। ବିଲ୍ ଗୃହୀତ ହୋଇସାରିଛି। ଏବେ ଆମେ ଏହାକୁ ରାଷ୍ଟ୍ରପତିଙ୍କ ସ୍ବୀକୃତି ପାଇଁ ପଠାଇବୁ। ଆଜି ଉତ୍ତରାଖଣ୍ଡ ବିଧାନସଭାରେ ବିଲ୍ ଉପରେ ଆଲୋଚନା ଚାଲିଥିବାବେଳେ ଧାମି ପ୍ରତିଶ୍ରୁତି ଦେଇଛନ୍ତି ଯେ ଏହା ସମ୍ବିଧାନ ଅନୁଯାୟୀ ପ୍ରସ୍ତୁତ ହୋଇଛି।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button