ରାଜ୍ୟ

ମାଟ୍ରିକ ପରୀକ୍ଷାର୍ଥିଙ୍କ ପାଇଁ ବଡ଼ ଗୁରୁତ୍ୱପୂର୍ଣ୍ଣ ସୂଚନା ,ସରକାର କଲେ ବଡ଼ ଘୋଷଣା ,ସବୁ ଛାତ୍ର ଛାତ୍ରୀ ମାନେ ଶୀଘ୍ର ଦେଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ମାଟ୍ରିକ ପରୀକ୍ଷା ପାଇଁ ଆସିଛି କିଛି ନୂଆ ସୂଚନା ତେବେ ଚାଲନ୍ତୁ ଆଉ ଡେରି ନକରି ସମ୍ପୂର୍ଣ୍ଣ ଅପଡେଟଟି ଜାଣିବା |ମାଧ୍ୟମିକ ଶିକ୍ଷା ପରିଷଦ ବା ବୋର୍ଡ ଦ୍ୱାରା ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା (ମାଟ୍ରିକ ),ମଧ୍ୟମା (ସଂସ୍କୃତ ଟୋଲ ),ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ବା ଓପନ ସ୍କୁଲ ପରୀକ୍ଷା ଆସନ୍ତା 20 ତାରିକରୁ ଆରମ୍ଭ ହୋଇ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ |ଏହି ପରୀକ୍ଷାକୁ ସ୍ଵଛ ,ଶୃଙ୍ଖଳିତ ତଥା ତ୍ରୁଟି ଶୂନ୍ୟ କରିବା ପାଇଁ ବୋର୍ଡ ପ୍ରଥମ ଥର ପରୀକ୍ଷା ପରିଚାଳନା ବ୍ୟବସ୍ଥାରେ ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ କରୁଛି |

ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ତିନି ପ୍ରକାର ଜ୍ଞାନ କୌଶଳ କରା ଯାଉଥିବା ବେଳେ ଅତ୍ୟନ୍ତ ସମ୍ବେଦନ ଶୀଳ ଜଣା ପଡ଼ିଥିବା ଦେଢ଼ଶହରୁ ତିନି ଶହ ପରୀକ୍ଷା କେନ୍ଦ୍ରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବସ୍ଥା ହେବ |ଏଆଇ ବ୍ୟବସ୍ଥା ଥିବା ପରୀକ୍ଷା କେନ୍ଦ୍ରମାନ ସମ୍ପୂର୍ଣ୍ଣ ଭାବରେ ବୋର୍ଡ ନିମନ୍ତ୍ରଣରେ ରହିବ |ଫଳରେ ପରୀକ୍ଷାରେ କୌଣସି ପ୍ରକାର ଅନିୟମିତା ରୋକା ଯାଇପାରିବ |

ଦ୍ୱିତୀୟରେ ଚଳିତ ବର୍ଷ ପ୍ରଶ୍ନପତ୍ର ସଂରକ୍ଷଣ ରଖିବା ପାଇଁ ଚୟନ ହୋଇଥିବା 313 ଟି ନୋଡାଲ ସେଣ୍ଟରରେ ପ୍ରଥମ ଥର ପାଇଁ ଲାଇଭ ବ୍ୟବସ୍ଥା କରାଯିବ |ତୃତୀୟରେ ଚାରିଶହରୁ ଛଅ ଶହ ସମ୍ବେଦନ ଶୀଳ ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା ଖଞ୍ଜା ଯିବ ବୋଲି ସୂଚନା ମିଳିଛି ମାଟ୍ରିକ ପରୀକ୍ଷା ଚାଲିଥିବା ସମୟରେ ପ୍ରଶ୍ନପତ୍ର ଭାଇରଲ ବ୍ୟାପକ କପି ବୋଲି ବିଭିନ୍ନ ବିଭ୍ରାଟକୁ ରୋକିବା ପାଇଁ ଏଭଳି ବନ୍ଦବୋସ୍ତ କରାଯାଇଛି |

ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ପାଞ୍ଚ ଲକ୍ଷ ଏକାବନ ହଜାର ଛଅ ଶହ ଏଗାର ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିବା ବେଳେ ଏଥିପାଇଁ 2991 ଟି ପରୀକ୍ଷା କେନ୍ଦ୍ର ଓ ପ୍ରଶ୍ନପତ୍ର ରଖିବା ପାଇଁ 313 ନୋଡାଲ ସେଣ୍ଟର ହୋଇଛି ରାଜ୍ୟ ମୁକ୍ତି ବିଦ୍ୟାଳୟ 7831 ପରୀକ୍ଷାର୍ଥୀ ଓ 55 ପରୀକ୍ଷା କେନ୍ଦ୍ର ରହିଥିବା ବେଳେ ମଧ୍ୟମା ପରୀକ୍ଷା ପାଇଁ 3037 ପରୀକ୍ଷାର୍ଥୀ ଓ 107 କେନ୍ଦ୍ରରେ ସ୍ଥିର ହୋଇଛି |

ଗ୍ରୀଷ୍ମ ଋତୁକୁ ଦୃଷ୍ଟିରେ ରଖି ସବୁ ପରୀକ୍ଷା ପ୍ରଥମ ସିଟିଙ୍ଗରେ କରାଯିବାକୁ ବୋର୍ଡ ପକ୍ଷରୁ ସ୍ଥିର ହୋଇଛି |ବର୍ତ୍ତମାନ ଯାହା ବି କିଛି ଅପଡେଟ ଥିଲା ଆମେ ଆପଣଙ୍କୁ ଜଣେଇ ଦେଲୁ ଆପଣ ଏହି ବିଷୟଟିକୁ ନିଶ୍ଚିତ ଭାବରେ ସେୟାର କରି ଦିଅନ୍ତୁ |

Related Articles

Leave a Reply

Your email address will not be published. Required fields are marked *

Back to top button