ଅପରାଧ

ସରକାରୀ ଟଙ୍କା ଆତ୍ମସାତ ପାଇଁ ଗଣ ବିବାହରେ ଠକାମି; ପରସ୍ପରକୁ ବରଣମାଳା ପିନ୍ଧାଉଥିଲେ କନ୍ୟା – Kalinga News

[ad_1]

ବଲିୟା: ଉତ୍ତର ପ୍ରଦେଶରେ ଆୟୋଜିତ ଗଣ ବିବାହରେ ଠକାମି କରାଯାଇଥିବା ଘଟଣାରେ ଜଡ଼ିତ ୨ଜଣ ସରକାରୀ କର୍ମଚାରୀଙ୍କ ସମେତ ୧୫ଜଣଙ୍କୁ ଗିରଫ କରାଯାଇଥିବା କଥା ‘ଏନ୍‌ଡିଟିଭି’ ରିପୋର୍ଟ କରିଛି।

ଗଣ ବିବାହ ଅନୁଷ୍ଠାନ ଚାଲିଥିବା ବେଳେ ଉତ୍ତୋଳନ କରଯାଇଥିବା ଭିଡିରେ କନ୍ୟାମାନେ ପରସ୍ପରଙ୍କୁ ବରଣମାଳା ପିନ୍ଧାଉଥିବା ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା ପରେ ଏହି ଦୁର୍ନୀତି ବିଷୟରେ ଜଣାପଡ଼ିଥିଲା। ଭିଡିଓରେ ଦେଖାଯାଉଛି ବରବେଶ ସାଜିଥିବା ‌କେତେକ ଲୋକ ମୁହଁଲୁଚା ଦେଉଛନ୍ତି।

ସଂଗୃହୀତ ସୂଚନା ଅନୁସାରେ, ଉତ୍ତର ପ୍ରଦେଶର ବଲିୟା ଜିଲ୍ଲାରେ ଜାନୁଆରି ୨୫ ତାରିଖ ଦିନ ଏହି ଗଣବିବାହ ଅନୁଷ୍ଠିତ ହୋଇଥିଲା। ସରକାରୀ ଅଧିକାରୀମନେ କହିଛନ୍ତି, ଉକ୍ତ ଅନୁଷ୍ଠାନରେ ପ୍ରାୟ ୫୬୮ ଯୋଡ଼ା ବରକନ୍ୟାଙ୍କର ବିବାହ ସମ୍ପନ୍ନ ହୋଇଛି। କିନ୍ତୁ, ପରେ ଜଣାପଡ଼ିଲା ସେମାନଙ୍କ ମଧ୍ୟରୁ କେତେ ଜଣ ଟଙ୍କା ନେଇ ବରକନ୍ୟା ବେଶ ହୋଇଥିଲେ।

ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ, ବରକନ୍ୟା ସାଜିବାକୁ ଉକ୍ତ ପୁରୁଷ ଓ ମହିଳାମାନଙ୍କୁ ୫୦୦ଟଙ୍କାରୁ ଆରମ୍ଭ କରି ୨୦୦୦ ପର୍ଯ୍ୟନ୍ତ ଟଙ୍କା ଦିଆଯାଇଛି। ଆଉ କେତେଜଣ କନ୍ୟାଙ୍କ ପାଇଁ ବର ସାଜିବାକୁ କେହି ନ ଥିଲେ। ତେଣୁ, ସେମାନେ ପରସ୍ପର ମଧ୍ୟରେ ବରଣମାଳା ଆଦାନ ପ୍ରଦାନ କରିଥିଲେ।

Image Courtesy of Web News India

ଜଣେ ୧୯ ବର୍ଷିୟ ଯୁବକ କହିଛନ୍ତି, ବାହାଘର ଦେଖିବା ଲାଗି ମୁଁ ସେଠାକୁ ଯାଇଥିଲି। ଟଙ୍କା ଦେବେ କହି ସେମାନେ ମତେ ଧରି ନେଇ ସେଠାରେ ବସାଦେଲେ। ଅନେକଙ୍କୁ ଏମିତି ଟଙ୍କା ଦେଇ ବରବେଶରେ ବସାଇ ଦିଆଯାଇଥିଲା।

ଏହି ଗଣ ବିବାହ ଅନୁଷ୍ଠାନରେ ଯୋଗ ଦେଇଥିଲେ ବିଜେପି ବିଧାୟକ କତେକୀ ସିଂହ। ଏହି ଠକେଇରେ ସରକାରୀ ଅଧିକାରୀମାନଙ୍କ ସମ୍ପୃକ୍ତି କଥା ପଚାରିବାରୁ ସେ କହିଲେ, ଘଟଣା ଘଟିବାର ମାତ୍ର ୨ ଦିନ ପୂର୍ବରୁ ସେମାନେ ମତେ ସୂଚନା ଦେଇଥିଲେ। ତେଣୁ, ଏଥିରେ କିଛି ରହସ୍ୟ ଅଛି ବୋଲି ମୋର ସନ୍ଦେହ ହୋଇଥିଲା। କିନ୍ତୁ, ଏବେ ଏ ଘଟଣାର ସବିଶେଷ ତଦନ୍ତ ଚାଲିଛି।

ଉଲ୍ଲେଖଯୋଗ୍ୟ, ସରକାରୀ ୱେବ୍‌ସାଇଟ୍‌ରେ ଉଲ୍ଲେଖ ଅଛି ଯେ, ଏହି ଗଣ ବିବାହ ଯୋଜନାରେ ସରକାର ୫୧ ହଜାର ଟଙ୍କା ଯୋଗାଇ ଦେଉଛନ୍ତି। ସେଥିରୁ ୩୫ ହଜାର ଯାଉଛି କନ୍ୟା ପାଖକୁ। ୧୦ ହଜାର ଟଙ୍କାରେ ବିବାହ ସାମଗ୍ରୀ ଖରିଦ କରାଯାଉଛି ଓ ୬୦୦୦ ଟଙ୍କା ବିବାହ କର୍ମରେ ଖର୍ଚ୍ଚ କରାଯାଉଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button