ରାଜନୀତି

କେଜ୍ରିୱାଲଙ୍କ ବିରୋଧରେ ଇଡି କରିଥିବା ଆବେଦନର ହେଲା ଶୁଣାଣି, ୪ଟାରେ ପ୍ରକାଶ ପାଇବ ରାୟ – Kalinga News

[ad_1]

ନୂଆଦିଲ୍ଲୀ: ମଦ ନୀତି ମାମଲାରେ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଡାକରାକୁ ପାଳନ ନକରିବାରୁ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ବୁଧବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ହୋଇଥିବା ଆବେଦନର ଶୁଣାଣି କରିଛନ୍ତି। କେଜ୍ରିୱାଲ୍‌ଙ୍କୁ ଇଡି ବାରମ୍ବାର ଡାକିବା ପରେ ବି ସେ ହାଜର ହୋଇନଥିବା କାରଣରୁ ତଦନ୍ତକାରୀ ସଂସ୍ଥା ତାଙ୍କ ନାମରେ ଏକ ମାମଲା ରୁଜୁ କରିଥିଲା, ଯାହାର ଶୁଣାଣି ଆଜି ହୋଇଯାଇଛି। ଆଜି ଅପରାହ୍ନ ୪ଟାରେ ରାୟ ପ୍ରକାଶ ପାଇବ।

ମଦ ନୀତି ସହିତ ଜଡ଼ିତ ଅର୍ଥ ହେରଫେର ମାମଲା‌ରେ ତାଙ୍କୁ ଦିଆଯାଇଥିବା ସମନକୁ ପାଳନ ନକରିବାରୁ ଅନୁସନ୍ଧାନକାରୀ ଏଜେନ୍ସି ଫେବ୍ରୁଆରି ୩ ତାରିଖରେ କେଜ୍ରିୱାଲଙ୍କ ବିରୋଧରେ କୋର୍ଟକୁ ଯାଇଥିଲେ। ଏହି ମାମଲାରେ ତାଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ପାଞ୍ଚ ଥର ଡକାଯାଇଛି। ହେଲେ କେଜ୍ରିୱାଲ୍‌ କୌଣସି ଥର ବି ଇଡି ନିକଟରେ ପହଞ୍ଚି ନଥିଲେ।

ଏହି ମାମାଲାରେ କେଜ୍ରୱାଲ୍‌ ପୂର୍ବରୁ ତଦନ୍ତକାରୀ ସଂସ୍ଥାକୁ ଏକ ଚିଠି ଲେଖିଥିଲେ ଯେ ଏହି ଡାକରା ବେଆଇନ ତଥା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ତାଙ୍କୁ ନିର୍ବାଚନରେ ​​ପ୍ରଚାର ନକରାଇ ଦେବାର ଲକ୍ଷ୍ୟ ରଖି ଡକାଯାଉଛି ବୋଲି ଆପ୍‌ ନେତା ଅଭିଯୋଗ ଆଣିଥିଲେ।

ଏହାଛଡ଼ା ଆମ୍ ଆଦମୀ ପାର୍ଟି (ଆପ୍) ଦାବି କରିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେଜ୍ରିୱାଲ ସରକାରକୁ ହଟାଇବାକୁ ଚେଷ୍ଟା କରୁଛନ୍ତି। ସେହି କାରଣରୁ ବିନା ଦୋଷରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ଙ୍କୁ ହଇରାଣ କରାଯାଉଛି ବୋଲି ଦଳ ଅଭିଯୋଗ ଆଣିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button